ପିଚୁରେ ଫସିଥିବା କୁକୁରକୁ ଦେଖି ଲୋକେ ଭାବିଲେ କଳା ପଥର, ଭାଇରାଲ ହେଲା ଭିଡ଼ିଓ

ସାଧାରଣତଃ କୁହାଯାଏ ମଣିଷ ଓ ପଶୁଙ୍କ ମଧ୍ୟରେ ଥିବା ସମ୍ପର୍କ ବହୁତ ନିବିଡ଼ ହୋଇଥାଏ। ଅନେକ ସମୟରୁ ଆମେ ଦେଖିଛେ ମଣିଷ ନିଜ ଜରୁରୀ ଆବଶ୍ୟକତାକୁ ପୂରଣ କରିବା ପାଇଁ ପଶୁ ପାଳନ କରିଥାଏ। ଭାରତରେ ଅନେକ ଲୋକ ଗୋମାତାଙ୍କ ସମେତ ବହୁ ପଶୁ ପକ୍ଷୀଙ୍କୁ ଘରେ ରଖି ପାଳନ କରିଥାନ୍ତି। କିଛି ଲୋକ କ୍ଷୀର ପାଇଁ ଗୋପାଳନ କରିଥାନ୍ତି, ଅନ୍ୟ କିଏ ମାଂସ ପାଇଁ କୁକୁଡା ତଥା ଛେଳି –ମେଣ୍ଢା ପାଳିଥାଏ ତ ଆଉ କିଏ କୁକୁରଙ୍କୁ ମଧ୍ୟ ଘରକୁ ସୁରକ୍ଷିତ ରଖିବା ପାଇଁ ପାଳିଥାନ୍ତି। ଚୋରଙ୍କ ୁ ଦୂରେଇ ରଖିବା ପାଇଁ ପ୍ରାୟତଃ ଏବେ ସମସ୍ତେ କୁକୁରଙ୍କୁ ଘରେ ରଖୁଛନ୍ତି।

କୁହାଯାଏ କୁକୁର ସହ ମଣିଷର ସମ୍ପର୍କ ବହୁତ ଭଲ। କୁକୁରଠୁ ଅତି ସଚ୍ଚୋଟ ଜୀବ ଆଉ କେଉଁଠି ବି ମିଳିବନି। କିଛି କ୍ଷେତ୍ରରେ ସେହି କୁକୁର ନିଜ ମାଲିକକୁ ବଞ୍ଚାଇଥାଏ ତ ଅନ୍ୟ ସମୟରେ ମାଲିକ ନିଜ କୁକୁର ପାଇଁ ସମସ୍ତଙ୍କ ସହ ଝଗଡ଼ା କରିଥାଏ। ଆମେ ଆଜି କୁକୁରକୁ ନେଇ ଏକ ଭାଇରାଲ ଭିଡ଼ିଓ ସମ୍ପର୍କରେ ଆଜି ଆପଣଙ୍କୁ କହିବୁ। ସୋସିଆଲ ମିଡିଆରେ ଏବେ ଏହି ଭିଡ଼ିଓ ଖୁବ ଭାଇରାଲ ହେଉଛି।
ଏହି ଭିଡ଼ିଓରେ କିଛି ଲୋକ ଦେବଦୂତ ସାଜି ମୃତ୍ୟୁ ମୁହଁରୁ କୁକୁରକୁ ବଞ୍ଚାଇଛନ୍ତି। ଏହି ଭିଡ଼ିଓକୁ ଏବେ ପର୍ଯ୍ୟନ୍ତ କୋଟିଏ ରୁ ଅଧିକ ଲୋକ ଦେଖି ସାରିଲେଣି। ଏହି ଭିଡ଼ିଓରେ କୁକୁରଟି ଅଣ୍ଡର କନଷ୍ଟ୍ରକସନ ରୋଡ ସାଇଡରେ ମିଳିଥିଲା। କିନ୍ତୁ ଏ ମିତି ଅବସ୍ଥାରେ ଥିଲା ଯେ, ତାକୁ ଦେଖିଲେ ଜାଣି ହେଉ ନଥିଲା।

ଘଟଣାଟି ଆଗକୁ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ପ୍ରକୃତରେ କୁକୁରଟି ରୋଡ ତିଆରି ହେବା ସମୟରେ ବ୍ୟବହାର ହୋଇଥିବା ଡାମ୍ବରରେ ପଡିଯାଇଥିଲା । ଏହି କାରଣରୁ ସେଠାରେ ଥିବା ପିଚୁ ତା ଦେହରେ ଏଭଳି ଭାବେ ସେଟ ହୋଇଯାଇଥିଲା ଯେ, ଶରୀରର କୌଣସି ଅଙ୍ଗ କାମ କରୁନଥିଲା। ମାନେ ପଥର ସଦୃଶ ସେ ସେଠାରେ ପଡ଼ି ରହିଥିଲା। ଏପରି କହି ପାରିବା ଯେ, ରୋଡ ତିଆରି ପାଇଁ କାମରେ ନିୟୋଜିତ ଥିବା ବ୍ୟକ୍ତିଙ୍କ ଖାମଖିଆଲି ମନୋଭାବ କାରଣରୁ ଏଭଳି ହୋଇଛି। ତେବେ ଏହାକୁ ଦେଖି ପ୍ରଥମେ ସେଠାରେ ଥିବା ଲୋକ ତାକୁ ଏକ କଳା ପଥର ବୋଲି ଭାବିଲେ। କିନ୍ତୁ ପରେ ସେ ଜାଣିପାରିଲେ। ଦେଖନ୍ତୁ ସେହି ଭିଡିଓ..

 

View this post on Instagram

 

A post shared by Pb31.creative (@pb31.creative)

ଏହାପରେ କୁକୁରଟିକୁ ଲୋକମାନେ ସୁରକ୍ଷିତ ସ୍ଥାନରେ ରଖି ତା ଦେହରୁ ସମସ୍ତ ପିଚୁ ଅଠା ବାହାର କଲେ। କିଛି ଲୋକ ଏହାକୁ ମିଶି କରିଥିଲେ। କିଛି ଘଣ୍ଟାର ପରିଶ୍ରମ ପରେ ଶେଷରେ ସେମାନେ କୁକୁର ଶରୀରରୁ ପିଚୁ ଅଠା ବା ଡାମ୍ବରକୁ ହଟାଇଥିଲେ। ଆମେ ଏମିତି ବି କହି ପାରିବା ଯେ, ସେମାନେ କୁକୁର ପାଇଁ ଦେବଦୂତ ସାଜି କୁକରକୁ ନୂଆ ଜୀବନ ଦେଇଥିଲେ। ଏହାପରେ କୁକୁର ମଧ୍ୟ ଖୁବ ଖୁସି ହୋଇଯାଇଥିଲା। ଲୋକମାନେ ତାକୁ ସଫା କରିବା ପରେ ଭଲ ଭାବେ ଖାଇବାକୁ ଦେଇଥିଲେ ।ତା ପରେ କୁକୁରକୁ ଛାଡି ଦେଇଥିଲେ। ଏହି ଭିଡ଼ିଓଟି ଲୋକଙ୍କୁ ଖୁବ ପସନ୍ଦ ଆସିଛି। କୁକୁରକୁ ନୂଆ ଜୀବନ ଦେଇ ସେହି ଲୋକମାନେ ପ୍ରଶଂସାର ପାତ୍ର ପାଲଟିଛନ୍ତି। ଅନେକ ଦର୍ଶକ ଏହାକୁ ଖୁବ ସେୟାର ମଧ୍ୟ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.