ଦିନର ଏହି ସମୟରେ ହୋଇଥାଏ ସର୍ବାଧିକ ମୃତ୍ୟୁ, ଗବେଷଣାରୁ ଆସିଲା ଏହିଭଳି କିଛି ଭୟଙ୍କର ତଥ୍ୟ ଯାହା ଶୁଣିଲେ ଭୟରେ ଥରିଉଠିବ ଆପଣଙ୍କ ଛାତି
ବିଜ୍ଞାନ ପାଖରେ ଆମର ସମସ୍ତ ପ୍ରଶ୍ନର ଉତ୍ତର ରହିଥାଏ । ଯଦିଓ ମୃତ୍ୟୁ ଉପରେ କାବୁ କରାଯାଇପାରିବ ନାହିଁ କିନ୍ତୁ କଣ ଆପଣ ଜାଣିଛନ୍ତି ଏକ ଗବେଷଣାରୁ ଜଣାପଡିଛି ଯେ ଦୁନିଆରେ ଅଧିକାଂଶ ଲୋକ ସକାଳର ତୃତୀୟ ପ୍ରହାର ଅର୍ଥାତ ଭୋର ୩ଟାରୁ ୪ଟା ସମୟ ମଧ୍ୟରେ ଏହି ଦୁନିଆ ଛାଡି ଚାଲିଯାଇଥାନ୍ତି । ଏହି କାରଣରୁ ବିଜ୍ଞାନ ମଧ୍ୟ ଏକ ପ୍ରହରକୁ ମୃତ୍ୟୁ ପାଇଁ ପରଫେକ୍ଟ ସମୟ ବୋଲି ମଣିଥାଏ । ତେବେ ଏହା ପଛରେ ଥିବା ରହସ୍ୟକୁ ନେଇ ଗବେଷକମାନେ କହିଛନ୍ତି ଯେ ଏହି ସମୟରେ ମଣିଷ ଶରୀର ସବୁଠାରୁ ଅଧିକ ଦୁର୍ବଳ ହୋଇଯାଇଥାଏ ।
ଏହି କଥାକୁ ନେଇ ଏକ ସର୍ଭେ ମଧ୍ୟ କରାଯାଇଥିଲା ଯେଉଁଥିରୁ ଜଣାପଡିଥିଲା ଯେ ପ୍ରକୃତରେ ଏହି ସମୟରେ ହିଁ ଦୁନିଆର ଅଧିକାଂଶ ଲୋକ ମୃତ୍ୟୁବରଣ କରିଥାନ୍ତି । ତେବେ ସମସ୍ତେ ମଧ୍ୟ ଏହି ସମୟକୁ ଏକ ଭୟଙ୍କର ସମୟ ବୋଲି କହିଥିଲେ । ତେବେ ରିସର୍ଚ୍ଚରଙ୍କ କହିବା ଅନୁଯାୟୀ ଏହି ସମୟରେ ଅଧିକାଂଶ ଲୋକ ଆସ୍ଥମା ରୋଗରେ ମରୁଥିବା ଜଣାପଡିଛି ।
ମିଳିଥିବା ସୂଚନା ଅନୁଯାୟୀ ଭୋର ୩ଟାରୁ ୪ଟା ସମୟ ମଧ୍ୟରେ ଆସ୍ଥମା ଆଟାକର ସମ୍ଭାବନା ୩୦୦ ଗୁଣ ବଢ଼ିଯାଇଥାଏ । କାରଣ ଏହି ସମୟରେ ଶରୀରରେ ଆଡ୍ରେନାଲିନ ଏବଂ ଆଣ୍ଟି ଇନଫ୍ଲାମେଟୋରି ହରମୋନ କମି ଯାଇଥାଏ । ଯେଉଁ କାରଣରୁ ଶ୍ୱାସପ୍ରକ୍ରିୟା ଅଚାନକ ବଢ଼ିଯାଇଥାଏ । ତେବେ ଏହି କାରଣରୁ ମଧ୍ୟ ଭୋର ୪ଟା ସମୟରେ ଅଧିକାଂଶ ମୃତ୍ୟୁ ହୋଇଥାଏ ।
ଆଉ ଏକ ଗବେଷଣାରୁ ଜଣାପଡିଥିଲା ଯେ ବିଶ୍ଵର ୧୪ ପ୍ରତିଶତ ଲୋକ ନିଜ ଜନ୍ମଦିନରେ ହିଁ ମୃତ୍ୟୁବରଣ କରିଥାନ୍ତି । ତେବେ ଏହି ଗବେଷଣାରେ ଆଉ ଏକ ତଥ୍ୟ ମଧ୍ୟ ସାମ୍ନାକୁ ଆସିଥିଲା । ଯେଉଁଥିରୁ ଜଣା ପଡିଥିଲା ଯେ ଏହି ସମୟରେ ଶରୀରରେ କୋର୍ଟିସୋଲ ହରମୋନର ସ୍ରାବ ମଧ୍ୟ ବୃଦ୍ଧି ପାଇଥାଏ । ଯେଉଁ କାରଣରୁ ବ୍ଲଡ଼ କ୍ଳଟ ହୋଇଯିବା ଏବଂ ଆଟାକ ଆସିବା ଭଳି ସମସ୍ୟା ଦେଖାଦେଇଥାଏ ।