ଭିଡିଓ ସୁଟ୍‌ କରିବା ପାଇଁ ସୁନାମୀ ଆଗକୁ ଚାଲିଗଲେ ଲୋକ, କିଛି କ୍ଷଣ ମଧ୍ୟରେ ସମସ୍ତେ ପାଣିରେ ହୋଇଗଲେ ଗାଏବ : ଦେଖନ୍ତୁ ଭିଡିଓ

ସୋସିଆଲ ମିଡିଆରେ ଅଧିକ ଲାଇକ୍ସ ପାଇବା ପାଇଁ ନିଜ ନିଜ ଜୀବନକୁ ମଧ୍ୟ ବାଜି ଲଗାଇ ଦେଉଛନ୍ତି। ହାତରେ ମୋବାଇଲ ହେଉ ଅବା କ୍ୟାମେରା ଧରିବା ମାତ୍ରେ କିଛି ଲୋକ ସବୁକିଛି ଭୁଲି ଯାଇ ଭିଡିଓ ସୁଟ୍‌ କରିବାରେ ଲାଗିପଡନ୍ତି। ଆଉ ଏହି ସୁଟିଂ ସମୟରେ କେତେ ଯେ ବିପଦକୁ ଡାକି ଆଣନ୍ତି, ଏହି ଭିଡିଓକୁ ଦେଖିଲେ ଆପଣ ନିଶ୍ଚିତ ଜାଣିପାରିବେ। ଏମିତି ଏକ ଭିଡିଓ ଆଇପିଏସ୍‌ ଅଧିକାରୀ ଦୀପାଂଶୁ କାବ୍ରା ନିଜ ଟ୍ଵିଟର ଆକାଉଣ୍ଟରେ ସେୟାର କରିଛନ୍ତି।

ଏହି ଭିଡିଓରେ ଦେଖିବାକୁ ମିଳିଛି, ସୁନାମୀ ସତର୍କ ଦିଆଯିବା ପରେ ମଧ୍ୟ କିଛି ଲୋକ ଏହାକୁ ଅଣଦେଖା କରି ଭିଡିଓ ବନାଇବା ପାଇଁ ସମୁଦ୍ର ଜୁଆର ପାଖକୁ ଚାଲିଯାଇଛନ୍ତି। ଆଉ ତା’ ପରେ ଯାହା ଦେଖିବାକୁ ମିଳିଛି, ହୁଏତ ତାହା ଜାଣିଲେ ନିଶ୍ଚିତ ଆପଣ ଚମକି ପଡିବେ।

ଭାଇରଲ ହୋଇଥିବା ଭିଡିଓରେ ଆପଣ ଦେଖିପାରିବେ କି ଜଣେ ଯୁବକ ଲାଇଫ ଜ୍ୟାକେଟ ପିନ୍ଧି କଦଳୀ ଗଛକୁ ପଞ୍ଚ ମାରୁଥିବା ବେଳେ ଆଉ କିଛି ଲୋକ କ୍ୟାମେରା ଧରି ଜୁଆର ପାଖରେ ଠିଆ ହୋଇ ଭିଡିଓ ସୁଟ୍‌ କରିବାରେ ଲାଗିପଡିଛନ୍ତି। ଆଉ ଏହି ଜୁଆର ଯୁବକ ଏବଂ ସେମାନଙ୍କ ଆଡକୁ ଦ୍ରୁତଗତିରେ ମାଡି ଆସୁଛି। କିନ୍ତୁ ଏସବୁକୁ ଅଣଦେଖା କରି ଯୁବକ ଜଣକ ଗଛକୁ ପଞ୍ଚ ମାରୁଛନ୍ତି ଆଉ ସେମାନେ ଭିଡିଓ କରୁଛନ୍ତି। ପୁଣି ଯେତେବେଳେ ସୁନାମୀ ମାଡି ଆସୁଛି, ସେମାନେ ଦୌଡି ଦୌଡି ଚାଲିଆସୁଛନ୍ତି।

ଆଉ ଭିଡିଓ ଦେଖିବାକୁ ମିଳିଛି, ଯେତେବେଳେ ଶେଷରେ ସମୁଦ୍ର ଜୁଆର ଆସି ସମସ୍ତଙ୍କୁ ଭସାଇ ନେଉଛି। ତଥାପି ଏମାନଙ୍କ ମନରେ ଟିକେ ମାତ୍ର ଭୟ ନଥିବା ଦେଖିବାକୁ ମିଳିଛି। ସମସ୍ତେ ହାତରେ ମୋବାଇଲ ଏବଂ କ୍ୟାମେରା ଧରି ଏଭଳି ଭୟଙ୍କର ସ୍ଥିତିର ଭିଡିଓ ସୁଟ୍‌ କରିବାରେ ବ୍ୟସ୍ତ ରହିଛନ୍ତି। ଏହି ଭିଡିଓ କେଉଁଠାରର ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ। କିନ୍ତୁ ଭିଡିଓରେ ଭୟାବହତା ଦେଖିବାକୁ ମିଳିଛି।