ଏଠାରେ ଭକ୍ତଙ୍କର ଚିକିତ୍ସା କରୁଛନ୍ତି ‘ଡା. ହନୁମାନ’, କର୍କଟ ରୋଗକୁ ମଧ୍ୟ କରିଥାନ୍ତି ଦୂର

ଏମିତି ଏକ ମନ୍ଦିର ରହିଛି ଯେଉଁଠି ପ୍ରଭୁ ହନୁମାନ ଡାକ୍ତରଙ୍କ ରୂପରେ ପୂଜା ପାଇଥାନ୍ତି। ଆଶ୍ଚର‌୍ୟ୍ୟ ଲାଗୁଥିଲେ ବି ସତ। କୁହାଯାଏ ଯେ ଏହି ମନ୍ଦିରରେ ସ୍ବୟଂ ହନୁମାନ ନିଜର ଏକ ଭକ୍ତଙ୍କର ଚିକିତ୍ସା କରିବା ପାଇଁ ଡାକ୍ତର ହୋଇ ଆସିଥିଲେ। ଏହି ମନ୍ଦିର ସହିତ ଲକ୍ଷ ଲକ୍ଷ ଲୋକଙ୍କ ଆସ୍ଥା ଯୋଡ଼ି ହୋଇ ରହିଛି।

ଏହି ମନ୍ଦିରକୁ ହନୁମାନ ଯାହାଙ୍କର ଚିକିତ୍ସା କରିବା ପାଇଁ ଆସିଥିଲେ ସେ ଜଣେ ସାଧୁ ଥିଲା। ଲମ୍ବା ସମୟ ଧରି ସେ କର୍କଟ ରୋଗରେ ପୀଡ଼ିତ ଥିଲା। ହନୁମାନ ତାକୁ ଡାକ୍ତର ବେଶରେ ମନ୍ଦିରରେ ଦେଖା ଦେଇଥିଲେ। ଏହା ପରେ ସାଧୁ ଜଣକ ପୂରାପୂରି ଭାବରେ ସୁସ୍ଥ ହୋଇ ଯାଇଥିଲେ। ଶ୍ରଦ୍ଧାଳୁଙ୍କ ଧାରଣା ଯେ ଡା. ହନୁମାନଙ୍କ ପାଖରେ ସବୁ ପ୍ରକାର ରୋଗର ଚିକିତ୍ସା ରହିଛି।

lord-hanumanକୁହାଯାଏ ଯେ ସବୁ ରୋଗ ପାଇଁ ହନୁମାନଙ୍କର ବିଭୂତି ହିଁ ଯଥେଷ୍ଟ। ବିଶେଷ ରୂପରେ ବଥ, ଘା’ ଏବଂ କର୍କଟ ଭଳି ରୋଗ ମଧ୍ୟ ମନ୍ଦିରର ପାଞ୍ଚ ପରିକ୍ରମା କରିବା ପରେ ଠିକ ହୋଇଯାଇଥାଏ ବୋଲି ବିଶ୍ବାସ ରହିଛି। ଏଠାରେ ହନୁମାନଙ୍କର ଯେଉଁ ମୂର୍ତ୍ତି ପୂଜା ପାଉଛନ୍ତି ତାହା ନ୍ରୁତ୍ୟର ମୁଦ୍ରାରେ ରହିଛି। ଏହା ଦେଶର ଗୋଟିଏ ମାତ୍ର ମୂର୍ତ୍ତି ଯେଉଁଠି ହନୁମାନ ନ୍ରୂତ୍ୟ କରୁଥିବାର ଦେଖିବାକୁ ମିଳିଥାଏ।

hanumanଇଟାୱା ଜିଲ୍ଲାର ସୀମାରେ ଦରୌଆ ସରକାର ଧାମରେ ଥିବା ହନୁମାନ ମନ୍ଦିର ‘ଡାକ୍ତର ହନୁମାନ’ଙ୍କର ଘର ଅଟେ। ଏଠାକୁ ଡା. ହନୁମାନଙ୍କ ପାଖକୁ ଭଲ ସ୍ବାସ୍ଥ୍ୟର ଭରସା ନେଇ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଛୁଟି ଆସିଥାନ୍ତି। ପ୍ରତ୍ୟକ ମଙ୍ଗଳବାର ଦିନ ଏଠାରେ ବହୁତ ଲୋକଙ୍କ ଭିଡ଼ ଜମିଥାଏ।

୩୦୦ ବର୍ଷ ପୂର୍ବରୁ ହନୁମାନଙ୍କର ଏହି ମୂର୍ତ୍ତି ନିମ ଗଛରେ ଲୁଚି ରହିଥିଲା। ଗଛକୁ କାଟିବା ପରେ ଗୋପୀ ବେଶଧାରୀ ହନୁମାନଙ୍କ ଏହି ମୂର୍ତ୍ତି ଉଦ୍ଧାର ହୋଇଥିଲା। ଏହା ପରଠାରୁ ମୂର୍ତ୍ତିର ପୂଜା ଅର୍ଚ୍ଚନା କରାଯାଉଛି।