ସ୍ପେଶାଲ

ବରମୁଡ଼ା ଟ୍ରାଏଙ୍ଗଲ ଭଳି ଆଉ ଏକ ରହସ୍ୟମୟ ସ୍ଥାନ; ଏଠାରେ ପ୍ରତିମୁହୂର୍ତ୍ତରେ ଘଟେ ବିଚିତ୍ର ଘଟଣା, ସୁସ୍ଥ ହୁଅନ୍ତି ଦୂରାରୋଗ୍ୟ ପୀଡ଼ିତ

ରହସ୍ୟମୟ ବରମୁଡ଼ା ଟ୍ରାଏଙ୍ଗଲ ଭଳି ପୃଥିବୀରେ ଆଉ ଏକ ରୋମାଞ୍ଚକ ସ୍ଥାନ ମଧ୍ୟ ରହିଛି। ସେହି ସ୍ଥାନର ନାଁ ମଧ୍ୟ ବରମୁଡ଼ା ଟ୍ରାଏଙ୍ଗଲ ସହ କିଛିଟା ମିଶୁଛି। ଋଷରେ ରହିଛି ଏଭଳି ଏକ ରହସ୍ୟମୟ ସ୍ଥାନ, ଯାହାର ନାଁ ହେଉଛି ଏମ- ଟ୍ରାଏଙ୍ଗଲ ବା ଏମ ତ୍ରିକୋଣ। ଋଷର ପର୍ମ ସହରରେ ସ୍ଥିତ ଏହି ଅଞ୍ଚଳରେ ପୂର୍ବରୁ ଲୋକମାନେ ବାସ କରୁଥିଲେ। ରାଜଧାନୀ ମସ୍କୋଠାରୁ ଏହି ଅଞ୍ଚଳର ଦୂରତା ପ୍ରାୟ ୬୦୦ କିଲୋମିଟର। ଏମ ଟ୍ରାଏଙ୍ଗଲର ଅର୍ଥ ମୋଲ୍ୟବକା ଟ୍ରାଏଙ୍ଗଲ। ସେତେବେଳେ ଏହି ଅଞ୍ଚଳକୁ ଏକ ପବିତ୍ର ସ୍ଥାନ ଭାବେ ବିବେଚନା କରାଯାଉଥିଲା। ମାତ୍ର ଏବେ ଏହା ରହସ୍ୟମୟ ସ୍ଥାନରେ ପରିବର୍ତ୍ତିତ ହୋଇଛି।

୭୦ ବର୍ଗ କିଲୋମିଟର ପରିବ୍ୟାପ୍ତ ଏହି ଅଞ୍ଚଳକୁ ପର୍ମ କ୍ଷେତ୍ର ମଧ୍ୟ କୁହାଯାଏ। ୧୯୮୦ ମସିହାରେ ଏଠାରେ ବିକଟାଳ ଶବ୍ଦ ଶୁଣିବାକୁ ମିଳିଲା। ଏହି ଶବ୍ଦ ହଠାତ ଶୁଭୁଥିଲା। କେହି ଦ୍ରୁତ ବେଗରେ ଗାଡ଼ି ନେଉଥିବା ଶବ୍ଦ ଏଠାରେ ପ୍ରାୟତଃ ଶୁଣିବାକୁ ମିଳୁଥିଲା। ମାତ୍ର ଆଶ୍ଚର୍ଯ୍ୟର କଥା ହେଉଛି ଏଠାରୁ ପ୍ରାୟ ୪୦ କିଲୋମିଟର ଦୂରରେ ହିଁ ରାସ୍ତା ରହିଛି। ତେଣୁ ଗାଡ଼ି ଶବ୍ଦ କେଉଁଠାରୁ ଆସୁଥିଲା ତାହା ସନ୍ଦେହରେ ରହିଥିଲା।

ଧୀରେ ଧୀରେ ଲୋକମାନେ ଏହି ଘଟଣାକୁ ଭୁଲିବା ବେଳେ ଅଚାନକ ଦିନେ ବାଦଲ ଭିତରୁ ମାଟିକୁ ଆଲୋକ ପଡ଼ିବା ଦେଖିବାକୁ ମିଳିଲା। ଏଥିସହ ଜଙ୍ଗଲର ଆଖପାଖରେ ବିଭିନ୍ନ ଅଦ୍ଭୁତ ଚିହ୍ନ ଓ ଅକ୍ଷର ଦେଖାଗଲା। ଏଠି ସହ କିଛି ଲୋକ ଏଠାକାର ଆକାଶରେ ଉଡ଼ନ୍ତା ଥାଳିଆ ଦେଖିଥିବା ମଧ୍ୟ ଦାବି କରିଥିଲେ।

ଏହି ଅଞ୍ଚଳରେ ଯଦି କେହି ବୋକା ଲୋକ କିଛି ଦିନ ରହୁଥିଲା ତେବେ ସେ ଚାଲାକ ହୋଇଯାଉଥିବା କୁହାଯାଉଥିଲା। ଏହି ଅଞ୍ଚଳରେ କିଛି ବିଚିତ୍ର ଶକ୍ତି ଥିବା ଅନୁଭବ ହେଉଥିଲା। କୁହାଯାଉଥିଲା ଯେ ଦୂରାରୋଗରେ ପୀଡିତ ବ୍ୟକ୍ତି ଏଠାକୁ ଆସିବା ପରେ ସୁସ୍ଥ ହୋଇଯାଉଥିଲା।

ଏମ- ଟ୍ରାଏଙ୍ଗଲ ବିଷୟରେ ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି ଏହି ଅଞ୍ଚଳରେ ବିଭିନ୍ନ କମ୍ପାନୀର ମୋବାଇଲ ଟାୱାର ଥିଲେ ମଧ୍ୟ ଏଠାରେ ଫୋନ କାମ କରେନାହିଁ। ତେବେ ଏଠାରେ ଏକ ମୁଣ୍ଡିଆ ରହିଛି ଯାହା ଉପରେ ଚଢ଼ି ଆପଣ ପୃଥିବୀର ଯେ କୌଣସି ସ୍ଥାନକୁ ମଧ୍ୟ କଲ କରିପାରିବେ। ମାତ୍ର ସେଠାରୁ ଓହ୍ଲାଇବା ପରେ ଆପଣଙ୍କ କଲ ଆଉ ଲାଗିବ ନାହିଁ। ଏହି ମୁଣ୍ଡିଆକୁ କଲ ବକ୍ସ କୁହାଯାଏ।

WCW 11

Recent Posts

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

32 seconds ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

9 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

9 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

27 mins ago

ଲୋକସଭାରେ ରାହୁଲ ଗାନ୍ଧି ହେବେ ବିରୋଧୀ ନେତା, INDIA ବ୍ଲକ ବୈଠକରେ ନିଷ୍ପତ୍ତି

ଲୋକସଭାରେ ବିରୋଧୀ ନେତା ହେବେ ରାହୁଲ ଗାନ୍ଧି । ଇଣ୍ଡିଆ ବ୍ଲକ୍‌ ଏହା ଉପରେ ମୋହର ମାରିଛି । କଂଗ୍ରେସର…

28 mins ago

ପୁଣି ଲୋକସଭା ବାଚସ୍ପତି ହେଲେ ଓମ୍‌ ବିର୍ଲା, ବାଚ୍‌ନିକ ଭୋଟରେ ହେଲେ ବିଜୟୀ

ପୁଣି ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ ହେଲେ ଓମ୍‌ ବିର୍ଲା । ବାଚ୍‌ନିକ ଭୋଟରେ ନିର୍ବାଚିତ ହେଲେ ଓମ୍‌ ବିର୍ଲା…

32 mins ago