Trending: ପାକିସ୍ତାନୀ ଯୁବକ McDonald’s ଚିକେନ୍‌ ବର୍ଗରରେ ତିଆରି କଲେ ଆଇସ୍‌କ୍ରିମ୍‌, ଭାଇରାଲ ହେଉଛି ଭିଡିଓ

ସୋସିଆଲ ମିଡିଆରେ ପ୍ରତ୍ୟେକ ଦିନ କିଛି ନା କିଛି ଭିଡିଓ ଭାଇରାଲ ହେବାରେ ଲାଗିଥାଏ। ଏବେ ଏମିତି ଏକ ନୂଆ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ଦେଖିବାକୁ ମିଳୁଛି, ପାକିସ୍ତାନର ଜଣେ ଯୁବକ ଚିକେନ୍‌ ବର୍ଗରକୁ ଆଇସ୍‌କ୍ରିମ୍‌ରେ ପରିଣତ କରୁଛନ୍ତି। ଏହି ଭିଡିଓକୁ ଦେଖି ଯେ କେହି ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି ଏବଂ ଜାଣିବାକୁ ଉତ୍ସୁକ ରହିଛନ୍ତି କି, ବର୍ଗରରୁ ତିଆରି ଏହି ଆଇସ୍‌କ୍ରିମ୍‌ର ସ୍ୱାଦ କିପରି ହୋଇଥିବ। ତେବେ ଯୁବକ ଜଣକ McDonald’s ବର୍ଗରକୁ ହିଁ ଆଇସ୍‌କ୍ରିମ୍‌ରେ ପରିଣତ କରୁଛନ୍ତି।

କିଛି ଲୋକ କହିଛନ୍ତି, ଭିଡିଓ ଦେଖିବା ପରେ McDonald’s ଚିକେନ୍‌ ବର୍ଗର ବନାଇବା ବନ୍ଦ କରିଦେବ। ଭିଡିଓଟି ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି ଏବଂ ଲୋକେ ଏହାକୁ ନେଇ ବିଭିନ୍ନ କମେଣ୍ଟସ୍‌, ଜୋକ୍ସ ଓ ମିମ୍ସ ପୋଷ୍ଟ କରିବାରେ ଲାଗିଛନ୍ତି।

ଭିଡିଓଟି ପାକିସ୍ତାନର Chaudairy ଆଇସ୍‌କ୍ରିମ୍‌ ପାର୍ଲରର। ଦର୍ଶନ ପାଠକ ନାମକ ୟୁଜର ଏହି ଭିଡିଓକୁ ଟ୍ଵିଟ୍‌ କରିଛନ୍ତି। ଏଥିରେ ଯୁବକ ଜଣକ McDonald’sର ଚିକେନ୍‌ ବର୍ଗରକୁ ବକ୍ସ ଭିତରୁ ବାହାର କରୁଛନ୍ତି ଏବଂ ଏହାକୁ କିମା ବନାଉଛନ୍ତି। ଏହାପରେ ସେ କ୍ଷୀର ଏବଂ କ୍ରିମ୍‌ ସେଥିରେ ମିଶାଉଛନ୍ତି। କିଛି ସମୟ ପରେ ବର୍ଗର ଆଇସ୍‌କ୍ରିମ୍‌ରେ ପରିଣତ ହୋଇଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.