କୁକୁରକୁ ବଞ୍ଚାଇବାକୁ ଯାଇ ଟ୍ରେନ ସାମ୍ନାକୁ ଚାଲିଗଲେ ବ୍ୟକ୍ତି, ଭିଡ଼ିଓ ହେଉଛି ଭାଇରାଲ

ଆଜି ବି ଲୋକଙ୍କ ଭିତରେ ମାନବିକତା ଲୁଚି ରହିଛି। ଯାହା କି ସେମିତି କିଛି ପରିସ୍ଥିତି ଘଟିଲେ ସାମ୍ନାକୁ ଆସେ। ଯାହା ପରେ ଖୁବ ଭାଇରାଲ ହୋଇଯାଏ। ଏମିିତି କିଛି ଦୃଶ୍ୟ ସୋସିଆଲ ମିଡିଆରେ ମଧ୍ୟ ୟୁଜର୍ସଙ୍କୁ ଖୁବ ପସନ୍ଦ ଆସୁଛି। । ଆଜି ବି ସେମିତି ଏକ ଦୃଶ୍ୟ ସାମ୍ନାକୁ ଆସିଛି। ପଶୁ ମାନଙ୍କୁ ବଞ୍ଚାଇବାକୁ ଯାଇ କିଛି ଏମିତି କରୁଛନ୍ତି ଯାହା ସିସିଟିଭିରେ କଏଦ ହୋଇଯାଉଛି। ପରେ ସବୁମହଲରୁ ଲୋକଙ୍କ ପ୍ରଂଶସାର ସୁଅ ଛୁଟୁଛି।

ଇଣ୍ଟରନେଟରେ ଏମିତି ଅନେକ ଭିଡ଼ିଓ ରହିଛି। ଯାହାକୁ ଦେଖିବା ପରେ ଆପଣଙ୍କୁ ଲାଗିବ ଯେ, ଯଦି ଏହା କ୍ୟାମେରାରେ ରେକର୍ଡ ହୋଇନଥାନ୍ତା ତେବେ ବିଶ୍ୱାସ କରିବା ମୁସ୍କିଲ। ଏହି ଭିଡ଼ିଓରେ ଜଣେ ବ୍ୟକ୍ତି କୁକୁରକୁ ରେଲେଓ୍ଵ ଟ୍ରାକ ଉପରୁ ବଞ୍ଚାଉଛନ୍ତି। ରେଲେଓ୍ଵଟ୍ରାକରେ ଫସିଥିବା କୁକୁରକୁ ବଞ୍ଚାଇବାକୁ ଯାଇ ବ୍ୟକ୍ତି ଜଣକ ଟ୍ରେନ ସାମ୍ନାକୁ ଚାଲିଗଲେ। ଶେଷରେ ସୁରକ୍ଷିତ ଭାବେ ଚାଲିଆସିଲେ । ଯାହାର ଭିଡ଼ିଓ ସିସିଟିଭିରେ କଏଦ ହୋଇଛି।

ଏହି ଭିଡ଼ିଓରେ ଆପଣ ଦେଖିବାକୁ ପାଇବେ ଯେ, କୁକୁର ବେକର ପଟିକୁ ରେଲେଓ୍ଵ ଟ୍ରାକ ଉପରେ କିଏ ବାନ୍ଧି ଦେଇଛି। ଯାହାପାଇଁ କୁକୁରଟି ସେଠି ଜବରଦସ୍ତି ଫସି ଯାଇଥିଲା। କିନ୍ତୁ ପରେ ଜଣେ ବ୍ୟକ୍ତି ତାକୁ ବଞ୍ଚାଇଲେ । ଇନଷ୍ଟାଗ୍ରାମରେ ଏହି ଭିଡ଼ିଓକୁ nature_pets_lover ଆକାଉଣ୍ଟ ସେୟାର କରି ଛି। ଯାହାକୁ ଏବେ ପର୍ଯ୍ୟନ୍ତ ୩୩ ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି। କୋଟିଏ ପାଖାପାଖି ଲୋକ ଏହାକୁ ଲାଇକ କରିସାରିଲେଣି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.