ସ୍ପେଶାଲ

ବାତ୍ୟା ପୂର୍ବରୁ ସତର୍କ ରୁହନ୍ତୁ, ଏହି ସବୁ କାମ ଆଗୁଆ କରି ନିଅନ୍ତୁ

ଖୁବ୍‌ ଭୟଙ୍କର ହୋଇ ଆସୁଛି ବାତ୍ୟା ‘ୟସ୍‌’ । ବିଶେଷ କରି ଓଡ଼ିଶାର ଅଳ୍ପ କିଛି ଜିଲ୍ଲାକୁ ଏହା ପ୍ରଭାବିତ କରିବ ବୋଲି ପୁର୍ବାନୁମାନ କରାଯାଉଛି । ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନ ସଜାଗ ରହି ଲୋକଙ୍କୁ ସତର୍କ କରିବା ସହ ବିଭିନ୍ନ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛନ୍ତି । ତେବେ ଏହା ଭିତରେ ଯେଉଁମାନେ ନିଜ ଘରେ ରହୁଛନ୍ତି ସେମାନେ ନିଜସ୍ୱ ଭାବେ କିଛି ସତର୍କତା ଅବଲମ୍ବନ କରିବା ଉଚିତ ।

୧-ନିଜର ଘର କେତେ ସୁରକ୍ଷିତ ସେ କଥା ପ୍ରଥମେ ଜାଣି ନିଅନ୍ତୁ । ଯଦି ଏହା ବାତ୍ୟାକୁ ସହିଲା ଭଳି ନଥାଏ ତେବେ ସୁରକ୍ଷିତ ଜାଗାକୁ ଚାଲି ଯାଆନ୍ତୁ ।
୨-ଘର ପାଖରେ ବଡ଼ ବଡ଼ ଗଛ ଥିଲେ ଏହା ଘର ଉପରେ ପଡ଼ିବାର ଆଶଙ୍କା ଥାଏ । ସେ ଦୃଷ୍ଟିରୁ ନିଜ ପରିବାରକୁ ସୁରକ୍ଷିତ ଜାଗାରେ ରଖନ୍ତୁ ।
୩-ଘରର ଝରକା ଆଦିରେ କାଚ ଲାଗିଥିଲେ ତାକୁ ଠିକ୍‌ ଭାବେ ବନ୍ଦ କରନ୍ତୁ ଅଥବା ମୋଟା କନା ଦ୍ୱାରା ଘୋଡ଼ାଇ ରଖନ୍ତୁ ।
୪-ଜୋରରେ ପବନ ବହିବା ବେଳେ ଘରୁ ଆଦୌ ବାହାରକୁ ବାହାରନ୍ତୁ ନାହିଁ ।
୫-ପ୍ରଥମେ ବ୍ୟବହାର ପାଇଁ ପାଣି ସଞ୍ଚୟ କରି ରଖି ଦିଅନ୍ତୁ । କାରଣ ବିଜୁଳି ଚାଲିଗଲେ ପାଣି ମିଳିବା ସମସ୍ୟା ହେବ । ସେହିପରି ଗାଁ ଗହଳିରେ କୂଅ ବ୍ୟବହାର କରୁଥିବା ଲୋକେ ମଧ୍ୟ ଏ ନେଇ ଆଗୁଆ ପଦକ୍ଷେପ ନିଅନ୍ତୁ ।
୬-ବିଜୁଳି ଚାଲିଯିବା ପୂର୍ବରୁ ଏମରଜେନସୀ ଲାଇଟ୍‌, ମହମବତୀ, କିରୋସିନ କିମ୍ବା ଗ୍ୟାସ୍‌ ଷ୍ଟୋଭ୍‌, ଟର୍ଚ୍ଚ ଲାଇଟ୍‌ ଆଦି ପ୍ରସ୍ତୁତ କରି ରଖନ୍ତୁ ।
୭-ସ୍ଥାନୀୟ ପ୍ରଶାସନର ସମସ୍ତ ଫୋନ୍‌ ନମ୍ବର (ଡାକ୍ତରଖାନା, ଆମ୍ବୁଲାନ୍ସ, ପୋଲିସ୍‌ ଆଦି) ପାଖରେ ରଖିଥାନ୍ତୁ ।
୮-ମୋବାଇଲ୍‌ଗୁଡ଼ିକୁ ପୂର୍ବରୁ ଚାର୍ଜ କରି ରଖନ୍ତୁ ଏବଂ ପାଓ୍ଵାର ବ୍ୟାଙ୍କକୁ ମଧ୍ୟ ରିଚାର୍ଜ କରି ରଖନ୍ତୁ । ନିଜ ଲାପଟପ୍‌କୁ ରିଚାର୍ଜ କରି ରଖିଲେ ମଧ୍ୟ ଅନେକ ସାହାଯ୍ୟ ମିଳିବ ।
୯-ଆବଶ୍ୟକ ଜ୍ୱର, ଝାଡ଼ା ଆଦି ଅତ୍ୟାବଶ୍ୟକ ଔଷଧ ପାଖଷର ରଖନ୍ତୁ ।
୧୦-ଏହି କରୋନା ସମୟରେ ଅଧିକ ସତର୍କ ରହିବା ଜରୁରୀ । ବିଶେଷ କରି ବରିଷ୍ଠ ନାଗରିକଙ୍କ ପ୍ରତି ବେଶି ଧ୍ୟାନ ଦିଅନ୍ତୁ ।
୧୧-ସେହିପରି ଶିଶୁମାନଙ୍କର ମଧ୍ୟ ବିଶେଷ ଯତ୍ନ ନେବା ସହିତ ସେମାନଙ୍କୁ ସତର୍କ କରନ୍ତୁ ।
୧୨-ନିଜର ଯାନବାହନକୁ ସୁରକ୍ଷିତ ସ୍ଥାନରେ ରଖନ୍ତୁ ।
୧୩-ଯଦି ଘର ଛାଡ଼ି ଅନ୍ୟତ୍ର ଯିବାକୁ ପଡୁଛି ତେବେ ସମସ୍ତଙ୍କର ଲୁଗା ପଟା ଏବଂ ଆବଶ୍ୟକ ନିତ୍ୟ ବ୍ୟବହାର ଜିନିଷଗୁଡ଼ିକୁ ସ୍ୱତନ୍ତ୍ର ଭାବେ ଏକ କିଟ୍‌ ବା ବ୍ୟାଗ୍‌ରେ ରଖି ଦିଅନ୍ତୁ ।
୧୪-ଘରେ ବିଜୁଳିର ସମସ୍ତ ସୁଇଚ୍‌ ବନ୍ଦ କରିବା ସହ ଟିଭି, ଫ୍ରିଜ୍‌ ଆଦି ଭଳି ଅନ୍ୟ କନେକସନ୍‌କୁ ଅଲଗା କରି ଦିଅନ୍ତୁ ।
୧୫-ବାତ୍ୟା ପରେ ଯେପର୍ଯ୍ୟନ୍ତ ସୁରକ୍ଷିତ ବୋଲି ଭାବି ନାହାନ୍ତି ସେ ଯାଏ ବାହାରକୁ ବାହାରନ୍ତୁ ନାହିଁ ।

 

KNews Bureau

Recent Posts

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

3 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

11 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

27 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

60 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

1 hour ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

1 hour ago