ପୋଷା କୁକୁରକୁ ଧରି ଚଳନ୍ତା ଟ୍ରେନରେ ଚଢୁଥିଲେ ଯୁବକ, ଘଟିଲା ଅଘଟଣ

ଚଳନ୍ତା ଟ୍ରେନରେ ପୋଷା କୁକୁରକୁ ଧରି ଚଢ଼ୁଥିଲେ ମାଲିକ । ଆଉ ଷ୍ଟେସନରେ ଯାହା ଘଟିଲା ଏବେ ତାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି ।
ପୋଷା କୁକୁର ସହିତ ଜଣେ ବ୍ୟକ୍ତି ଚଳନ୍ତା ଟ୍ରେନରେ ଚଢିବାକୁ ଚେଷ୍ଟା କରୁଥିଲେ । ସେ ଅତ୍ୟନ୍ତ ବିପଦପୂର୍ଣ୍ଣ ଥିଲା । ଆଉ ସେଇଆ ଘଟିଲା ମଧ୍ୟ । ଦୁର୍ଭାଗ୍ୟବଶତଃ କୁକୁର ବେକରେ ବନ୍ଧା ହୋଇଥିବା ଦଉଡ଼ିଟି ଖସି ଯାଇଥିଲା । ଆଉ କୁକୁରଟି ଟ୍ରେନରେ ଚଢୁଥିବା ବେଳେ ଟ୍ରେନ୍ ଟ୍ରାକରେ ଖସି ପଡିଥିଲା । ସେଠାରେ ଥିବା ସ୍ଥାନୀୟ ଲୋକ କୁକୁରକୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ । ସେହି ସମୟରେ କୁକୁରର ମାଲିକ ଚିତ୍କାର ଶୁଣି ଟ୍ରେନକୁ ରୋକିବା ପାଇଁ ରେଳବାଇ ପୋଲିସକୁ ଅନୁରୋଧ କରିଥିଲେ । ତେବେ କୁକୁର ଜୀବନ ସୁରକ୍ଷିତ ଅଛି କି ନାହିଁ ସୋସିଆଲ ମିଡିଆର ଭାଇରଲ ହେଉଥିବା ଏହି ହୃଦୟ ବିଦାରକ ଦୃଶ୍ୟରୁ ସ୍ପଷ୍ଟ ହୋଇ ପାରିନାହିଁ । କିନ୍ତୁ କୁକୁର ମାଲିକ ଜଣକ କେତେବଡ଼ ଭୁଲ କରିଛନ୍ତି ସେକଥା ଭିଡିଓରୁ ସ୍ପଷ୍ଟ ହେଉଛି । ଏପରି ଅସାବଧାନତା ଯୋଗୁଁ ଦୁର୍ଘଟଣା ସଂଖ୍ୟା ବଢିବାରେ ଲାଗିଛି । ଏହି ଭିଡିଓ ଏଭଳି ମଣିଷଙ୍କୁ ସଚେତନ କରିବ ।
Also Read : କେହି ଶୁଣୁନାହାନ୍ତି ଗୁହାରି, ଚାରିମାସ ହେବ ଭିନ୍ନକ୍ଷମ ମହିଳାଙ୍କୁ ମିଳୁନାହିଁ ଭତ୍ତା