ଶାଶୁଘରକୁ ବିଦା ହେଉଥିବାବେଳେ ମାଲିକାଣୀଙ୍କୁ ଧରି କାନ୍ଦିଲା ପୋଷା କୁକୁର, ଭିଡିଓ ହେଉଛି ଭାଇରାଲ୍

ନୂଆଦିଲ୍ଲୀ: ମଣିଷର ସବୁଠାରୁ ବିଶ୍ୱସ୍ତ ପ୍ରାଣୀ କିଏ ବୋଲି ପଚାରିଲେ ନିଶ୍ଚୟ ଆପଣମାନେ କହିବେ ‘କୁକୁର’ । ତେବେ ଏହି କୁକୁରକୁ ନେଇ ବର୍ତ୍ତମାନ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଏକଥା ତ ସମସ୍ତଙ୍କୁ ଜଣାଅଛି କି ଏବେ ଚାଲିଛି ବିବାହ ସିଜିନ୍। ଏହି ପରିପେକ୍ଷୀରେ ବିବାହକୁ ନେଇ ଅନେକ ଭିଡିଓ ଓ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ ହେବାରେ ଲାଗିଛି।

ତେବେ ଏହି ସବୁ ଭିତରୁ ଏମିତି ଏକ ଫଟୋ ଓ ଭିଡିଓ ଭାଇରାଲ ହୋଇଛିଯାହା ଆପଣଙ୍କୁ କନ୍ଦାଇଦେବ। ଭିଡିଓଟିରେ ଯାହା ଦେଖିବାକୁ ମିଳିଛି ଜଣେ କନ୍ୟା ବିବାହ ପରେ ଯେତେବେଳେ ଶାଶୁଘରକୁ ବିଦା ହେଉଛନ୍ତି ଅର୍ଥାତ୍ ବିଦାୟୀ ରସମ୍ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ପୋଷାକୁକୁର ତାଙ୍କୁ ଛାଡ଼ିବାକୁ ନାରାଜ୍।

pet

ବିଦାୟୀ ସମୟରେ କନ୍ୟା ଜଣକ ତାଙ୍କ ପରିବାର ସଦସ୍ୟଙ୍କୁ ଧରି କାନ୍ଦୁଥିବା ବେଳେ ପୋଷାକୁକୁର ବି ତାର ମାଲିକାଣୀଙ୍କୁ ଧରି କାନ୍ଦୁଥିବାର ଦେଖିବାକୁ ମିଳିଛି। ଏହି ହୃଦୟସ୍ପର୍ଶୀ ଭିଡିଓକୁ ସୋସିଆଲ ମିଡିଆ ବ୍ୟବହାରକାରୀ ବେଶ ପସନ୍ଦ କରୁଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଏହି ଘଟଣାର ଭିଡିଓକୁ  ଆଇ ଲଭ ୟୁ ୧୪୩୦ ନାମକ ଆକାଉଣ୍ଟରୁ ସେୟାର କରାଯାଇଛି।

ଯାହା ସୂଚନା ମିଳିଛି ଏହି ୨୪ ସେକେଣ୍ଡର ଭିଡିଓକୁ ଏଯାଏ ୩୦ ହଜାରରୁ ଅଧିକ ଲାଇକ ମିଳିସାରିଲାଣି। ଭିଡିଓ ଦେଖିବା ପରେ ସୋସିଆଲ ମିଡିଆ ବ୍ୟବହାରକାରୀ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଇଛନ୍ତି। ଜଣେ ଲେଖିଛନ୍ତି, ‘ପଶୁପକ୍ଷୀମାନେ ବି ଏସବୁ ଭାବନକୁ ଅନୁଭବ କରିପାରନ୍ତି। ଆଉ ଜଣେ ଲେଖିଛନ୍ତି, ‘ ମାଲିକାଣୀ କୁକୁରକୁ ନିଜ ସାଥୀରେ ବି ନେଇ ପାରିଥାଆନ୍ତେ।’ ତେବେ ଏହି ଭିଡିଓକୁ ଦେଖି ସମସ୍ତଙ୍କ ଆଖିରେ ଲୁହ ଆସିଯାଉଛି।