ସ୍ପେଶାଲ

ବରଫାବୃତ ପାହାଡ଼ ଓ ଜଙ୍ଗଲ ମଧ୍ୟରେ କୁହୁଡ଼ି ଆଚ୍ଛାଦିତ ସହର, ଭାଇରାଲ ହେଉଛି ଜାପାନର ସବୁଠୁ ସୁନ୍ଦର ଫଟୋ

ଆମ ପୃଥିବୀ ଖୁବ୍‌ ସୁନ୍ଦର। ଆଉ ଶୀତ ଦିନ ଆସିଲେ ଏହାର ଶୋଭା ଦୁଇ ଗୁଣିତ ହୋଇଯାଏ। ତେବେ ବର୍ତ୍ତମାନ ଜାପାନର ସେଭଳି ଏକ ଅତି ମନୋରମ ଫଟୋ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଜାପାନୀ ଫଟୋଗ୍ରାଫର ୟାସୁଟୋ ଇନାଗାକି ସ୍ଥାନୀୟ ତତେୟାମା ପାହାଡ଼ର ଏହି ମନମୁଗ୍ଧକର ଫଟୋ ଉଠାଇଛନ୍ତି। ଏହି ଫଟୋରେ ପାହାଡ଼ ଓ ଜଙ୍ଗଲ ମଧ୍ୟରେ ସହରର ଚିକ୍‌ମିକ୍‌ ଆଲୋକମାଳା ନଜର ଆସିଛି। ଆଉ ଏହାର ସୁନ୍ଦରତାକୁ ଆହୁରି ବଢ଼ାଇ ଦେଇଛି କୁହୁଡ଼ି। କୁହୁଡ଼ି ଆଚ୍ଛାଦିତ ଏହି ସହରର ଫଟୋ ଏବେ ସୋସିଆଳ ମିଡିଆରେ ଖୁବ୍‌ ଭାଇରାଲ ହେଉଛି।

ଏହି ଫଟୋକୁ ଜାପାନୀ ଫଟୋଗ୍ରାଫର ୟାସୁଟୋ ଇନାଗାକି ଜାନୁଆରୀ ୧୬ ତାରିଖ ମଧ୍ୟ ରାତ୍ରିରେ ଉଠାଇଛନ୍ତି। ଏହି ଫଟୋ ଉଠାଇବାକୁ ତାଙ୍କୁ ପ୍ରବଳ ଥଣ୍ଡାରେ ପାହାଡ଼ ଉପରେ ଅନେକ ସମୟ ଧରି ଅପେକ୍ଷା କରିବାକୁ ପଡ଼ିଥିଲା। ସେ ଶୀତ ଦିନେ ସହରର ଦୃଶ୍ୟର ଫଟୋ ଉଠାଇବାକୁ ପାହାଡ଼ ଉପରକୁ ଯାଇଥିଲେ। କିନ୍ତୁ ଅଧିକ ସୁନ୍ଦର ଫଟୋ ପାଇଁ ତାଙ୍କୁ ଆହୁରି ଉପରକୁ ଯିବାକୁ ପଡ଼ିଥିଲା। ସେ ବହୁ କଷ୍ଟ କରି ଏହି ଫଟୋ ଉଠାଇଥିଲେ। ଫଟୋଟି ଭାଇରାଲ ହେବା ପରେ ସବୁ ଆଡ଼ୁ ତାଙ୍କୁ ପ୍ରଶଂସାର ସୁଅ ଛୁଟୁଥିବାରୁ ତାଙ୍କୁ ପରିଶ୍ରମର ଫଳ ମିଳିଛି ବୋଲି କହିଛନ୍ତି ଇନାଗାକି।

ଏହି ଫଟୋରେ କୁହୁଡ଼ି ଆଚ୍ଛାଦିତ ସହରଟି ପାଣିରେ ଭାସୁଥିବା ଭଳି ନଜର ଆସୁଛି। ସହରର ବିଭିନ୍ନ କଲର ଫୁଲ ଲାଇଟ୍‌ ଫଟୋର ସୌନ୍ଦର୍ଯ୍ୟକୁ ବହୁ ଗୁଣିତ କରି ଦେଉଛି। ଇନାଗାକି କହିଛନ୍ତି, ଏହି ଗୋଟିଏ ସ୍ଥାନର ଫଟୋ ଭିନ୍ନ ଭିନ୍ନ ଋତୁରେ ଅଲଗା ଅଲଗା ଆସେ। ଏଣୁ ମୁଁ ସବୁ ଋତୁରେ ଏହି ଗୋଟିଏ ସ୍ଥାନରୁ ଫଟୋ ଉଠାଇ ପରିବର୍ତ୍ତନକୁ ସମସ୍ତଙ୍କୁ ଦେଖାଇବାକୁ ଚାହୁଁଛି ବୋଲି କହିଛନ୍ତି ଇନାଗାକି।

WCW 11

Recent Posts

ବର୍ଷା ହେଲେ ଅଯୋଧ୍ୟା ରାମ ମନ୍ଦିର ଛାତରୁ ଗଳୁଛି ପାଣି, ଚିନ୍ତା ପ୍ରକଟ କଲେ ମୁଖ୍ୟ ପୁରୋହିତ

ଅଯୋଧ୍ୟା: ସବୁ ପ୍ରତୀକ୍ଷାର ଅନ୍ତ ଘଟି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇସାରିଥିବାବେଳେ, ପ୍ରଭୁ ଶ୍ରୀରାମ ଅଯୋଧ୍ୟା ମନ୍ଦିରରେ…

8 mins ago

ରିଲ୍ସ ପାଇଁ ବିପଜ୍ଜନକ ଷ୍ଟଣ୍ଟ, ସମୁଦ୍ରରେ ପାଣିରେ ବୁଡ଼ିଲା ମହିନ୍ଦ୍ରା ଥାର

ଆପଣ ପ୍ରତ୍ୟେକ ଦିନ ଅନେକ ରିଲ୍ସ ନିଶ୍ଚିତ ଦେଖୁଥିବେ । ଲୋକମାନେ ରିଲ୍ସ କରିବା ପାଇଁ ନିଜ ଜୀବନକୁ ବାଜି…

11 mins ago

ଦୂଷିତ ହେବାରେ ଲାଗିଛି ନଦୀ ଜଳ, ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ

ପିପିଲି : ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ । ରାଜୁଆ ନଦୀରେ ମରି ପଡିଛନ୍ତି ମଲା ମାଛ ।…

31 mins ago

ବିରିୟାନୀରେ ମିଳିଲାନି ଚିକେନ୍‌ ଲେଗ୍‌ ପିସ୍‌ , ବିବାହ ସମାରୋହ ପାଲଟିଲା ରଣକ୍ଷେତ୍ର

ବିବାହ ସମାରୋହରେ ହେଲା ମହାଭାରତ । ବର ବାହା ହେବ କଣ ଗଣ୍ଡଗୋଳରେ ମାତିଗଲା । ଯିଏ ଯାହାକୁ ପାରିଲା…

2 hours ago

ବାଲେଶ୍ଵରରେ କୋହଳ ହେଲା କର୍ଫ୍ୟୁ କଟକଣା, ଇଣ୍ଟରନେଟ୍ ସେବା ଉପଲବ୍ଧ

ବାଲେଶ୍ୱର : ବାଲେଶ୍ଵରରେ ସ୍ଵାଭାବିକ ହେଉଛି ସ୍ଥିତି । ଆଜିଠୁ ଆହୁରି କୋହଳ ହୋଇଛି କଟକଣା । ଟାଉନ୍ ଥାନା…

2 hours ago

ସାଇବର ଠକେଇର ଶିକାର ହେଲେ ଉଚ୍ଚ ଶିକ୍ଷିତା ମହିଳା ଅଧିକାରୀ, ହରାଇଲେ ୩ ଲକ୍ଷ ୩୯ହଜାର

ଭୁବନେଶ୍ୱର: ଅନେକ ସମୟରେ ଜନସାଧାରଣ ସାଇବର ଠକେଇର ଶିକାର ହେଉଥିବା ନଜର ଆସିଛି । ଚୋର ଠାରୁ ପୋଲିସ ଯେତେ ଚାଲାକ୍‌…

2 hours ago