ଆଇବ୍ରୋରେ Piercing କରେଇବା ପଡ଼ିଗଲା ଭାରୀ; ୧୫ ବର୍ଷୀୟା ସ୍କୁଲ ଛାତ୍ରୀଙ୍କ ୪ କାର୍ଡିଆକ ଅରେଷ୍ଟ ପରେ ମୃତ୍ୟୁ

ଏଠାରେ ବ୍ରାଜିଲରେ ଜଣେ ସ୍କୁଲ ଛାତ୍ରୀଙ୍କ ସହିତ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ୧୫ ବର୍ଷୀୟା ଇଜାବେଲା ଏଡୁଆର୍ଡା ଡିସୁଜାଙ୍କୁ ଆଇବ୍ରୋରେ ପିୟର୍ସିଂ କରେବାର ଦାମ୍‌ ନିଜ ଜୀବନକୁ ମରଣ ମୁହଁରେ ଠେଲି ଭରଣା କରିବାକୁ ପଡ଼ିଛି। ପ୍ରଥମେ ଏହି ଛାତ୍ରୀଙ୍କୁ ପିୟର୍ସିଂ ଯୋଗୁ ଗମ୍ଭୀର ସଂକ୍ରମଣ ହୋଇଥିଲା। ସଂକ୍ରମଣ ଏତେ ମାତ୍ରାରେ ବଢ଼ି ଯାଇଥିଲା ଯେ ସପ୍ତାହ ଭିତରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।

ଇଜାବେଲା ଘରେ ହିଁ ଆଇବ୍ରୋ ପିୟର୍ସିଂ କରେଇଥିଲେ। କିନ୍ତୁ ସଂକ୍ରମଣ ଯୋଗୁ ତାଙ୍କ ଚେହେରା ପୂରା ବେଲୁନ ଭଳି ଫୁଲି ଯାଇଥିଲା। ଆଖି ଏତେ ଅଧିକ ଫୁଲି ଯାଇଥିଲା କି, ଦୁଇଟି ଯାକ ଆଖିକୁ ସେ ଖୋଲିପାରି ନ ଥିଲା। ସୂଚନା ମୁତାବକ, ବ୍ରାଜିଲର ଦକ୍ଷିଣ-ପୂର୍ବ ରାଜ୍ୟ ମିନସ ଗେର‍୍ୟାସ୍‌ରେ ରହୁଥିବା ଇଜାବେଲା ଜଣେ ସାଙ୍ଗଙ୍କ ସହାୟତାରେ ଆଇବ୍ରୋରେ ପିୟର୍ସିଂ କରିଥିଲେ।

ଛାତ୍ରୀ ଜଣକ ପିୟର୍ସିଂ କରେଇବା ପାଇଁ ଅନେକ ଦିନ ଆଗରୁ ନିଜ ମାଆଙ୍କୁ କହି ଆସୁଥିଲେ। କିନ୍ତୁ ପରିବାର ଲୋକେ ମନା କରିବାରୁ ସେ ନିଜେ ହିଁ ପିୟର୍ସିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ପିୟର୍ସିଂ କରିବାର ୩ ଦିନ ଭିତରେ ହିଁ ତାଙ୍କୁ ଗମ୍ଭୀର ସମସ୍ୟା ସବୁ ଆସିବାରେ ଲାଗିଥିଲା। ତାଙ୍କ ଚେହେରା ଭୟଙ୍କର ଭାବେ ଫୁଲି ଯାଇଥିଲା, ଯାହାଫଳରେ କି, ଇଜାବେଲାଙ୍କୁ ହସ୍ପିଟାଲରେ ଭର୍ତ୍ତି କରେଇବାକୁ ପଡ଼ିଥିଲା। ଏପରିକି, ସେଠାରେ ତାଙ୍କୁ ୪ ଥର କାର୍ଡିୟାକ୍‌ ଅରେଷ୍ଟ ବି ହୋଇଥିଲା।

ଧୀରେ ଧୀରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ବିଗିଡ଼ିବାରେ ଲାଗିଥିଲା ଏବଂ ସପ୍ତାହ ଭିତରେ ତାଙ୍କର ମୃତ୍ୟୁ ଘଟିଥିଲା। ତେବେ ଡାକ୍ତରଙ୍କ କହିବା ହେଉଛି, ଯଦି ବି ଇଜାବେଲା ବଞ୍ଚିଥାଆନ୍ତେ, ହୁଏତ ସେ କେବେ ବି ପିୟର୍ସିଂ ଯୋଗୁ ନିଜ ଆଖିର ପାଓ୍ଵାର ଫେରିପାଇ ନ ଥାଆନ୍ତେ। କାହିଁକିନା, ସଂକ୍ରମଣ ବହୁତ ଗମ୍ଭୀର ଥିଲା।

Leave A Reply

Your email address will not be published.