ମଣିଷଠାରୁ ବି ଅଧିକ ତୀକ୍ଷ୍ଣ ହୋଇଥାଏ ପାରାର ମସ୍ତିଷ୍କ, ଗବେଷଣାରୁ ଆସିଲା ଏହିଭଳି ଆଶ୍ଚର୍ଯ୍ୟକର ତଥ୍ୟ

ସାଧାରଣତଃ ଆମ ଦେଶରେ ଲୋକମାନେ ଘରେ ଘରେ ପଶୁପକ୍ଷୀ ପାଳୁଥିବାର ଦେଖିବାକୁ ମିଳିଥାଏ । ତେବେ ସେମାନଙ୍କ ମଧ୍ୟରେ ପାରା ଅନ୍ୟତମ । କାରଣ ଏମାନଙ୍କ ମସ୍ତିଷ୍କର କ୍ଷମତା ଦେଖି ପୂର୍ବକାଳରେ ଲୋକମାନେ ପାରାମାନଙ୍କ ଦ୍ୱାରା ନିଜର ବାର୍ତ୍ତାକୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ପଠାଉଥିଲେ । ତେବେ ଏହି କଥାକୁ ସତ ପ୍ରମାଣିତ କରିଛି ଏକ ଗବେଷଣା । ଯେଉଁଥିରୁ ଜଣାପଡିଛି ଯେ ଅତି ସାଧାରଣ ଦେଖାଯାଉଥିବା ଏକ ପାରା ମଧ୍ୟ ମଣିଷ ଭଳି ବୁଦ୍ଧିମାନ ହୋଇଥାଏ । କେବଳ ସେତିକି ନୁହେଁ ମଣିଷ ପରି ପାରା ମଧ୍ୟ ବିଜ୍ଞାନର କିଛି ଜରୁରୀ ସିଦ୍ଧାନ୍ତକୁ ଭଲଭାବେ ବୁଝିବାକୁ ସକ୍ଷମ ହୋଇଥାଏ ।

Image result for pigeon

ଆମେରିକାର ଲୋବା ୟୁନିଭର୍ସିଟିରେ ହୋଇଥିବା ଏକ ରିସର୍ଚ୍ଚରୁ ଜଣାପଡିଥିଲା ଯେ ପାରାର ବ୍ରେନ ଏତେ ତୀକ୍ଷ୍ଣ ହୋଇଥାଏ ଯେ ସେମାନେ ‘Space’ ଓ ‘Time’ ଭଳି ବିଜ୍ଞାନର ମୂଳ କନସେପ୍ଟକୁ ବୁଝିପାରିଥାନ୍ତି । ଯଦିଓ ଏହି ରିସର୍ଚ୍ଚରୁ ଜଣାପଡିଥିଲା ଯେ ଏହିସବୁ ଜିନିଷକୁ ବୁଝିବା ପାଇଁ ସେମାନଙ୍କ ମସ୍ତିସ୍କର ଏକ ଭିନ୍ନ ଅଂଶ କାମ କରିଥାଏ ଯାହାକି ମଣିଷ ମସ୍ତିସ୍କଠାରୁ ମଧ୍ୟ ତୀବ୍ର ହୋଇଥାଏ । ପକ୍ଷୀ, ସରୀସୃପ ଓ ମାଛ ଭଳି ପ୍ରାଣୀମାନଙ୍କ ଠାରେ ଅନ୍ୟ ସବୁ ଜୀବଜନ୍ତୁଙ୍କ ତୁଳନାରେ ଅଧିକ ଚିନ୍ତା କରିବା ଓ ବୁଝିବାର ଶକ୍ତି ରହିଥାଏ । ତେବେ ଏହି ଗବେଷଣାରୁ ଜଣାପଡିଥିଲା ଯେ ବର୍ତ୍ତମାନ ପକ୍ଷୀମାନଙ୍କର ମସ୍ତିଷ୍କରେ ଜ୍ଞାନ ସମ୍ବନ୍ଧୀୟ କ୍ଷମତା ଏତେ ମାତ୍ରାରେ ବଢିଯାଇଛି ଯାହାକି ଏବେ ମଣିଷର ମସ୍ତିସ୍କ ନିକଟସ୍ଥ ହୋଇଯାଇଛି ।

Image result for pigeon

ମଣିଷ ମସ୍ତିସ୍କର ବାହାର ଅଂଶ ବୁଝିବା, କହିବା ଓ ନିଷ୍ପତ୍ତି ନେବା ଭଳି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିଥାଏ କିନ୍ତୁ ପାରାମାନଙ୍କ ଠାରେ ଏହିସବୁ କାମ କରିବା ପାଇଁ ତାଙ୍କ ମସ୍ତିଷ୍କର ଆଉ ଏକ ଅଂଶ ଆକ୍ଟିଭ ହୋଇଥାଏ । ପାରାମାନଙ୍କର ମସ୍ତିସ୍କକୁ ପରୀକ୍ଷା କରିବା ପାଇଁ ତାଙ୍କର ଏକ କମନ ଟେଷ୍ଟ ନିଆଯାଇଥିଲା ଯେଉଁଥିରେ ତାଙ୍କୁ କମ୍ପ୍ୟୁଟର ସ୍କ୍ରିନରେ ୬/୨୪ ସେଣ୍ଟିମିଟରର ଲମ୍ବା ଲାଇନ ୨ରୁ ୮ ସେକେଣ୍ଡ ପର୍ଯ୍ୟନ୍ତ ଦେଖାଯାଇଥିଲା । ଏହି ଟେଷ୍ଟ ପରେ ଦେଖାଯିଏଥିଲା ଯେ ପକ୍ଷୀ ମାନଙ୍କର ବ୍ରେନରେ ଏକ ଅଲଗା ସିଷ୍ଟମ କାମ କରିଥାଏ । ଯାହାକି ଏମାନଙ୍କୁ ସାମାନ୍ୟ କିନ୍ତୁ ମହତ୍ତ୍ୱପୂର୍ଣ୍ଣ ସାଇନ୍ସ ସିଦ୍ଧାନ୍ତ ବୁଝିବା ପାଇଁ ସାହାଯ୍ୟ କରିଥାଏ ।

Leave A Reply

Your email address will not be published.