ଢେଙ୍କାନାଳ ବିରାଶାଳ ଏୟାର ଷ୍ଟ୍ରିପ୍‌ରେ ଦିଆଯିବ ପାଇଲଟ ତାଲିମ, ବର୍ଷକୁ ତାଲିମ ନେବେ ୫୦୦ ପିଲା

ବିରାଶାଳ ଏୟାରଷ୍ଟ୍ରିପ୍‌ ରେ ଦିଆଯିବ ପାଇଲଟିଂର ତାଲିମ । ଏଥିପାଇଁ ଆବଶ୍ୟକୀୟ ହେଉଥିବା ଭିତ୍ତିଭୂମିର ବିକାଶ କରାଯିବ । ରାଜ୍ୟ ସରକାର ବିରାଶାଳ ଏୟାର ଷ୍ଟ୍ରିପ୍‌ର ନାମ ପରିବର୍ତ୍ତନ କରି ବିଜୁ ପଟ୍ଟନାୟକ ଏରୋସ୍ପେସ୍‌ ଏକାଡେମୀ ନାମରେ ନାମିତ କରିଛନ୍ତି । ପ୍ରଶିକ୍ଷଣ କେନ୍ଦ୍ରରେ ବର୍ଷକୁ ୫୦୦ ଜଣ ନାମ ଲେଖାଇ ପାରବେ ।

କେନ୍ୟୁଜ୍‌(ବ୍ୟୁରୋ): ଢେଙ୍କାନାଳ ବିରାଶାଳ ଏୟାରଷ୍ଟ୍ରିପ୍‌ ରେ ଦିଆଯିବ ପାଇଲଟିଂର ତାଲିମ । ବର୍ଷକରେ ଏଠାରୁ ୫୦୦ ପିଲା ପାଇଲଟିଂର ତାଲିମ ନେବେ । ଆବଶ୍ୟକୀୟ ସମସ୍ତ ପ୍ରକ୍ରିୟା ଶେଷ ଅବସ୍ଥାରେ ପହିଁଚିଛି । ଏହାସହ ଏଥିପାଇଁ ଆବଶ୍ୟକୀୟ ହେଉଥିବା ଭିତ୍ତିଭୂମିର ବିକାଶ କରାଯିବ । ଏଠାରେ ବିଶ୍ୱସ୍ତରୀୟ ବିମାନ ଚଳାଚଳର ତାଲିମ ନେଇ ପାରିବେ ଆଶାୟୀ ପାଇଲଟ । ଜିଲ୍ଲାର ଅନେକ ଯୁବ ପ୍ରତିଭା ତାଲିମର ସୁଯୋଗ ପାଇବେ । ଏହାସହ ଜିଲ୍ଲା ବାହାରୁ ଆସି ମଧ୍ୟ ତାଲିମ ନେଇ ପାରିବେ ।

ରାଜ୍ୟ ସରକାର ବିରାଶାଳ ଏୟାର ଷ୍ଟ୍ରିପ୍‌ର ନାମ ପରିବର୍ତ୍ତନ କରି ବିଜୁ ପଟ୍ଟନାୟକ ଏରୋସ୍ପେସ୍‌ ଏକାଡେମୀ ନାମରେ ନାମିତ କରିଛନ୍ତି । ଏହି ଏୟାର ଷ୍ଟ୍ରିପ୍‌କୁ ବିଶ୍ୱ ସ୍ତରୀୟ ବିମାନ ଚାଳକ ପ୍ରଶିକ୍ଷଣ କେନ୍ଦ୍ର ଭାବେ ଗଢି ତୋଲିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି । ଏହି ଏୟାର ଷ୍ଟ୍ରିପ୍‌ର ବିକାଶ ପାଇଁ ସରକରା ୨୭୫ କୋଟି ଟଙ୍କାର ବଜେଟ ବୟବରାଦ କରିଛନ୍ତି । ଏହି ପ୍ରଶିକ୍ଷଣ କେନ୍ଦ୍ରରେ ବର୍ଷକୁ ୫୦୦ ଜଣ ନାମ ଲେଖାଇ ପାରବେ । ଏହା ଏକ ଆଦିବାସୀ ବହୁଳ ଅଞ୍ଚଳରେ ହେଉଥିବା ବେଳେ ଜିଲ୍ଲା ପାଇଁ ଗୌରବ ଆଣିଛି ।

ରାଜ୍ୟ ସରକାରଙ୍କ ନିଷ୍ପତି ପରେ ଅଞ୍ଚଳ ବାସୀ ଏହାକୁ ସ୍ୱାଗତ କରିଛନ୍ତି । ଏହାସହ ଖୁସି ବ୍ୟକ୍ତ କରିଛନ୍ତି । ଏହି ତାଲିମ ଅନୁଷ୍ଠାନ ହେବା ଦ୍ୱାରା ତାଙ୍କ ଅଞ୍ଚଳ ରାଜ୍ୟ ତଥା ଦେଶରେ ପରିଚିତ ହୋଇ ପାରିବ ବୋଲି କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.