ଅଟୋମେସନ ସିଷ୍ଟମ ଦ୍ୱାରା ଉଡ଼ିବ ବିମାନ, ଜାଣନ୍ତୁ କେଉଁଦେଶରେ ଆରମ୍ଭ ହୋଇଛି ଏହି ବ୍ୟବସ୍ଥା

ଫ୍ଲାଇଟରେ ଯିବା କାହାର ବା ସ୍ୱପ୍ନ ନଥାଏ। ବିଦେଶ ଭ୍ରମଣ ହେଉ ଅବା ନିଜ ସୌକ ପାଇଁ, ଅନେକ ଜଣ ଏଥିରେ ବସି ନିଜ ମନ ପସନ୍ଦ ସ୍ଥାନକୁ ଯିବା ପାଇଁ ଚାହିଁଥାନ୍ତି। କିଛି ଜଣଙ୍କ ମଧ୍ୟରେ ହାଇଟକୁ ନେଇ ଭୟ ରହୁଥିବାରୁ ସେମାନେ ଇଚ୍ଛା ଥାଇ ମଧ୍ୟ ଫ୍ଲାଇଟରେ ଯାଉନାହନ୍ତି। ଅନ୍ୟ ମାନେ କିପରି ସୁରକ୍ଷିତ ଭାବେ ଫ୍ଳାଇଟରେ ଯାତ୍ରା କରିବେ ସେ ନେଇ ଷ୍ଟ୍ରେସରେ ଥାନ୍ତି। ଏମିତିରେ ପାଇଲଟଙ୍କର ରହିଥାଏ ମୁଖ୍ୟ ଭୂମିକା।

ସବୁ ଫ୍ଲାଇଟରେ ପାଇଲଟ ନିୟୋଜିତ ଥାନ୍ତି। ଏମାନଙ୍କର ପ୍ରଥମ ଦାୟିତ୍ୱ ନିଜ ଯାତ୍ରୀଙ୍କୁ ଏମାନେ ଯେପରି ସୁରକ୍ଷତି ଭାବେ ଡେଷ୍ଟିନେସନ ପ୍ଳେସରେ ପହଞ୍ଚାଇବେ। ତେଣୁ ସତର୍କ ସଜାଗ ରହିବାକୁ ପଡ଼ିଥାଏ ପାଇଲଟଙ୍କୁ ସେ ବି ପ୍ରତିଟି ମୁହ ୂର୍ତ୍ତରେ..ଏମିତିରେ ଆମେ ଆପଣଙ୍କୁ ଯଦି କହିବୁ ବିନା ପାଇଲଟରେ ଆପଣ ଫ୍ଲାଇଟରେ ଉଡ଼ିପାରିବେ। ତେବେ କଣ ଆପଣ ବିଶ୍ୱାସ କରିବେକି? କିନ୍ତୁ ବାସ୍ତବରେ ଏହା ଘଟିବାକୁ ଯାଉଛି।

ବର୍ତ୍ତମାନ ସମୟରେ ଫ୍ଲାଇଟ କୁ ପାଇଲଟ ଉଡ଼ାଉଥିବା ବେଳେ ଆଗକୁ ଏହି ଉଡ଼ାଣ ମେସିନ ଦ୍ୱାରା ହେବାର ସମ୍ଭାବନା ରହିଛି। ଏବେ ବହୁତ ଜଲ୍ଦି ଯାତ୍ରୀ ମାନେ ବିନା ପାଇଲଟରେ ପ୍ଳେନରେ ଯାତ୍ରା କରିବେ। ସେଲ୍ଫ ଡ୍ରାଇଭିଂ କାର, ଡ୍ରାଇଭରଲେସ୍‌ ମେଟ୍ରୋ ଏବେ ପାଇଲଟଲେସ୍‌ ପ୍ଲେନ ମଧ୍ୟ ନିଜର ଉଡ଼ାଣ ଭରିବ। ଅନେକ କମ୍ପାନୀ ଜାହାଜକୁ ଅଟୋନୋମସ୍‌ କରିବାର ପ୍ଲାନିଂ ଚାଲିଛି।

ଦୁନିଆର ଅନେକ କମ୍ପାନୀ ପାଇଲଟଲେସ୍‌ ପ୍ଲେନ ବନାଇବାର କାମ କରୁଛନ୍ତି। ଏଥିରେ ଅନେକ ଷ୍ଟାର୍ଟଅପ୍‌ ମଧ୍ୟ ଲାଗୁ ହୋଇଛି। ଦିଗଜ୍ଜ କମ୍ପାନୀରେ ସାମିଲ ଏୟାରବସ୍‌ ଓ ବୋଡିଯ ମଧ୍ୟ ଏହି ସ୍ୱପ୍ନକୁ ପୂରା କରିବାର ଇନୋଭେସନ ଆରମ୍ଭ କରିଛନ୍ତି। ଏୟାରବସ୍‌ ୩୫୦ ଏୟାରଲାଇନର ର ସିଷ୍ଟମକୁ ଦେଖାଇଥିଲା। ଯେଉଁଥିରେ ଅଟୋମେଟିକ ଉପାୟରେ ଟେକ ଅଫ କରିହେବ ଓ ଲ୍ୟାଣ୍ଡ ମଧ୍ୟ କରିପାରିବ। ଏହାକୁ ଅଟୋମେଟିକ ପାର୍କ ମଧ୍ୟ କରିପାରିବେ। ଏବେ ଜାଣନ୍ତୁ କେମିତି ଏହାସମ୍ଭବ ହେବ..

ଅଟୋନୋମସ୍‌ ମିଲିଟାରୀ ଏଭିଏସନ୍‌ ସିଷ୍ଟମ ପ୍ଲେନ ବନାଇବାର ବୋଡଂ ପାଖରେ ରହିଛି, କିନ୍ତୁ କମ୍ପାନି ଏବେ ପାସେଞ୍ଜର ଏଭିଏସନ କୁ ନେଇ କାମ କରୁଛି। ଏମିତିରେ ଜଣେ ଅପରେଟର ଏହାର ଏକ୍ସବିଂ ଓ ରିଲାଏବଲ ରୋବୋଟିକ୍ସ ର ପ୍ରୟୋଗ ସମୟରେ ଟ୍ରାଫିକ କଣ୍ଟ୍ରୋଲ କରିବାର ପୁରା କମ୍ୟୁନିକେସନ ଅପରେସନ ର ଗ୍ରାଉଣ୍ଡ ରୁ କଣ୍ଟ୍ରୋଲ କରାଯାଇଥିଲା ବୋଲି ଶୁଣିବାକୁ ମିିଳିଛି।

ଏହାର ଖାସିୟତ ରହିଛି ଅପରେଟର ଦ୍ୱାରା ସିମ୍ପଲ ଗ୍ରାଫିକ୍ସ ଇଣ୍ଟରଫେସ ଦ୍ୱାରା ପ୍ଲେନ ଉଡ଼ାଇବାର ନିର୍ଦ୍ଦେଶ କୁ ଅଟୋନୋମସ୍‌ କଣ୍ଟ୍ରୋଲ ସିଷ୍ଟମ ପାଇ କେବଳ ରିଲେ କରାଯାଇଥିଲା। ଫ୍ଲାଇଟକୁ କେବେ ଓ କେଉଁଠି ପୋଜିସନ କରାଯିବ ଏହା ସମ୍ପର୍କରେ ସବୁ ନିର୍ଦ୍ଦେଶ ଦିଆଯାଉଥିଲା।

ଅପରେଟରର ଏହି ସିଷ୍ଟମରେ ଜାଣିବାର ଆବଶ୍ୟକତା ନାହିଁ ଯେ ଫ୍ଲାଇଟ କିପରି ଉଡାଯିବ । ଏହାବ୍ୟତିତ ପ୍ଲେନ ଟେକଅଫ୍‌ ଓ ଲ୍ୟାଣ୍ଡ କିପରି କରିବେ ଏହାକୁ ନେଇ ମଦ୍ୟ ଚିନ୍ତା କରିବର ନାହିଁ। ଏହାକୁ ବିନା ଟ୍ରେଣ୍ଡ ପାଇଲଟରେ ଅପରେଟ କରାଯାଇପାରିବ। କିନ୍ତୁ ଏଥିପାଇଁ ପାଖରେ ଏୟାର ଟ୍ରାଫିକ କଣ୍ଟ୍ରୋଲ ପାସେଞ୍ଜରର ସୂଚନା ଥିବା ଜରୁରୀ।

ପାଇଲଟଲେସ୍‌ ପ୍ଲେନର ଟେଷ୍ଟିଂ ନ୍ୟୁୟର୍କ ରେ ହୋଇଥିଲା। ଏହି ସମୟରେ ପ୍ଲେନର କକପିଟ୍‌ ରେ କୌଣସି ପାଇଲଟ ନଥିଲେ। ଅଟୋମେଟେଡ ରିପ୍ଲେ ନିର୍ଦ୍ଦେଶ ଦ୍ୱାରା ସବୁ କିଛି ସଞ୍ଚାଳିତ କରାଯାଇଥିଲା। ଏଥିରେ ପ୍ରମୁଖ ଭୂମିକା ଅନେକ ସେଂସର ଓ ଆଡଭାନ୍ସ ସ୍ୱିଚ ଥିଲେ । ଏକ୍ସପର୍ଟଙ୍କ ମୁତାବିକ ଦୁନିଆରେ ବିମାନ ଦୁର୍ଘଟଣା ଅଧିକାଂଶ ପାଇଲଟଙ୍କଅବହେଳା ପାଇଁ ହେଉଛ ି। ଏବେ ଅଟୋମେସନ ସିଷ୍ଟମ ରେ ଏହି ଦୁର୍ଘଟଣା କମିବାର ସମ୍ଭାବନା ରହିଛି।

Leave A Reply

Your email address will not be published.