ପିଙ୍ଗଲୀ ଭେଙ୍କୟା : ଯାହାଙ୍କ ପାଇଁ ଭାରତକୁ ମିଳିଥିଲା ତ୍ରିରଙ୍ଗା

ସମଗ୍ର ଭାରତ ବର୍ଷର ଗର୍ବ ଓ ଗୌରବ ଆମ ଜାତୀୟ ପତାକା। ଆମେ ସମସ୍ତେ ଏହାକୁ ନେଇ ଗର୍ବିତ । ଏହାକୁ ଦେଖିବା ମାତ୍ରେ ମନରେ ଦେଶପ୍ରେମ ଜାଗ୍ରତ ହୋଇଉଠେ। କିନ୍ତୁ ଏହାକୁ କିଏ, କେମିତି, କିପରି ଡିଜାଇନ କରିଥିଲେ ତାହା ବିଷୟରେ ବହୁତ କମ୍‌ ଲୋକ ଜାଣିଥିବେ। ପିଙ୍ଗଲୀ ଭେଙ୍କୟା ନାମକ ବ୍ୟକ୍ତି ଏହାକୁ ଡିଜାଇନ କରିଥିଲେ। ଆସନ୍ତୁ ଜାଣିବା ତାଙ୍କ ସହିତ ଜଡିତ କିଛି ତଥ୍ୟ..

– ପିଙ୍ଗଲୀଙ୍କ ଜନ୍ମ ୧୮୭୬ ମସିହା ୨ ଅଗଷ୍ଟରେ ହୋଇଥିଲା।

-ପିଙ୍ଗଲୀ ଭେଙ୍କୟା ୧୯ ବର୍ଷ ବୟସରେ ବ୍ରିଟିଶ ଆର୍ମି ସହିତ ଜଡିତ ହୋଇ ଆଫ୍ରିକାରେ ଆଙ୍ଗ୍ଲୋ ବିୟର ଯୁଦ୍ଧରେ ଭାଗ ନେଇଥିଲେ। ସେଠାରେ ମହାତ୍ମା ଗାନ୍ଧୀଙ୍କୁ ସାକ୍ଷାତ କରିଥିଲେ ପିଙ୍ଗଲୀ।

– ମଛଲୀପଟନମରେ ହାଇସ୍କୁଲରୁ ଉତ୍ତୀର୍ଣ୍ଣ ହେବା ପରେ ବରିଷ୍ଠ କେମ୍ବ୍ରିଜ ପଢିବା ପାଇଁ କଲମ୍ବୋ ଚାଲି ଯାଇଥିଲେ ପିଙ୍ଗଲୀ।

 

flag– ଭାରତ ଫେରିବା ପରେ ପିଙ୍ଗଲୀ ରେଳବାଇ ଗାର୍ଡ ଭାବେ ଚାକିରି କରିଥିଲେ।

– ଏଠାରେ କାମ କରିବା ପରେ ଆଙ୍ଗ୍ଲୋ ବୈଦିକ ମହାବିଦ୍ୟାଳୟରେ ଉର୍ଦୁ ଏବଂ ଜାପାନୀ ଭାଷା ଅଧ୍ୟୟନ କରିବା ପାଇଁ ଲାହୋର ଚାଲିଯାଇଥିଲେ।

– ଉର୍ଦୁ ଏବଂ ଜାପାନୀ ଭାଷା ସହିତ ଅନେକ ପ୍ରକାର ଭାଷାରେ ତାଙ୍କର ଗଭୀର ଜ୍ଞାନ ରହିଛି। ଏହାଛଡା ସେ ଜିଓଲୋଜି ମଧ୍ୟ ଡକ୍ଟରେଟ ହାସିଲ କରିଛନ୍ତି।

– ହୀରା ଖନନ ଉପରେ ମଧ୍ୟ ଦକ୍ଷତା ହାସଲ କରିଛନ୍ତି ପିଙ୍ଗଲୀ। ଖାସ୍‌ ଏଥିପାଇଁ ତାଙ୍କର ନାମ ଡାଏମଣ୍ଡ ଭେଙ୍କୟା ମଧ୍ୟ ଦିଆଯାଇଥିଲା।

-୧୯୦୬ ଠାରୁ ଆରମ୍ଭ କରି ୧୯୧୧ ପର୍ଯ୍ୟନ୍ତ କପା ଫସଲର ବିଭିନ୍ନ କିସମକୁ ନେଇ ତୁଳନାତ୍ମକ ଅଧ୍ୟୟନ କରିଥିଲେ ପିଙ୍ଗଲୀ। ସେ ବୋମେ୍ବାଲାର୍ଟ କମେ୍ବାଡିଆ କପା ଉପରେ ମଧ୍ୟ ଏକ ରିପୋର୍ଟ ପ୍ରକାଶ କରିଥିଲେ। ଏହା ପରେ ତାଙ୍କ ନାମ ପଟ୍ଟୀ ଭେଙ୍କୟା ହୋଇଗଲା।

-୧୯୨୧ରେ ପିଙ୍ଗଲୀ କମଳା ଏବଂ ନୀଳ ରଙ୍ଗର ପତାକାକୁ ସାମ୍ନାକୁ ଆଣିଥିଲେ।

– ଏହାପରେ ଜଲନ୍ଧର ଲାଲା ହଂସରାଜ ଏଥିରେ ବଂଶୀ ଯୋଡିଥିଲେ ଏବଂ ଗାନ୍ଧିଜୀଙ୍କ ଧଳା ରଙ୍ଗ ଯୋଡିବା ପାଇଁ ପରାମର୍ଶ ଦେଇଥିଲେ। ପିଙ୍ଗଲୀଙ୍କର ୧୯୬୩ ଜୁଲାଇ ୪ରେ ପରଲୋକ ହୋଇଥିଲା।

11

ଜାଣନ୍ତୁ କିପରି ତିରଙ୍ଗା ହେଲା ଭାରତର ଜାତୀୟ ପତାକା

ଭାରତର ଜାତୀୟ ପତାକା ବର୍ତ୍ତମାନ ସ୍ୱରୂପରେ ୨୨ ଜୁଲାଇ ୧୯୪୭ରେ ଆୟୋଜିତ ଭାରତୀୟ ସମ୍ବିଧାନ ସଭା ବୈଠକରେ ସାମ୍ନାକୁ ଆସିଥିଲା। ଯାହାକୁ ୧୫ ଅଗଷ୍ଟ, ୧୯୪୭ ଏବଂ ୨୬ ଜାନୁୟାରୀ ୧୯୫୦ ମଧ୍ୟରେ ଭାରତର ରାଷ୍ଟ୍ରୀୟ ଧ୍ୱଜ ଭାବେ ଗ୍ରହଣ କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.