ପିତୃ ଦୋଷ ଆପଣଙ୍କ କ୍ୟାରିଅରରେ ଯଦି ବାଧା ଉପୁଜାଉଛି କରନ୍ତୁ ଏହି ଉପାୟ, କିଛି ଦିନ ମଧ୍ୟରେ ହେବ ପ୍ରଗତି

ପ୍ରତି ବ୍ୟକ୍ତି ନିଜ କ୍ୟାରିଅରକୁ ନେଇ ସର୍ବଦା ସଚେତନ ଥାଆନ୍ତି | ତେବେ କିଛି ଦୋଷ କାରଣ ରୁ ଏଥିରେ ପ୍ରଗତି ଆସିନଥାଏ | ହିନ୍ଦୁ ଧର୍ମର ମାନ୍ୟତା ଅନୁସାରେ ପୂର୍ବଜଙ୍କ କର୍ମ ଆମ ଉପରେ ପ୍ରଭାବ ପକାଇଥାଏ | ଯଦି ଆପଣ ପୂର୍ବଜଙ୍କୁ ପ୍ରସନ୍ନ ରଖିଥାଅ, ତେବେ ଆମ ଘରର ସୁଖ ଶାନ୍ତି ଓ ପ୍ରସନ୍ନତା ବୃଦ୍ଧି ପାଇଥାଏ |

ହେଲେ ପିତୃ ଦୋଷ କାରଣରୁ ଆମ ଉନ୍ନତି ବାଧା ପ୍ରାପ୍ତ ହୋଇଥାଏ | ତେଣୁ ପିତୃ ପୁରୁଷଙ୍କୁ ପ୍ରସନ୍ନ କରିବାକୁ ପଡିଥାଏ | ଅମାବାସ୍ୟା ଦିନ ପୂଜା କରିକି ପିତୃ ପୁରୁଷଙ୍କୁ ଅର୍ଘ୍ୟ ଦିଆଯାଇଥାଏ | ପରେ ଗରିବଙ୍କୁ ଦାନ ଦିଆ ଯାଇଥାଏ | ଏହାଦ୍ୱାରା ଆମର ସବୁ ପ୍ରକାର ଉନ୍ନତି ହୋଇଥାଏ |

ପିତୃ ପୁରୁଷଙ୍କୁ ପ୍ରସନ୍ନ ରଖିବାକୁ ଉପାୟ :

–  ପିତୃ ପୁରୁଷଙ୍କୁ ପ୍ରସନ୍ନ ରଖିବା ପାଇଁ ପୂଜା ଓ ଶ୍ରାଦ୍ଧର ବଡ ମହତ୍ୱ ରହିଛି | ପ୍ରତା କାଳରୁ ସ୍ନାନ ପରେ ପାଣିରେ କଲା ତିଳ ଓ ଅକ୍ଷତ ପକାଇ ଅର୍ଘ୍ୟ ଦିଅନ୍ତୁ |

–  ଶ୍ରଦ୍ଧା ସମୟରେ ପିତୃ ପୁରୁଷଙ୍କ ପ୍ରିୟ ଭୋଜନ ବନାଇ ସେଥିରେ ଫଳ,ମିଠା ରଖି ମନ୍ଦିର ଯାଇ ବିତରଣ କରନ୍ତୁ | ଏଠି ସହ ଗରିବଙ୍କୁ ଦାନ ଦିଅନ୍ତୁ | ଏହାଦ୍ୱାରା ମନର ଶାନ୍ତି ହୁଏ ଓ ପିତୃ ପୁରୁଷଙ୍କୁ ପ୍ରସନ୍ନ ହୁଅନ୍ତି | ଆପଣଙ୍କ କାରବାରରେ ବୃଦ୍ଧି ଓ ସୁଖ ଶାନ୍ତି ପାଇଁ ପିତୃ ପୁରୁଷଙ୍କ ପ୍ରସନ୍ନ ହେବ ଜରୁରୀ |

Leave A Reply

Your email address will not be published.