ବୈଶାଖ ଅମାବାସ୍ୟାରେ ପାଇ ପାରିବେ ପିତୃଦୋଷରୁ ମୁକ୍ତି! ଜାଣି ରଖନ୍ତୁ ୭ଟି ଉପାୟ…

ବୈଶାଖ ମାସର ଅମାବାସ୍ୟା ତିଥିକୁ ବୈଶାଖ ଅମାବାସ୍ୟା ରୂପେ ପାଳନ କରାଯାଏ। ଏଥର ବୈଶାଖ ଅମାବାସ୍ୟା ଏପ୍ରିଲ ୩୦ ଶନିବାର ପଡ଼ୁଛି। ଏହାକୁ ଶନିଶ୍ଚରୀ ଅମାବାସ୍ୟା ବା ଶନି ଅମାବାସ୍ୟା ମଧ୍ୟ କୁହାଯାଏ। ଏହି ଦିନ ବର୍ଷ ୨୦୨୨ର ପ୍ରଥମ ସୂର୍ଯ୍ୟପରାଗ ଲାଗୁଛି। ହିନ୍ଦୁ ଧର୍ମରେ ବୈଶାଖ ଅମାବାସ୍ୟା ଦିନ ପବିତ୍ର ନଦୀରେ ସ୍ନାନ କରିବା ଏବଂ ଦାନ କରିବାର ପରମ୍ପରା ରହିଛି। କୁହାଯାଏ, ପିତୃଦୋଷରୁ ମୁକ୍ତି ପାଇବାର ଅମାବାସ୍ୟା ହେଉଛି ଏକ ଭଲ ସମୟ। ଆସନ୍ତୁ ଜାଣିବା…ପିତୃଦୋଷ ଦୂର ପାଇଁ ବୈଶାଖ ଅମାବାସ୍ୟାର କ’ଣ ରହିଛି ଉପାୟ।

ବୈଶାଖ ମାସର ଅମାବାସ୍ୟା ତିଥି ଏପ୍ରିଲ ୩୦ ତାରିଖ ମଧ୍ୟରାତ୍ରି ୧୨ଟା ୫୭(ଏଏମ୍‌) ମିନିଟ୍‌ରୁ ଆରମ୍ଭ ହେଉଛି, ଯାହାକି ମେ’ ୧ ତାରିଖ ରବିବାର ରାତ୍ରି ୧ଟା ୫୭(ଏଏମ୍‌) ମିନିଟ୍‌ ପର୍ଯ୍ୟନ୍ତ ମାନ୍ୟ ରହିବ। ଏହି ଦିନ ପ୍ରାତଃ କାଳରୁ ସ୍ନାନ ଏବଂ ଦାନର ପ୍ରାରମ୍ଭ ହୋଇଯିବ। ଚଳିତବର୍ଷ ବୈଶାଖ ଅମାବାସ୍ୟାରେ ପ୍ରୀତି ଯୋଗ ଏବଂ ଆୟୁଷ୍ମାନ ଯୋଗର ସୁନ୍ଦର ସଂଯୋଗ ସୃଷ୍ଟି ହେଉଛି। ଦ୍ୱିପ୍ରହର ୩ଟା ୨୦ ମିନିଟ୍‌ ପର୍ଯ୍ୟନ୍ତ ଯୋଗ ରହିବ, ଯାହାପରେ ଆୟୁଷ୍ମାନ ଯୋଗ ଆରମ୍ଭ ହେବ। ଏହି ଦୁଇଟି ଯାକ ଯୋଗ ହିଁ ସ୍ନାନ ଏବଂ ଦାନ ପାଇଁ ଶୁଭ ବୋଲି ବିବେଚନା କରାଯାଏ।

ପିତୃଦୋଷରୁ ମୁକ୍ତି ପାଇବାର ଉପାୟ

-ଯଦି ଆପଣଙ୍କୁ ପିତୃଦୋଷ ଲାଗିଛି, ତ ଏହି ଦିନ ସ୍ନାନ ପରେ ପିତୃପୁରୁଷଙ୍କ ପାଇଁ ଜଳରେ କଳା ରାଶି, ଅକ୍ଷତ ଏବଂ ଫୁଲ ମିଶାଇ ତର୍ପଣ କରନ୍ତୁ। ଏହାଦ୍ୱାରା ପିତୃପୁରୁଷ ପ୍ରସନ୍ନ ହେବେ ଏବଂ ସେମାନେ ତୃପ୍ତ ହେବା ଦ୍ୱାରା ଆପଣଙ୍କ ପିତୃଦୋଷ ଦୂର ହୋଇପାରିବ।

-ପିତୃଦୋଷରୁ ମୁକ୍ତି ପାଇବା ପାଇଁ ଆପଣ ନିଜ ପିତୃପୁରୁଷଙ୍କ ଲାଗି ପିଣ୍ଡଦାନ ମଧ୍ୟ କରି ପାରିବେ।

-ପିତୃପୁରୁଷଙ୍କ ଆତ୍ମା ତୃପ୍ତି ପାଇଁ ସେମାନଙ୍କ ଶ୍ରାଦ୍ଧ କର୍ମ ବି କରି ପାରିବେ। ଏହାଦ୍ୱାରା ପିତୃଦୋଷରୁ ମୁକ୍ତି ମିଳି ପାରିବ।

-ବୈଶାଖ ଅମାବାସ୍ୟା ଅବସରରେ ପିତୃଦୋଷରୁ ମୁକ୍ତି ପାଇବା ପାଇଁ ବ୍ରାହ୍ମଣମାନଙ୍କୁ ଭୋଜନ କରାନ୍ତୁ। ସେହି ଭୋଜନରୁ କିଛି ଭାଗ କାଉ, ଗାଈ ଏବଂ କୁକୁରକୁ ଅବଶ୍ୟ ଖୁଆନ୍ତୁ।

-ପିତୃପୁରୁଷଙ୍କୁ ପ୍ରସନ୍ନ କରିବା ପାଇଁ ଅଶ୍ୱତ୍‌ଥ ଗଛ ମୂଳେ ଜଳ ଅର୍ପଣ କରନ୍ତୁ ଏବଂ ଦୀପ ଦାନ କରନ୍ତୁ।

-ଦକ୍ଷିଣ ଭାରତରେ ବୈଶାଖ ଅମାବାସ୍ୟାକୁ ଶନି ଦେବଙ୍କ ଜୟନ୍ତୀ ଭାବରେ ପାଳନ କରାଯାଏ। ତେଣୁ ଏହି ଦିନ ଶନି ଦେବଙ୍କୁ ରାଶି, ତେଲ, ଫୁଲ ଆଦି ଅର୍ପଣ କରି ପୂଜା କରନ୍ତୁ।

-ଏହି ଦିନ ଉପବାସ କରି ଗରିବ ଲୋକଙ୍କୁ ଦାନ ଦକ୍ଷିଣା ଦେଲେ ଅଶେଷ ପୁଣ୍ୟ ମିଳିଥାଏ।

ଧାର୍ମିକ ମହତ୍ତ୍ୱ

ଧାର୍ମିକ ମାନ୍ୟତା ଅନୁଯାୟୀ, ବୈଶାଖ ମାସର ଆରମ୍ଭ ତ୍ରେତୟା ଯୁଗରୁ ହୋଇଥିଲା। ଏହି କାରଣରୁ ଏହାର ଧାର୍ମିକ ମହତ୍ତ୍ୱ ରହିଛି। ଏହି ମାସକୁ ମାଧବ ବା ବିଷ୍ଣୁଙ୍କ ମାସ ଭାବରେ ମଧ୍ୟ ଗଣାଯାଏ। ତେଣୁ ଏହି ମାସରେ ଭଗବାନ ବିଷ୍ଣୁଙ୍କୁ ପୂଜା କରିବାର ବିଧି ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.