ପିତୃପୁରୁଷଙ୍କୁ ସ୍ୱପ୍ନରେ ଦେଖିବାର ଅର୍ଥ କଣ ରହିଛି ? ଜାଣନ୍ତୁ ଏହାର ରହସ୍ୟ

ହିନ୍ଦୁ ଧର୍ମ ଅନୁସାରେ ମାନ୍ୟତା ରହିଛି ଶ୍ରାଦ୍ଧ ବେଳେ ଆମର ପୂର୍ବ ପୁରୁଷ ଧରାପୃଷ୍ଠକୁ ଆର୍ଶୀବାଦ ଦେବାକୁ ଆସିଥାନ୍ତି । ସେହିପରି ଅନେକ ଲୋକ କହିଥାନ୍ତି ଯେ, ତାଙ୍କ ପୂର୍ବଜ ମାନେ ତାଙ୍କ ଆଖପାଖରେ ଘୂରିବୁଲୁଥିବା ସେ ଅନୁଭବ କରୁଛନ୍ତି । ଅନ୍ୟପଟେ କିଛିଙ୍କୁ ପିତୃପୁରୁଷ ମାନେ ସ୍ୱପ୍ନରେ ଆସିଥାନ୍ତି । ତେବେ ଚଳିତ ଥର ପିତୃପକ୍ଷ ସେପ୍ଟେମ୍ବର ୨୦ ଆରମ୍ଭ ହୋଇସାରିଛି ଏହା ୬ ଅକ୍ଟୋବର ଯାଏଁ ରହିବ । ଏହି ପରିପ୍ରେକ୍ଷୀରେ ଚାଲନ୍ତୁ ଜାଣିବା ପୂର୍ବଜ ମାନେ ସ୍ୱପ୍ନରେ ଆସିବାର ଅର୍ଥ କଣ ?

ଆର୍ଶୀବାଦ୍: ପଣ୍ଡିତ ମାନଙ୍କ କହିବାନୁସାରେ, ଶ୍ରାଦ୍ଧପକ୍ଷରେ ଦାନପୂଣ୍ୟରେ ପ୍ରସନ୍ନ ହୋଇ ପିତୃ ପୁରୁଷ ମାନେ ଆର୍ଶୀବାଦ୍ ଦେବା ପାଇଁ ଆସିଥାନ୍ତି । ସେମାନଙ୍କ ସ୍ୱପ୍ନରେ ଆସିବାର ଅର୍ଥ ହେଲା ଆପଣଙ୍କ ଶ୍ରାଦ୍ଧ ସେମାନେ ଗ୍ରହଣ କରିଛନ୍ତି । ସ୍ୱପ୍ନରେ ଆସି ପୂର୍ବଜ ମାନେ ଆପଣଙ୍କୁ ସମ୍ପର୍ଣ୍ଣ ଏବଂ ସଫଳତା ପାଇଁ ଆର୍ଶୀବାଦ ଦେଇଥାନ୍ତି ।

ଦାନ: ଅନେକ ସମୟରେ ଲୋକମାନଙ୍କ ସ୍ୱପ୍ନକୁ ପୂର୍ବଜ ମାନେ ଆସି ଅନେକ ଜିନିଷ ମାଗିଥାନ୍ତି । ଯଦି ତାଙ୍କ ପାଦରେ ଜୋତା କିମ୍ବା ଚପଲ ନଥାଏ କିମ୍ବା ସେମାନେ ଭୋକରେ ଥାନ୍ତି ତେବେ ଆପଣଙ୍କୁ ସେମାନେ କୌଣସି ସୂଚନା ଦେଉଛନ୍ତି । ତେଣୁ ପଣ୍ଡିତ ମାନେ କୁହନ୍ତି ଯେ, ପୁର୍ବଜ ମାନଙ୍କ ଦ୍ୱାରା ମଗାଯାଇଥିବା ଜିନିଷକୁ ପୂରା ଶ୍ରଦ୍ଧାରେ ଦାନ କରିବା ଆବଶ୍ୟକ ।

କଣ କହେ ଗରୁଡ଼ ପୁରାଣ
ଗରୁଡ ପୁରାଣରେ କୁହାଯାଇଛି ଯେ ମୃତ ପରିବାର ସଦସ୍ୟଙ୍କ ସ୍ୱପ୍ନରେ ଆସିବା ଅର୍ଥ ସେମାନଙ୍କ ଆତ୍ମା ଏପର୍ୟ୍ୟନ୍ତ ଘୂରି ବୁଲୁଛି । ଆତ୍ମାର ଶାନ୍ତି ପାଇଁ ଘରେ ରାମାୟଣ କିମ୍ବା ଗୀତା ପାଠ କରନ୍ତୁ । ଏହା କରିବା ଦ୍ୱାରା ପୂର୍ବ ପୁରୁଷଙ୍କର ଆତ୍ମା ଶାନ୍ତି ପାଇବ ।

ପରିବାର ପ୍ରତି ମୋହ

ଅନେକ ଲୋକଙ୍କ ସ୍ୱପ୍ନରେ, ସେମାନଙ୍କର ପୂର୍ବପୁରୁଷମାନେ ସର୍ବଦା ଘର ନିକଟରେ ଦେଖାଯାଆନ୍ତି । ଏହା ଏକ ସଙ୍କେତ ହୋଇପାରେ ଯେ ପରିବାର ପ୍ରତି ତାଙ୍କର ଆକର୍ଷଣ ସମାପ୍ତ ହୋଇନାହିଁ । ପଣ୍ଡିତଙ୍କ ଅନୁଯାୟୀ, ଏପରି ଆଭାସ ହେଲେ ଆପଣ ଗାଈକୁ ପ୍ରତିଦିନ ଦୁଇଟି ରୁଟି ଖାଇବାକୁ ଦିଅନ୍ତୁ । ଅମାବାସ୍ୟା ଦିନ ଭୋଗ ଅର୍ପଣ କରାଯିବା ଉଚିତ୍ । ଏପରି କରିବା ଦ୍ୱାରା ପିତୃପୁରୁଷଙ୍କ ଆଶୀର୍ବାଦ ମିଳେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.