କୁଣ୍ଡଳୀରେ ପିତୃ ଦୋଷ ଥିଲେ ପିତୃ ପକ୍ଷରେ କରନ୍ତୁ ଏହି ମହା ଉପାୟ : ଜାଣନ୍ତୁ ଶ୍ରାଦ୍ଧର ପୁରା ତିଥି

ହିନ୍ଦୁ ଧର୍ମରେ ପିତୃ ପକ୍ଷର ବଡ଼ ମହତ୍ୱ ରହିଛି । ଏହାକୁ ଶ୍ରାଦ୍ଧ ପକ୍ଷ ବୋଲି ମଧ୍ୟ କୁହାଯାଏ । ଶ୍ରାଦ୍ଧ ପକ୍ଷ ପ୍ରତି ବର୍ଷ ଭାଦ୍ରବ ମାସ ଶୁକ୍ଳ ପକ୍ଷ ପୂର୍ଣ୍ଣିମା ତିଥିରୁ ଆଶ୍ୱିନ ମାସ କୃଷ୍ଣ ପକ୍ଷ ଅମାବାସ୍ୟା ତିଥି ପର୍ଯ୍ୟନ୍ତ ରହିଥାଏ । ପିତୃ ପକ୍ଷ ୧୬ ଦିନ ପର୍ଯ୍ୟନ୍ତ ଚାଲିଥାଏ । ପିତୃ ପକ୍ଷରେ ଲୋକେ ନିଜର ପୂର୍ବଜଙ୍କ ମୃତ୍ୟୁ ତିଥିରେ ତାଙ୍କୁ ତର୍ପଣ କରିଥାନ୍ତି । ଧାର୍ମିକ ମାନ୍ୟତା ଯେ ପିତୃ ପକ୍ଷରେ ତର୍ପଣ ଓ ପିଣ୍ଡଦାନ ଆଦି କରିବା ଦ୍ୱାରା ପିତୃ ଦେବତା ପ୍ରସନ୍ନ ହୋଇଥାନ୍ତି ।

ପିତୃ ପକ୍ଷ କେବେ ହୋଇଥାଏ ଆରମ୍ଭ

ଏ ବର୍ଷ ପିତୃ ପକ୍ଷ ୧୦ ସେପ୍ଟେମ୍ବରରୁ ଆରମ୍ଭ ହୋଇ ୨୫ ସେପ୍ଟେମ୍ବର ଯାଏ ଚାଲିବ । ଏହି ସମୟରେ ପିତୃ ପୁରୁଷଙ୍କ ଶ୍ରାଦ୍ଧ କରିବା ଦ୍ୱାରା ତାଙ୍କ ଆତ୍ମାକୁ ଶାନ୍ତି ମିଳିଥାଏ । ସେ ତାଙ୍କର ବଂଶଜଙ୍କୁ ସୁଖ ସମୃଦ୍ଧିର ଆଶିର୍ବାଦ ଦେଇଥାନ୍ତି ।

ପିତୃ ପକ୍ଷରେ କରନ୍ତୁ ଏହି ଉପାୟ

ଯେଉଁ ଲୋକଙ୍କ କୁଣ୍ଡଳୀରେ ପିତୃ ଦୋଷ ରହିଛି, ତାଙ୍କୁ ଏହି ମହା ଉପାୟ କରିବା କଥା । ଏହାଦ୍ୱାରା ପିତୃ ପୁରୁଷ ପ୍ରସନ୍ନ ହୋଇଥାନ୍ତି । ଫଳରେ ପିତୃ ଦୋଷ ଶେଷ ହୋଇଥାଏ । ସବୁ ପିତୃ ଅମାବାସ୍ୟା ଦିନ ଜଳରେ କଳା ତିଳ, ଧଳା ଚନ୍ଦନ, ଧଳା ଫୁଲ ପକାଇ ଓସ୍ତ ଗଛ ମୂଳରେ ଦିଅନ୍ତୁ । ଏହାପରେ ଗଛ ମୂଳରେ ଗାଇ ଘିଅରେ ଦୀପ ଜଳାନ୍ତୁ । ‘ଓଁ ସର୍ବ ପିତୃ ଦେବାୟ ନମଃ’ ମନ୍ତ୍ର ଜପ କରିବା ଦ୍ୱାରା ପିତୃ ଦୋଷରୁ ମୁକ୍ତି ମିଳିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.