ସ୍ପେଶାଲ

ଏହି ଦ୍ୱୀପରେ ସାପ ସାଲୁବାଲୁ, ଯିଏ ଥରେ ଯାଇଛି ସେ ଆଉ ଜୀବନ ନେଇ ଫେରିନି

ସ୍ନେକ ଆଇଲ୍ୟାଣ୍ଡ ପୃଥିବୀର ସବୁଠୁ ବିପଦ ପୂର୍ଣ୍ଣ ସ୍ଥାନ। ଲୋକମାନଙ୍କୁ ଏହି ଆଇଲ୍ୟାଣ୍ଡକୁ ଯିବା ପାଇଁ ମନା କରାଯାଏ। ବ୍ରାଜିଲ୍‌ ସହର ସାଓ ପାଲୋ ରାଜ୍ୟର ସୈଟାଁସ ଉପକୂଳରୁ ୯୦ମାଇଲ ଦୂରରେ ଆଟଲାଣ୍ଟିକ ମହାସାଗରରେ ଏହି ଆଇଲ୍ୟାଣ୍ଡ ରହିଛି ।

ପୃଥିବୀ ଦେଖିବାକୁ ବହୁତ ବଡ ଓ ସୁନ୍ଦର। ଏହାର କ୍ଷେତ୍ରଫଳ ଗୁଗଲ୍‌ ମ୍ୟାପ୍‌ ଓ ଅନ୍ୟ କୌଣସି ଟେକ୍ନୋଲୋଜି ଜରିଆରେ ମାପି ହେବ ନାହିଁ। ଭ୍ରମଣକାରୀଙ୍କ କହିବାନୁସାରେ, ପ୍ରତ୍ୟେକ ଜାଗାକୁ ଟିକ୍‌ନିକ୍‌ କରି ପରିଭ୍ରମଣ କରିବାକୁ ହେଲେ ସାରା ଜୀବନ ବି କମ୍‌ ପଡିଯିବ। ରହସ୍ୟମୟ ଓ ରୋମାଞ୍ଚକ ସ୍ଥାନରେ ଏବେବି କୌଣସି ବ୍ୟକ୍ତି ରହୁଥିବାର ଦେଖାଯାଏ ନାହିଁ। ସେହିଭଳି ବ୍ରାଜିଲରେ ଏକ ବିଷାକ୍ତ ସ୍ଥାନ ରହିଛି ଯେଉଁଠିକି ରିସ୍କ୍‌ ନେଇ ମଧ୍ୟ ଯାଇହେବ ନାହିଁ।

ଏହି ଜାଗାକୁ ବିଷାକ୍ତ ସ୍ଥାନ କହିବାର କାରଣ ହେଉଛି ଏହି ଆଇଲ୍ୟାଣ୍ଡଟି ପୃଥିବୀର ସବୁଠୁ ବିପଦ ପୂର୍ଣ୍ଣ ସ୍ଥାନ। ଏହି ଜାଗାରେ ଆଜି ଯାଏଁ କୌଣସି ଘର କିମ୍ବା ବସ୍ତି ଗଢି ଉଠି ନାହିଁ। ଏହି ପରିବେଶରେ ମଣିଷ ରହିବା ସଙ୍କଟପୂର୍ଣ୍ଣ। ଏହି ଦ୍ୱୀପକୁ ‘ଲାହା ଡା କ୍ୟୁଇମାଡା ଗ୍ରେଣ୍ଡ’ କିମ୍ବା ସ୍ନେକ ଆଇଲ୍ୟାଣ୍ଡ ବୋଲି କୁହାଯାଏ। ପୃଥିବୀର ସବୁଠୁ ବିଷାକ୍ତ ସାପ ଏହି ଉପଦ୍ୱୀପରେ ରହିଥାନ୍ତି। ଏହି ସ୍ଥାନରେ ପ୍ରତି ବର୍ଗ ମିଟର କ୍ଷେତ୍ରଫଳରେ ୧ରୁ ୫ଟା ଗୋଲ୍ଡେନ୍‌ ଲାସ୍‌ହେଡ ସାପ ଦେଖିବାକୁ ମିଳନ୍ତି। ବିଶେଷଜ୍ଞ କଥାନୁସାରେ, ଏହି ସାପ ଯେଉଁ ବ୍ୟକ୍ତିଙ୍କୁ ଦଂଶନ କରେ ସେ ହସ୍ପିଟାଲରେ ବି ପହଞ୍ଚି ପାରେ ନାହିଁ। ସାପ କାମୁଡିବାର କିଛି ସମୟ ମଧ୍ୟରେ ବ୍ୟକ୍ତିର ମୃତ୍ୟୁ ହୋଇଯାଏ। ଏହି ସାପ ଗଛ ଉପରେ ଚଢି ଡାଳରେ ଥିବା ପକ୍ଷୀ ବସାରୁ ଛୋଟ ଛୋଟ ଚଢେଇକୁ ମାରି ଖାଇଥାଏ। ଏହି ଆଇଲ୍ୟାଣ୍ଡର କ୍ଷେତ୍ରଫଳ ୪,୩୦,୦୦୦ ବର୍ଗ ମିଟର।

ବ୍ରାଜିଲ୍‌ରେ ୯୦% ମୃତ୍ୟୁ ଗୋଲ୍ଡେନ୍‌ ଲାସ୍‌ହେଡ ଦଂଶନ ଯୋଗୁ ହୋଇଥାଏ। ଏଠାରେ ସାପର ବସ୍ତି କିଭଳି ସୃଷ୍ଟି ହେଲା ଏହାର ଉତ୍ତର ଆଜି ଯାଏଁ ଜଣାପଡ଼ିନାହିଁ। ଏହି ବିଷାକ୍ତ ସାପର ଦଂଶନରେ ଶରୀରରେ ବିଷ ବହୁତ ଶୀଘ୍ର ଖେଳି ଯାଏ ଓ କାମୁଡା ସ୍ଥାନର ମାଂସ ତରଳି ଯାଏ। ଏହି ସାପ ଅଧ ମିଟରରୁ ଅଧିକ ଲମ୍ବା ଓ ଶକ୍ତିଶାଳୀ। ବ୍ରାଜିଲ୍‌ ସରକାର ଏହି ଉପଦ୍ୱୀପକୁ ନଯିବା ପାଇଁ ପ୍ରତିବନ୍ଧକ ଲଗାଇଛନ୍ତି।

ଗୋଲ୍ଡେନ୍‌ ଲାସ୍‌ହେଡ ପୃଥିବୀର ଦୁର୍ଲଭ ସାପ। କଳା ବଜାରରେ ଏହି ସାପର ବିଷର ମୂଲ୍ୟ ଅଧିକ। ଗୋଟେ ସାପରୁ ୧୮ଲକ୍ଷ ଟଙ୍କାର ବିଷ ବାହାର କରାଯାଇପାରିବ। ଏହି ଦ୍ୱୀପରୁ ସାପର ଚୋରାଚାଲାଣ କରାଯାଏ।

ରିପୋର୍ଟ ମୁତାବକ, ୧୯୨୦ର ଶେଷ ଯାଏଁ ଏଠାରେ ଅଳ୍ପ କିଛି ଲୋକ ରହୁଥିଲେ। କିନ୍ତୁ ଏବେ ଏହି ସ୍ଥାନର ଲୋକ ସଂଖ୍ୟା ଶୂନ। ବ୍ରାଜିଲର ବୟସ୍କ ଲୋକଙ୍କଠୁ ଶୁଣିବାକୁ ମିଳିଛି, ସ୍ନେକ ଲ୍ୟାଣ୍ଡରେ ଲାଇଟହାଉସ ଦାୟିତ୍ୱରେ ଥିବା ବ୍ୟକ୍ତି ଓ ତାଙ୍କ ପରିବାରର ସାପ କାମୁଡାରେ ମୃତ୍ୟୁ ହୋଇଛି। ଶୁଣିବାକୁ ମିଳେ ଯେ ଜଣେ ମାଛ ବିକାଳି ଦ୍ୱୀପକୁ କଦଳୀ କାଟିବା ପାଇଁ ଆସିଥିବା ବେଳେ ତାକୁ ଗୋଲ୍ଡେନ୍‌ ଲାସ୍‌ହେଡ ସାପ ଆକ୍ରମଣ କରିଥିଲା। ସେ ନିଜର ଜୀବନ ବଞ୍ଚାଇବା ପାଇଁ ଡଙ୍ଗା ଉପରକୁ ତ ପଳେଇଲେ କିନ୍ତୁ ବଞ୍ଚିକି ଫେରିଲେ ନାହିଁ। ଡଙ୍ଗା ଉପରେ ହିଁ ତାଙ୍କୁ ମୃତ୍ୟୁ ହୋଇଥିଲା। ଏହି ଦ୍ୱୀପକୁ ପିକ୍‌ନିକ୍‌ ପାଇଁ ଗୋଟେ ପରିବାର ଆସିି ସାପ ଦଂଶନର ଶିକାର ହୋଇଥିଲେ। ତାଙ୍କ ତମ୍ବୁର ଝରକା ପଟେ ସାପ ଭିତରକୁ ପଶିଯାଇ ଦଂଶନ କରିଥିଲା। ପରିବାର ସଦସ୍ୟ ପଳେଇ ଯିବା ପାଇଁ ଚେଷ୍ଟା କରୁଥିବା ବେଳେ ଗଛ ଉପରେ ଓହଳି ଥିବା ସାପ ସେମାନଙ୍କୁ ଆକ୍ରମଣ କରିଥିଲେ। ଆଇଲ୍ୟାଣ୍ଡ ଉପକୂଳରୁ ପରିବାରର ମୃତ ଶରୀର ଉଦ୍ଧାରକାରୀ ଦଳକୁ ମିଳିଥିଲା।

KNews Bureau

Recent Posts

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

6 mins ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

14 mins ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

29 mins ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

35 mins ago

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

48 mins ago

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

2 hours ago