Categories: ସ୍ପେଶାଲ

ଗୋଟିଏ ଦେଶ ଦୁଇଟି ସହର : ଗୋଟିଏରେ ସୂର୍ଯ୍ୟୋଦୟ ହୁଏନି ଆଉ ଅନ୍ୟଟିରେ ହୁଏନି ସୂର୍ଯ୍ୟାସ୍ତ

ଅନ୍ଧାରରେ ରହିବାକୁ କିଏ ବା ପସନ୍ଦ କରେ । ତେଣୁ ଆମେ ସମସ୍ତେ ଏକଥା ଦିନେ ନା ଦିନେ  ନିଶ୍ଚିତ ଭାବରେ ଚିନ୍ତା କରିଥାଉ ଯେ ସୂର୍ଯ୍ୟାସ୍ତ ହୋଇ ନଥିଲେ କେତେ ଭଲ ହୋଇଥାନ୍ତା । କିନ୍ତୁ ସୂର୍ଯ୍ୟ  ଆଗରେ କାହାର ଚାଲେ । ନିଜ ଇଛାରେ ଉଦୟ ହୋଇଥାଏ ଆଉ ଅସ୍ତ ବି । କିନ୍ତୁ ବିଶ୍ବରେ ଏମିତି କିଛି ଦେଶ ଅଛି ଯେଉଁଠାରେ ସୂର୍ଯ୍ୟ ହୋଇ ନଥାନ୍ତି । ଆଜ୍ଞା ହଁ ଆଜି ଆମେ ଏମିତି ଏକ ସ୍ଥାନ ବିଷୟରେ କହିବୁ ଯେଉଁଠି ମାତ୍ର ୪୦ ମିନିଟ୍ ପାଇଁ ରାତି ହୋଇଥାଏ ।

ଏହା ଏମିତି ଏକ ସ୍ଥାନ ଯେଉଁଠି ରାତି ୧୨.୪୩ରେ ସୂର୍ଯ୍ୟ  ଲୁଚି ଥାଏ । ଆଉ ମାତ୍ର ୪୦ ମିନିଟ୍ ପରେ ଉଦୟ ହୋଇଥାଏ । ଏହି ନଜାରା ନରୱେରେ ଦେଖିବାକୁ ମିଳେ । କେବଳ ଦିନେ କି ଦୁଇ ଦିନ ନୁହେଁ ପ୍ରାୟ ଅଢେଇ ମାସ ପାଇଁ ସୂର୍ଯ୍ୟାସ୍ତ ହୋଇ ନଥାଏ । ସେଥିପାଇଁ ଏହାକୁ ’କଣ୍ଟ୍ରି ଅଫ୍ ମିଡନାଇଟ୍ ସନ୍’ କୁହାଯାଏ । ନରୱେର ହେମରଫେଷ୍ଟ ସହରରେ ମେ ମାସରୁ ଜୁଲାଇ ମଧ୍ୟରେ ୭୬ ଦିନ ପର୍ଯ୍ୟନ୍ତ ସୂର୍ଯ୍ୟାସ୍ତ ହୋଇନଥାଏ ।

ସେହିପରି ନରୱେରେ ଆଉ ଏକ ସହର ରହିଛି ଯେଉଁଠାରେ ଦୀର୍ଘ ୧୦୦ ବର୍ଷ ହେବ ସୂର୍ଯ୍ୟ କିରଣ ପାଇଁ ବ୍ୟାକୁଳ ହୋଇ ରହିଛନ୍ତି । ପାହାଡମାନଙ୍କ ମଧ୍ୟରେ ଘେରି ରହିଥିବା ଏହି ସ୍ଥାନରେ ଦୀର୍ଘ ଦିନ ଧରି ପହଂଚିପାରୁନି କିରଣ । ସେଥିପାଇଁ ଇଞ୍ଜିନିୟର୍ସମାନେ ବାହାର କରିଛନ୍ତି ଏକ ନିଆରା ଉପାୟ । ଲୋକଙ୍କ ନିକଟକୁ ସୂର୍ଯ୍ୟ  କିରଣ ପହଂଚାଇବାକୁ ନୂଆ ସୂର୍ଯ୍ୟ  ହିଁ ତିଆରି କରିଦେଇଛନ୍ତି ।

ଏହି ସହରର ନାଁ ହେଉଛି ଜୁକାନ୍ ଯାହା ପାହାଡ ମଧ୍ୟରେ ରହିଛି । ଆଉ ନିକଟରେ ଥିବା ଅନ୍ୟ ପାହାଡ ଗୁଡିକ ଏହି ସ୍ଥାନକୁ ସବୁବେଳେ ଘେରି ରହିଥାଏ । ତେବେ ନକଲି ସୂର୍ଯ୍ୟ ଯୋଗୁଁ ସହରର ସବୁ ସ୍ଥାନରେ ପହଂଚିପାରୁଛି ସୂର୍ଯ୍ୟ କିରଣ । ଏପରିକି ଅସଲ ସୂର୍ଯ୍ୟ  ଭଳି ମଧ୍ୟ ଦେଖାଯାଏ । ଏହି କାରଣ ପାଇଁ ଏହି ସ୍ଥାନକୁ ଦୂର ଦୂରରୁ ପର୍ଯ୍ୟଟକଙ୍କ ସୁଅ ଛୁଟିଥାଏ ।

KNews Bureau

Recent Posts

କେରଳ ନୁହେଁ ଏବେ ‘କେରଳମ୍‌’…ବଦଳିପାରେ ରାଜ୍ୟର ନାଁ, ବିଧାନସଭାରେ ପାରିତ ହେଲା ପ୍ରସ୍ତାବ

ଭାରତର ଦକ୍ଷିଣ ରାଜ୍ୟ କେରଳର ନାଁ ବହୁତ ଜଲ୍‌ଦି ବଦଳିପାରେ । କେରଳ ବିଧାନସଭା ସୋମବାର ସର୍ବସମ୍ମତିକ୍ରମେ ଏକ ପ୍ରସ୍ତାବ…

14 mins ago

ସୁଭଦ୍ରା ଯୋଜନାରେ ହେଉଥିବା ଗୁଜବକୁ ବିଶ୍ବାସ କରନ୍ତୁ ନାହିଁ: ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ସୁଭଦ୍ରା ଯୋଜନାରେ ହେଉଥିବା ଗୁଜବକୁ ବିଶ୍ବାସ କରନ୍ତୁ ନାହିଁ । ଯୋଜନା ଉପରେ କୌଣସି ଭୁଲ ଖବର…

15 mins ago

କାନ୍ଦି କାନ୍ଦି ବେହୋସ ହେଲା କୁନି ଝିଅ, ଉଚିତ ସମୟରେ ସିପିଆର ଦେଇ ଜୀବନ ବଞ୍ଚାଇଲେ ଡାକ୍ତର

ତାଜ ମହଲ ଦେଖିବାକୁ ଆସି ଜୀବନ ମୃତ୍ୟୁ ସହ ସଂଘର୍ଷ କଲା କୁନି ଝିଅ । ବାପା ମା’ଙ୍କ ସହ…

19 mins ago

ଲକ୍ଷ୍ମୀ ବସ୍ ସେବା ନେଇ ଲୋକଙ୍କ ମଧ୍ୟରେ ଦ୍ବନ୍ଦ୍ବ, ଲୋକେ କହୁଛନ୍ତି ବସ୍ ନାଁ ରହୁ କି ନ ରହୁ ସେବା ଜାରି ରହୁ

ମାଲକାନଗିରି : ଉପାନ୍ତ ମାଲକାନଗିରି ଜିଲ୍ଲାରେ ଗରିବ ଆଦିବାସୀ ଲୋକଙ୍କ ଯାତାୟାତର ଏବଂ ଆର୍ଥିକ ଉର୍ଣ୍ଣତି ପାଇଁ ଗତ ରାଜ୍ୟ…

21 mins ago

ବିମାନରେ ବସି ଯାତ୍ରା କରୁଥିଲେ ଯାତ୍ରୀ, କିନ୍ତୁ ଯାତ୍ରୀଙ୍କ ନାକ କାନରୁ ବାହାରିଲା ରକ୍ତ

ବିମାନରେ ବସି ଯାତ୍ରା କରୁଥିଲେ ଯାତ୍ରୀ । ହେଲେ ହଠାତ୍‌ ଯାତ୍ରୀଙ୍କ ନାକରୁ ରକ୍ତ ବାହାରିବା ସହ କାନରେ ଯନ୍ତ୍ରଣା…

26 mins ago

ଗ୍ରୁପରୁ ଋଣ ଉଠାଇ ଫେରାର୍, ଅଭିଯୁକ୍ତ ଘରେ ତାଲା ପକାଇଲେ ଗାଁର ମହିଳା

କଣ୍ଟାବାଞ୍ଜି: ଟଙ୍କା ନେଇ ଛୁ ମାରିଲେ, ହେଲେ ଚୁପ୍ ବସିଲେନି ଗାଁର ମହିଳାମାନେ । ସିଧା ଘରକୁ ଗଲେ ଆଉ…

34 mins ago