ସ୍ପେଶାଲ

ମହାଶିବରାତ୍ରୀରେ ମିଥୁନ ଓ କନ୍ୟା ରାଶିର ସ୍ୱାମୀ ବୁଧ କୁମ୍ଭ ରାଶିରେ କରୁଛନ୍ତି ରାଶି ପରିବର୍ତ୍ତନ, କ’ଣ ରହିଛି ଯୋଗ

ମହାଶିବରାତ୍ରି ଦିନ ଏକ ମହତ୍ତ୍ୱପୂର୍ଣ୍ଣ ରାଶି ପରିବର୍ତ୍ତନ ହେବାକୁ ଯାଉଛି । ମିଥୁନ ଓ କନ୍ୟା ରାଶିର ସ୍ୱାମୀ ବୁଧ କୁମ୍ଭ ରାଶିକୁ ପ୍ରବେଶ କରୁଛନ୍ତି । ବୁଧ ଗ୍ରହ ଗୋଚରରେ ସବୁ ରାଶି ଉପର ପ୍ରଭାବ ପକାଇବେ ।

ପଞ୍ଚାଙ୍ଗ ଓ ଜ୍ୟୋତିଷ ଗଣନାନୁଯାୟୀ ମାର୍ଚ୍ଚ ମାସରେ ବୁଧ ଗ୍ରହ ରାଶି ପରିବର୍ତ୍ତନ କରିବେ । ବୁଧ ଏବେ ମକର ରାଶିରେ ଅବସ୍ଥିତ ରହିଛନ୍ତି । ଯେଉଁଠି ଶନି ଓ ଦେବ ଗୁରୁ ବୃହସ୍ପତି ବିରାଜମାନ କରିଛନ୍ତି । ବୁଧଙ୍କର ଗୋଚର ଫଳ ବହୁତ ଗୁରୁତ୍ତ୍ୱପୂର୍ଣ୍ଣ ମନାଯାଏ । ବିଶେଷକରି ଶିକ୍ଷା, ବେପାର ଓ ଚାକିରି ମାମଲାରେ ବୁଧ ମହତ୍ତ୍ୱପୂର୍ଣ୍ଣ ଫଳ ଦେଇଥାନ୍ତି ।

ବୁଧ ଗ୍ରହ କେବେ ରାଶି ପରିବର୍ତ୍ତନ କରୁଛନ୍ତି

ବୁଧ ଗ୍ରହ ୨୦୨୧ ମାର୍ଚ୍ଚ ୧୧ ତାରିଖ ଗୁରୁବାର ଦିନ ୧୨ଟା ୪୭ ମିନିଟ୍‌ରେ ରାଶି ପରିବର୍ତ୍ତନ କରୁଛନ୍ତି । ଏହି ଦିନ ବୁଧ କୁମ୍ଭ ରାଶିରେ ପ୍ରବେଶ କରିବେ । ଏହି ଦିନ ମହାଶିବରାତ୍ରି ପଡ଼ୁଥିବାରୁ ଅତ୍ୟନ୍ତ ଶୁଭକାରକ ହେବ । ବୁଧ ଗ୍ରହକୁ ରାଜକୁମାର କୁହାଯାଏ । ଏହା ଏକ ଶୁଭ ଗ୍ରହ ।

photo credit: abplive.com

ବୁଧ ଗ୍ରହର ସ୍ୱଭାବ

ବୁଧ ଗ୍ରହର ସଂବନ୍ଧ ବାଣୀ ବା କଥା ସହ ଜଡ଼ିତ । ତେଣୁ ଯାହାର ବୁଧ ଭଲ ରୁହନ୍ତି ତାଙ୍କର ବାଣୀ ମଧୁର ହୋଇଥାଏ । ବୁଧ ଗ୍ରହ ଗଣନା,ତର୍କ, ଶାସ୍ତ୍ର, ଚକିତ୍ସା ଏବଂ ବେପାର ଆଦିର କାରକ ହୋଇଥାନ୍ତି । ଭଗବାନ ବିଷ୍ଣୁଙ୍କୁ ପୂଜା କରିବା ଦ୍ୱାରା ବୁଧ ଗ୍ରହ ମଜବୁତ୍‌ ହୋଇଥାଏ ।

କୁମ୍ଭ ରାଶିରେ ହୁଏ ବୁଧାଦିତ୍ୟ ଯୋଗ

ଜ୍ୟୋତିଷ ଶାସ୍ତ୍ରରେ ବୁଧାଦିତ୍ୟ ଯୋଗକୁ ଶୁଭ ଯୋଗ ମନାଯାଇଥାଏ । କୁମ୍ଭ ରାଶିକୁ ବୁଧଙ୍କ ଆଗମନ ହେଲେ ଏହି ଯୋଗର ସୃଷ୍ଟି ହୁଏ । ସୂର୍ଯ୍ୟଙ୍କ ସହ ଯେବେ ବୁଧଙ୍କର ଯୋଗ ଘଟେ ବୁଧାଦିତ୍ୟ ଯୋଗ ସୃଷ୍ଟି ହୁଏ । ୧୧ ରୁ ୧୪ ମାର୍ଚ୍ଚ ପର୍ଯ୍ୟନ୍ତ ପର୍ଯ୍ୟନ୍ତ ସୂର୍ଯ୍ୟ କୁମ୍ଭ ରାଶିରେ ରହିବେ । ଏହା ପରେ ବୁଧ ମୀନ ରାଶିରେ ପ୍ରବେଶ କରିବେ । ବୁଧାଦିତ୍ୟ ଯୋଗ ହେଲେ ଶିକ୍ଷା, ବେପାର ଆଦି କ୍ଷେତ୍ରରେ ବୃଦ୍ଧି ହୋଇଥାଏ । କୁମ୍ଭ ରାଶିରେ ଶୁକ୍ର ମଧ୍ୟ ବିରାଜମାନ ଅଛନ୍ତି ।

କୁମ୍ଭ ରାଶି ଫଳ

ବୁଧ ଗ୍ରହର ରାଶି ପରିବର୍ତ୍ତନ କୁମ୍ଭ ରାଶିରେ ହେଉଛି । ଏହି କାରଣରୁ ଏହାର ଅଧିକ ପ୍ରଭାବ କୁମ୍ଭ ରାଶି ଉପରେ ପଡ଼ିବ । ଫଳରେ କୁମ୍ଭ ରାଶିର ବନ୍ଦ ପଡ଼ିଥିବା କାର୍ଯ୍ୟ ପୁରା ହେବ । ଶିକ୍ଷା ଓ ବେପାର ଆଦି କାର୍ଯ୍ୟରେ ଭଲ ଫଳ ମିଳିବ ।

Niharanjan

Recent Posts

ଘାଇଲା କରୁଛି ପାଗଳ ବିଲୁଆ, ଘରୁ ବାହାରିବାକୁ ଡରୁଛନ୍ତି ଲୋକେ

କାକଟପୁର (କେନ୍ୟୁଜ): ପାଗଳ ବିଲୁଆ ଆତଙ୍କରେ ଥରହର ହେଉଛନ୍ତି ଗାଁ ଲୋକେ । ଅସ୍ତରଙ୍ଗ ନିକଟ ବେଗୁନିଆବସ୍ତ ଗାଁରେ ଏକ…

8 mins ago

ସର୍ବଭାରତୀୟ କବାଡି ପ୍ରତିଯୋଗୀତା ଉଦଯାପିତ, ମହିଳାରେ କିଟ ଏବଂ ପୁରୁଷରେ ସାଉଥ୍ ଇଷ୍ଟର୍ଣ୍ଣ ରେଲୱେ ଦଳ ଚାମ୍ପିଅନ୍

ଯାଜପୁର (କେନ୍ୟୁଜ) : ଚାଲିଛି ସଂଘର୍ଷପୂର୍ଣ୍ଣ ଲଢେଇ । କର ବା ମର ପରିସ୍ଥିତି । ଏପଟେ ଗ୍ୟାଲେରୀରେ ଦର୍ଶକଙ୍କ…

10 mins ago

ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ, ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା

ଭୁବନେଶ୍ୱର : ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ  । ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା  । ଅସହ୍ୟ…

13 mins ago

ଅମରନାଥ ଯାତ୍ରା ପାଇଁ ହେଲିକପ୍ଟର ସେବା ଲାଗି ବୁକିଂ ଆରମ୍ଭ

ବାବାଙ୍କ ଭକ୍ତିରେ ଲୀନ ଶ୍ରଦ୍ଧାଳୁ । ସମସ୍ତଙ୍କ ମୁହଁରେ ଗୋଟାଏ ଶଦ୍ଦ ବାବା.. ଭୋଲେନାଥ.. । ଦେବ ଦେବ ମହାଦେବଙ୍କୁ…

19 mins ago

ଇରାନ୍‌: ହସ୍ପିଟାଲରେ ଲାଗିଲା ଭୟଙ୍କର ନିଆଁ, ଦେଖୁ ଦେଖୁ ଜଳିଗଲେ ୯ ଜଣ ରୋଗୀ; ତଦନ୍ତ ପାଇଁ ନିର୍ଦ୍ଦେଶ

ଇରାନ୍‌ର ଉତ୍ତର ଭାଗରେ ଥିବା ଏକ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୯ ଜଣ ରୋଗୀଙ୍କର ମୃତ୍ୟୁ…

34 mins ago

କେତେ ବର୍ଷ ପର୍ଯ୍ୟନ୍ତ ବ୍ୟବହାର କରିବା ଉଚିତ Windows ଏବଂ Split AC ? ଜାଣନ୍ତୁ ଏହାର ୱାରେଣ୍ଟି ଡେଟ୍‌

Windows ଏବଂ Split ACରେ ଅଗ୍ନିକାଣ୍ଡ ଏବଂ ବିସ୍ଫୋରଣର ଅନେକ ଘଟଣା ଗତ କିଛି ଦିନ ମଧ୍ୟରେ ସାମ୍ନାକୁ ଆସିଛି…

1 hour ago