ଧନତେରାସରୁ ଶନିଦେବ ପରିବର୍ତ୍ତନ କରିବେ ଚଳନ, ଏହିସବୁ ରାଶିରେ ରହିଛି ପ୍ରବଳ ଧନ ଯୋଗ

କର୍ମଫଳ ଦାତା ଶନିଦେବ ରାଶି ବଦଳେଇବାକୁ ଯାଉଛନ୍ତି ।  ଶନି ଯେତେବେଳେ ରାଶି ପରିବର୍ତ୍ତନ କରନ୍ତି, ଏହା କିଛି ରାଶିଙ୍କ ପାଇଁ ଭଲ ହେଉଥିବା ବେଳେ କିଛି ରାଶିଙ୍କ ପାଇଁ ଅଶୁଭ ହୋଇଥାଏ ।  ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ ଚଳିତବର୍ଷ ୨୫ ଅକ୍ଟୋବରକୁ ଧନତେରାସ ପଡୁଛି। ଏହିଦିନରୁ ଶନିଦେବ ନିଜର ଚଳନ ପରିବର୍ତ୍ତନ କରିବେ। ଶନିଦେବ ଜୁଲାଇରୁ ବକ୍ରି ହେବାକୁ ଯାଉଛନ୍ତି। ଏହିଦିନ ଧନତେରାସ ଥିବାରୁ ଅନେକ ରାଶି ଉପରେ ଖାସ୍‌ ପ୍ରଭାବ ପଡୁଛି। ଶନିଙ୍କ ଏହି ଗୋଚର କେତେକ ରାଶିର ବ୍ୟକ୍ତିଙ୍କ ଜୀବନରେ ବହୁ ପରିବର୍ତ୍ତନ କରିବେ । ଶନିଙ୍କ ଚଳନ ୩ଟି ରାଶିରେ ଧନଲାଭ ଯୋଗ ହେବା ସହିତ ଭାଗ୍ୟ ଉଦୟ ଯୋଗ ମଧ୍ୟ ରହିଛି।  ତେବେ କେଉଁ ରାଶିରେ କ’ଣ ପ୍ରଭାବ ପଡିବ, ଆଉ କାହାକୁ ଲାଭ ମିଳିବ ଜାଣନ୍ତୁ…

ମେଷ ରାଶି :  ଶନିଦେବ ଧନତେରାସରେ ମାର୍ଗି ହେବାକୁ ଯାଉଛନ୍ତି। ଯାହା ଲୋକଙ୍କ ପାଇଁ ଶୁଭଫଳ। ଶନିଗ୍ରହ ମାର୍ଗି ହେବା ଯୋଗୁଁ ବିଜନେସ ଏବଂ ଚାକିରି ଉପରେ ଭଲ ପ୍ରଭାବ ପକାଇବ। ଏହିସମୟରେ ବେପାର ବଣିଜରେ ଲାଭ ମିଳିବ। ଆପଣ ଯଦି ଷ୍ଟକ ମାର୍କେଟ, ଲଟେରୀ ଏବଂ ଜୁଆରେ ନିବେଶ କରିବାକୁ ଇଚ୍ଛା ରଖିଛନ୍ତି, ତେବେ କରିପାରିବେ। ଲାଭ ଯୋଗ ରହିଛି। ଏହି ସମୟରେ ନୂଆ ଚାକିରର ସମ୍ଭାବନା ରହିଛି। ଆପଣଙ୍କୁ ପଦୋନ୍ନତି କିମ୍ବା ବର୍ଦ୍ଧିତ ଦରମା ମିଳିବ। ଧନଲାଭ ହେବ। ଏହି ସମୟରେ କାର୍ଯ୍ୟ କରିବାର ଶୈଳୀରେ ମଧ୍ୟ ଉନ୍ନତି ଦେଖିବାକୁ ମିଳିବ। କାର୍ଯ୍ୟସ୍ଥଳରେ ପ୍ରଶଂସା ହେବ। ଆପଣଙ୍କ ମାଲିକ ଆପଣଙ୍କ ଉପରେ ଖୁସି ହେବେ। ଏଥିପାଇଁ ନୀଳ ରତ୍ନ ଧାରଣ କରିପାରିବେ। ଏହା ଆପଣଙ୍କୁ ସୌଭାଗ୍ୟ ପ୍ରଦାନ କରିବ।

ମୀନ ରାଶି : ଶନିଦେବ ଧନତେରାସରେ ସିଧାଚଳନ ଯୋଗୁଁ କ୍ୟାରିଅର ଏବଂ ବେପାରରେ ଲାଭପ୍ରଦ ହେବ। ଆପଣଙ୍କ ରାଶିରେ ଶନିଗ୍ରହ ୧୧ତମ ସ୍ଥାନରେ ମାର୍ଗି ହେବାକୁ ଯାଉଛନ୍ତି। ଯାହା ଆୟ ଏବଂ ଲାଭର ସ୍ଥାନ। ଏହି ସମୟରେ ଆୟ ବଢିବ। ଆୟ କରିବାର ନୂଆ ନୂଆ ମାଧ୍ୟମରେ ଧନ ରୋଜଗାର କରିବାରେ ସଫଳ ରହିବେ। ଏହି ସମୟରେ ନୂଆ ଏବଂ ବାଣିଜ୍ୟିକ ସଂପର୍କ ସୃଷ୍ଟି କଲେ ଧନଲାଭ ହେବେ। ଏହି ସମୟରେ ବେପାର ବଣିଜରେ ନୂଆ ଡିଲ୍‌ ଫାଇନାଲ କରିବେ। ଯାହା ଆପଣଙ୍କୁ ଭବିଷ୍ୟତରେ ଫାଇଦା ଦେବ। ଏହି ସମୟରେ କାରବାରରେ ମଧ୍ୟ ଲାଭ ମିଳିବ।

ତୁଳା ରାଶି : ଶନିଦେବ ମାର୍ଗି ହେବା ଲୋକଙ୍କୁ ଶୁଭଫଳ ଦେବ। ଏହି ସମୟରେ ଭୌତିକ ସୁଖ ମିଳିବ। ଆପଣ ନୂଆ ଗାଡି କିମ୍ବା ଜାଗା କିଣିପାରିବେ। ନୂଆ ଚାକିରି ପ୍ରସ୍ତାବ ମଧ୍ୟ ଆସିପାରେ। ଚାକିରିରେ ପଦୋନ୍ନତି ଯୋଗ ରହିଛି। ଏହି ସମୟରେ ଧନ ପ୍ରାପ୍ତି ମଧ୍ୟ ହେବ। ତୁଳା ରାଶିର ସ୍ୱାମୀ ଶୁକ୍ର। ତେଣୁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶନିଦେବ ଏବଂ ଶୁକ୍ର ଦେବଙ୍କ ମଧ୍ୟରେ ବନ୍ଧୁତା ରହିବ। ଶନିଦେବ ମାର୍ଗି ହେବା ଲାଭକାରୀ ହୋଇପାରେ।

Also Read : ଘରେ ଲଗାନ୍ତୁ ଜୀବନପ୍ରଦାନ କରୁଥିବା ବ୍ରହ୍ମକମଳ ଫୁଲ, ଜାଣନ୍ତୁ କ’ଣ ମିଳେ ଫାଇଦା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.