କୌଣସି ଏକ ଦେଶକୁ ଯିବା ପୂର୍ବରୁ, ଆପଣଙ୍କୁ ସେହି ଦେଶ ବିଷୟରେ ସମସ୍ତ ବିବରଣୀ ଜାଣି ରଖିବା ଉଚିତ । ଏହା କରିବା ଦ୍ୱାରା ଆପଣଙ୍କ ଯାତ୍ରା ସହଜ ହୋଇଥାଏ । ପ୍ରତ୍ୟେକ ଦେଶରେ ପର୍ଯ୍ୟଟକମାନଙ୍କ ପାଇଁ ଭିନ୍ନ ପ୍ରକାରର ନିୟମ ରହିଛି । ଆଜି ଆମେ ଆପଣଙ୍କୁ ଏମିତି କିଛି ଦେଶ ବିଷୟରେ କହିବୁ, ଯେଉଁଠାରେ ପର୍ଯ୍ୟଟକମାନଙ୍କ ପାଇଁ ବହୁତ କଠୋର ନିୟମାବଳୀ ରଖାଯାଇଛି । ଯଦି ଆପଣ ଏହି ଦେଶଗୁଡ଼ିକୁ ଯିବାର ପ୍ଲାନିଙ୍ଗ୍ କରୁଛନ୍ତି ତେବେ ଏହା ଜାଣିବା ଆପଣଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହେବ । ଆସନ୍ତୁ ଜାଣିବା ସେହି ଦେଶଗୁଡିକ ବିଷୟରେ ….
ସିଙ୍ଗାପୁର- ଆପଣ ଯଦି ରାସ୍ତାରେ ଛେପ ଓ ଚୁଇଙ୍ଗମ୍ ପକାଉଛନ୍ତି କିମ୍ବା ସର୍ବସାଧାରଣ ସ୍ଥାନରେ ଧୁମ୍ରପାନ କରୁଛନ୍ତି ତେବେ ଏଠାରେ ଜରିମାନା ଦେବାକୁ ବାଧ୍ୟ । ଏଥିସହ ରାସ୍ତା ପାର ହେବା ସମୟରେ ଅସାବଧାନତା ହେଲେ ଏବଂ ପବ୍ଲିକ୍ ଟଏଲେଟ ବ୍ୟବହାର କରି ଅପରିଷ୍କାର କଲେ ଆପଣଙ୍କୁ ମୋଟା ଅଙ୍କର ଜରିମାନା ଦେବାକୁ ପଡ଼ିବ ।
ୟୁଏଇ- ୟୁଏଇରେ ଆପଣ ନିଜ ପାର୍ଟନରଙ୍କ ହାତଧରି ଚାଲିଲେ ଆପଣଙ୍କୁ ଜେଲ୍ ହୋଇପାରେ । ଏହି ଦେଶରେ ଡ୍ରଗ୍ସ ଆଇନକୁ ଖୁବ୍ କଠୋର କରାଯାଇଛି । ଯଦି ଆପଣ ସେଠାରେ ଡ୍ରଗ୍ସ କିମ୍ବା ବ୍ରାଉନ୍ ସୁଗାର ବ୍ୟବହାର କରୁଛନ୍ତି ତେବେ ଆପଣଙ୍କୁ ଦଣ୍ଡିତ କରାଯିବ ।
ଜାପାନ- ଜାପାନରେ ଧୁମପାନ ପାଇଁ ସ୍ୱତନ୍ତ୍ର ସ୍ଥାନ ରହିଛି । ଯଦି ଆପଣ ସେହି ସ୍ଥାନ ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ଧୁମପାନ କରୁଛନ୍ତି, ତେବେ ଆପଣଙ୍କୁ ଜରିମାନା ଦେବାକୁ ପଡ଼ିବ । ରାସ୍ତାରେ ଛେପ ପକେଇବା ଓ ମଦ ପିଇ ଗାଡି ଚଲେଇବା ଏଠାରେ ସମ୍ପୂର୍ଣ୍ଣ ଭାବେ ନିଷେଧ ।
ସାଉଦି ଆରବ- ଯଦିି ଏଠାରେ ଆପଣଙ୍କ ନିକଟରୁ ଡ୍ରଗ୍ସ ସମ୍ବନ୍ଧୀୟ କୌଣସି ଜିନିଷ ମିଳୁଛି, ତେବେ ଆପଣଙ୍କୁ ମୃତ୍ୟୁଦଣ୍ଡ ଦିଆଯିବ । ମକ୍କା ଏବଂ ମଦିନାରେ ଅଣ ମୁସଲିମ୍ ଲୋକଙ୍କ ପ୍ରବେଶ ନିଷେଧ ରହିଛି ।
ଥାଇଲ୍ୟାଣ୍ଡ- ଚୋରା ଚାଲାଣ ମାମଲାରେ ଏହି ଦେଶରେ ମୃତ୍ୟୁଦଣ୍ଡ ଦିଆଯାଇଥାଏ । ଏହା ବ୍ୟତୀତ, ଯଦି କୌଣସି ବ୍ୟକ୍ତି ସରକାରଙ୍କ ବିରୋଧରେ ଆପତ୍ତିଜନକ ଶଦ୍ଦ ବ୍ୟବହାର କରୁଛନ୍ତି ତେବେ ତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯିବ ।
କତାର- କତାରରେ ମଦ୍ୟପାନ କରିବା ସମ୍ପୂର୍ଣ୍ଣ ନିଷେଧ । ଏଥିସହ, ଏଠାକର ମହିଳାମାନେ କାନ୍ଧ ଓ ଆଣ୍ଠୁକୁ ଘୋଡାଇ ରଖିବା ନିୟମ ରହିଛି ।
ଇଣ୍ଡୋନେସିଆ- ଏଠାକାର ଡ୍ରଗ୍ସ ଆଇନ ଅତ୍ୟନ୍ତ କଠୋର କରାଯାଇଛି । ଯହି କୌଣସି ବ୍ୟକ୍ତି ଇଣ୍ଡୋନେସିଆରେ ଡ୍ରଗ୍ସ କାରବାର କରନ୍ତି ସେମାନଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥାଏ । ମନ୍ଦିର ଯିବା ପାଇଁ ଏଠି ଆପଣଙ୍କୁ ସ୍ୱତନ୍ତ୍ର ଡ୍ରେସ୍ କୋଡ୍ ଅନୁସରଣ କରିବାକୁ ପଡିଥାଏ ।