ସ୍ପେଶାଲ

ପ୍ଲାଷ୍ଟିକ ହାତ ଦେଲା ସୌମ୍ୟଙ୍କୁ ନୂଆ ଜୀବନ, ଯୁକ୍ତ ଦୁଇ ପରୀକ୍ଷାରେ ୯୦% ନମ୍ୱର୍ ରଖି ପାଲଟି ଯାଇଛନ୍ତି ସମସ୍ତଙ୍କ ପାଇଁ ଆଦର୍ଶ

ଭୁବନେଶ୍ଵର: ମଣିଷ ବଞ୍ଚିଥିବା ପର୍ଯ୍ଯନ୍ତ ଜୀବନରେ ଉତଥାନ ପତନ, ଘଟଣା ଦୁର୍ଘଟଣା ଲାଗି ରହିଥାଏ। ସେଦିନ କିନ୍ତୁ ସନ୍ତୋଷ ସାହୁଙ୍କ ପରିବାରରେ ଉପରେ ଆସିଥିବା ହଠାତ୍ କଳାହାଣ୍ଡିଆ ବାଦଲ, ଝଡ ତୋଫାନ ଭିତରେ କାଳିଜାଇ ହଜିଗଲା ଭଳି, ତାଙ୍କ ଘରର ଦୀପ ଲିଭିଯିବାକୁ ବସିଥିଲା । ତାହା ପୁଣି ଏକ ଆକସ୍ମିକ ଦୁର୍ଘଟଣାରେ।

ସେଦିନ ଥାଏ ୧୯ ମାର୍ଚ୍ଚ ୨୦୧୭ ।  ପୁଅ ସୌମ୍ୟ ରଂଜନ ବୁଲିବାକୁ ଯାଇଥାନ୍ତି କକେଇଙ୍କ ଘରକୁ। ସେଠାରେ ସୌମ୍ୟ ଅନ୍ୟ ସାଙ୍ଗ ସାଥିରେ ଖେଳୁ ଥିବା ବେଳେ ବଲ୍ ଅଟକି ଯାଇଥିଲା ଛାତ ଉପରେ ଥିବା ଏକ ସ୍ଥାନରେ । ତାକୁ ଆଣିବା ପାଇଁ ସୌମ୍ୟରଞ୍ଜନ ଛାତ ଉପରକୁ ଯାଇ ଛାତ ଉପରେ ପଡ଼ିଥିବା ଷ୍ଟିଲ ପାଇପ୍ ନେଇ ଆଣିବା ଗଲାବେଳେ ଛାତ ଉପରେ ଯାଇଥିବା ଇଲେଭେନ୍ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଥିଲେ। ଯାହା ଫଳରେ ମୃତ୍ୟୁ ମୁହଁ କୁ ଟାଣି ହୋଇଯାଇଥିଲେ ସୌମ୍ୟ ରଞ୍ଜନ। ପରିବାର ଭିତରେ ଖେଳି ଯାଇଥାଏ ଶୋକର ଛାୟା।ପୁଅକୁ ନେଇଯାଇଥିଲେ ଏକ ଘରୋଇ ହସ୍ପିଟାଲ୍ କୁ । ସେଠାରେ ଚିକିତ୍ସା ପରେ ମରଣ ମୁହଁରୁ ବଂଚିଗଲେ ସତ । କିନ୍ତୁ ତାଠାରୁ ଅଧିକ ଦୁଃଖର ବିଷୟ ଥିଲା କୋମଳ ବୟସରେ କାଟିବାକୁ ପଡ଼ିଥିଲା ସୌମ୍ୟଙ୍କର ଦୁଇଟି ହାତ। ତା ପରେ ଆରମ୍ଭ ହୋଇଥିଲା ଜୀବନର ସଂଘର୍ଷ ।

ଏହି ଆକସ୍ମିକ ଘଟଣାରେ ଭାଙ୍ଗି ପଡିଥିଲେ ମାଆ, ବାପା ଭଉଣୀ। ଏମିତିକି ପରିବାର ଲୋକେ ଏଭଳି ପରିସ୍ଥିତିରେ ଦୁଇଟି ହାତ ନଥାଇ ପୁଅ କଣ କରିବ? ସେହି ଚିନ୍ତାରେ ରହିଥିଲେ । ଶିକ୍ଷୟିତ୍ରୀ ମାଆ ଭାବିଥିଲେ ପୁଅ ପାଇଁ ସମସ୍ତେ ବିଷ ପିଇ ଜୀବନ ହାରିଦେବୁ ବୋଲି। ହେଲେ ମନ ବଳ ହାରି ନଥିଲେ ସୌମ୍ୟ। ଦୁଇଟି ପ୍ଲାଷ୍ଟିକ ହାତ ଲାଗିଲା। ପୁଣି ବଞ୍ଚିବା ସିଖିଲେ ସୌମ୍ୟ । ଦଶମ ଶ୍ରେଣୀ ପରୀକ୍ଷା ଦେଇ ଭଲ ମାର୍କରେ ପାସ୍ କରିଥିଲେ। ତା ପରେ ଏଥର +୨ ପରୀକ୍ଷା ଦେଇ ୯୦ପ୍ରତିଶତ ନମ୍ୱର୍ ରଖି ସଫଳତା ଶୀର୍ଷ ତାଲିକା ଆସିଥିବା ବେଳେ ସମସ୍ତ ଠାରୁ ଅନେକ ପ୍ରଶଂସା ସାଉଁଟିଛନ୍ତି। ଖାଲି ସେତିକି ନୁହେଁ, ପ୍ଲାଷ୍ଟିକ ହାତ ତାଙ୍କୁ ସଫଳତା ଦେଇଛି ବୋଲି ସେ କହିଛନ୍ତି । ସୌମ୍ୟ ଆଜି ପରିବାର, ସଙ୍ଗା ସାଥୀ, ସ୍କୁଲ୍, କଲେଜ୍ ସମସ୍ତ ପାଇଁ ସୁନାମ ଆଣିବା ସହିତ ପ୍ରତ୍ୟେକଙ୍କ ପାଇଁ ପାଲଟି ଯାଇଛନ୍ତି ଆଦର୍ଶ ।

ଭୁବନେଶ୍ଵରରୁ ରାଜାଙ୍କ ରିପୋର୍ଟ,କେନ୍ଯୁଜ୍

Sonalisa

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

6 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

8 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

8 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

8 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

9 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

9 hours ago