ସେୟାର ମାର୍କେଟିଂର ଲୋଭ ଦେଖାଇ ୩ କୋଟି ଲୁଟ, ମାଷ୍ଟରମାଇଣ୍ଡକୁ ଗିରଫ କଲା ପୋଲିସ

ମାଲକାନଗିରି: ସେୟାର ମାର୍କେଟିଂର ଲୋଭ ଦେଖାଇ ୩ କୋଟି ଲୁଟ । ମାଲକାନଗିରି ଅଞ୍ଚଳରେ ଜଣେ ଠକ ଲୋକଙ୍କୁ ସେୟାର ମାର୍କେଟ ବା ଟ୍ରେଡିଂ ବ୍ୟବସାୟରେ ଅଧିକା ଟଙ୍କାର ରିର୍ଟନ ଦେଖାଇ ପ୍ରାୟ ୩ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଠକି ନେଇଛି । କେ. ଜିତେନ୍ଦ୍ର ପାତ୍ର ଥାନାରେ ଏନେଇ ଏତଲା ଦେଇଥିଲେ । ଯାହା ପରେ ପୁଲିସର ତଦନ୍ତ ଆରମ୍ଭ କରିଥିଲା । ଆଉ ଶେଷରେ କୋଟି କୋଟି ଟଙ୍କା ଠକେଇ ହୋଇଥିବା ଜାଣିପାରିଛି ପୋଲିସ । ଜିତେନ୍ଦ୍ରଙ୍କ ଏତଲା ଅନୁଯାୟୀ ଗତ ୨୦୧୭ ମସିହାରେ ଦେବଜିତ ତ୍ରିପାଠୀ ମାଲକାନଗିରିରେ ଆସି ରହୁଥିଲେ ।
୨୦୧୮ ମସିହାରେ ଜିତେନ୍ଦ୍ରଙ୍କ ସାକ୍ଷାତ ଦେବଜିତଙ୍କ ସହ ହୋଇଥିଲା । ଦେବଜିତ କଟକରେ ରହି ଟ୍ରେଡିଂ ବ୍ୟବସାୟ କରୁଥିବା ଜିତେନ୍ଦ୍ରଙ୍କୁ କହିଥିଲେ । ୫୦ ହଜାର ଟଙ୍କା ନିବେଶ କଲେ ୩ ମାସରେ ୨୦ ପ୍ରତିଶତ ଟଙ୍କା ପାଇବେ ବୋଲି ଲୋଭ ଦେଖାଇଥିଲେ । ଯାହାପରେ ଜିତେନ୍ଦ୍ର ମଧ୍ୟ ଲୋଭରେ ପଡି ଦେବଜିତଙ୍କୁ ୫୦ ହଜାର ଟଙ୍କା ଦେଲେ । ଦେବଜିତ ୩ ମାସ ପରେ ୨୦ ପ୍ରତିଶତ ଟଙ୍କା ଦେଇଥିଲେ । ଟଙ୍କା ପାଇବା ପରେ ଧିରେ ଧିରେ ଜିତେନ୍ଦ୍ର ତାଙ୍କୁ ୪୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦେଇ ଚାଲିଲେ ।
ତେବେ ଜିତେନ୍ଦ୍ର ଟଙ୍କା କେଉଁ କମ୍ପାନୀରେ ପକାଇଛ ବୋଲି ପଚାରିବା ସହ ଟଙ୍କା ମାଗିବାରୁ ଦେବଜିତ ତୁମର ଆଇଡି ବନ୍ଦ ହୋଇଯାଇଛି ବୋଲି କହିଥିଲେ । ପୁଣି ଦେବଜିତ ଆଇଡି ବନ୍ଦ ହୋଇଥିବା କହି ୨୨ ଲକ୍ଷ ଟଙ୍କା ମାଗିଲେ । ଯିତେନ୍ଦ୍ର ପୁଣି ଧାର ଉଧାର କରି ୨୨ ଲକ୍ଷ ଦେଲେ । ଏହାପରେ ଯିତେନ୍ଦ୍ର ଟଙ୍କା ମାଗିବାରୁ ପାନ୍ ଓ ଆଧାର କାର୍ଡ ମ୍ୟାଚ କରୁନଥିବା କହି ଆହୁରି ୧୦ ଲକ୍ଷ ଟଙ୍କା ମାଗିଲେ । ଏହି ଟଙ୍କା ପକାଇଲେ କମିଶନ ଆସିବ ବୋଲି ବୁଝାଇଥିଲା ଦେବଜିତ । ଏମିତି ପ୍ରାୟ ୮୦ ଲକ୍ଷ ଟଙ୍କା ଦେବଜିତଙ୍କୁ ଦେଲେ ଯିତେନ୍ଦ୍ର ।
ତେବେ ସମସ୍ତ ଟଙ୍କା କମିଶନ ସହ ମାଗିବାରୁ ଦେବଜିତ ଡରାଇବା ଆରମ୍ଭ କରିଥିଲେ । ଯାହାପରେ ଯିତେନ୍ଦ୍ର ବାଧ୍ୟ ହୋଇ ମାଲକାନଗିରି ଥାନାରେ ଗତ ୯.୮.୨୦୨୪ରେ ଏତଲା ଦାୟର କରିଥିଲେ । ଏତଲାକୁ ଭିତ୍ତି କରି ମାଲକାନଗିରି ପୁଲିସ ଦେବଜିତକୁ ଆସାମରୁ ଗିରଫ କରିଛି । ତେବେ ପୁଲିସ ତଦନ୍ତରେ ଜାଣିପାରିଛି ଯେ ଦେବଜିତ ଅନ୍ୟ ୫ ଜଣକୁ ମଧ୍ୟ ଟ୍ରେଡିଂ ନାମରେ ପ୍ରାୟ ୩ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଠକିଛି । ଏହି ଘଟଣାରେ ଠକେଇର ଶିକାର ହୋଇଥିବା ଲୋକ କହିଛନ୍ତି ଯେ ଲୋକଙ୍କ ଠାରୁ ସୁଧରେ ଆଣି ଦେବଜିତ ତ୍ରିପାଠୀଙ୍କୁ ଦେଇଥିଲେ ।
ଏବେ ଲୋକେ ଆମ ଦାଣ୍ଡରେ ବସି ଧମକ ଚମକ ଦେଉଛନ୍ତି । ଟଙ୍କା ଫେରି ପାଇବା ପାଇଁ ତେଣୁ ପୋଲିସ ପ୍ରଶାସନକୁ ଅନୁରୋଧ କରିଛନ୍ତି । ସେପଟେ ମାଲକାନଗିରି ଥାନା ଅଧିକାରୀ କହିଛନ୍ତି ଯେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ଖୁବଶୀଘ୍ର ରିମାଣ୍ଡରେ ଆଣି ଅଧିକ ତଦନ୍ତ କରାଯିବ । ଯେଉଁ ଯେଉଁ ଆକାଉଣ୍ଟରେ ଟଙ୍କା ଥିବ ତାକୁ ପ୍ରିଜ଼ କରି ଲୋକଙ୍କ ଟଙ୍କା ଫେରସ୍ତ ପାଇଁ ଚେଷ୍ଟା କରାଯିବ ବୋଲି ମାଲକାନଗିରି ଥାନା ଅଧିକାରୀ କହିଛନ୍ତି । ଆଜିକାଲିର ଯୁବପିଢ଼ିଙ୍କୁ ରାତାରାତି କୋଟିପତି ହେବାର ନିଶା ଘାରିଛି । ସେହିଭଳି କିଛି ବ୍ୟକ୍ତିଙ୍କୁ ଜାଲରେ ଫସାଇ କୋଟି କୋଟି ଟଙ୍କା ଲୁଟ୍ କରନ୍ତି ଲୁଟେରା । ତେଣୁ ସାବଧାନ ରୁହନ୍ତୁ ସତର୍କ ରୁହନ୍ତୁ ।
Also read: ନୂଆପଡ଼ାରେ ଫାୟାରିଂ, ଯୁବକଙ୍କ ଉପରକୁ ଗୁଳିମାଡ଼ କଲେ ୩ ଦୁର୍ବୃତ୍ତ