ଭାଇରଲ ହେଉଛି ଏହି Video: ବିନା ମାସ୍କରେ ପରିବା କିଣିବାକୁ ଆସିଥିଲେ ମାଆ ଓ ଝିଅ, ରାସ୍ତା ଉପରେ ହିଁ ମହିଳାଙ୍କୁ ଘୋଷାଡ଼ି ଘୋଷାଡ଼ି ପିଟିଲା ପୋଲିସ

ମଧ୍ୟ ପ୍ରଦେଶର ସାଗର ଜିଲ୍ଲାରୁ ଏମିତି ଏକ ଘଟଣା ସାମ୍ନାକୁ ଆସିଛି, ଯେଉଁଥିରେ ପରିବା କିଣିବାକୁ ଆସିଥିବା ଜଣେ ମହିଳାଙ୍କୁ ପୋଲିସ ଖୁବ ମାଡ଼ ମାରିଛି। ଖବରରୁ ଜଣାପଡିଛି, ମହିଳା ଜଣକ ପରିବା କିଣିବାକୁ ବାହାରକୁ ବାହାରିଥିଲେ ମଧ୍ୟ ମୁହଁରେ ମାସ୍କ ପିନ୍ଧି ନ ଥିଲେ, ଯେଉଁ କାରଣରୁ ପୋଲିସ ତାଙ୍କୁ ମାଡ଼ ମାରିଥିଲା। ତେବେ ଏହାର ଏକ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରଲ ହେବା ପରେ ପୋଲିସ ଅଧିକାରୀ କହିଛନ୍ତି, ମହିଳା ଜଣକ ପ୍ରଥମେ ଜଣେ ମହିଳା ପୋଲିସ ଅଧିକାରୀଙ୍କ ଉପରେ ଆକ୍ରମଣ କରିଥିଲେ।

ଭିଡ଼ିଓରେ ଦେଖିବାକୁ ମିଳୁଛି କି, ଜଣେ ମହିଳା ପୋଲିସ ଅଧିକାରୀଙ୍କ ସହ କିଛି ପୋଲିସ ଅଫିସର ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି। ମହିଳା ଅଧିକାରୀ ଉକ୍ତ ମହିଳାଙ୍କ ଚୁଟିକୁ ଧରି ଘୋଷାଡ଼ି ଘୋଷାଡ଼ି ପୋଲିସ ଜିପ ଭିତରେ ପୂରାଇବାକୁ ଚେଷ୍ଟା କରୁଛନ୍ତି। ମହିଳା ଓ ତାଙ୍କ ଝିଅକୁ ପୋଲିସ ଧକ୍କା ମାରିବା ସହ ମାଡ଼ ମଧ୍ୟ ମାରୁଛି, ଯାହାର ପ୍ରତିବାଦ କରୁଛନ୍ତି ମାଆ ଓ ଝିଅ।

ସେପଟେ ଏ ନେଇ ସବ ଡିଭିଜନ ପୋଲିସ ଅଫିସର କମଲ ସିଂ କହିଛନ୍ତି, ଏହି ଭିଡ଼ିଓ ସମ୍ପୂର୍ଣ୍ଣ ନୁହେଁ। ଭିଡ଼ିଓରେ ଦେଖିବାକୁ ମିଳିଥିବା ଘଟଣା ପୂର୍ବରୁ ମହିଳା ଓ ତାଙ୍କ ଝିଅ ପୋଲିସ ସହିତ ମାରପିଟ କରିଥିଲେ। ଏଥିରେ ମହିଳା ପୋଲିସ ଅଧିକାରୀଙ୍କ ମୁହଁରେ ନଖ ବାଜି ରକ୍ତ ମଧ୍ୟ ବାହାରିଛି। ଘଟଣାଟି ସେତେବେଳେ ଘଟିଥିଲା, ଯେତେବେଳେ ମାଆ ଓ ଝିଅ ସକାଳ ୧୧ଟାରେ ବିନା ମାସ୍କରେ ବାହାରକୁ ଆସିଥିଲେ। ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ସମୟରେ ସେମାନେ ପ୍ରଥମେ ଆକ୍ରମଣ କରିଥିଲେ। ଏହି ଘଟଣାରେ ମହିଳାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିବା ପୋଲିସ କହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.