ଲାଜ ଲାଗୁନି. . .  ଶଗଡ଼ ଗାଡି ଏଇଟା ମଟର ଗାଡି ନୁହେଁ

ଡେରାଡୁନ୍: ବର୍ତ୍ତମାନ ସମୟରେ ନୂଆ ମୋଟର ଯାନ ଆଇନ ସମସ୍ତଙ୍କର ଗାଡି ଚାଳକଙ୍କ ମୁଣ୍ଡ ବିନ୍ଧାର କାରଣ ସାଜିଥିବା ବେଳେ ପୋଲିସ ବାବୁଙ୍କ ପାଇଁ ପୁଷ ମାସ ପାଲଟିଛି। ଆଇନ ଉଲଂଘନ କରୁଥିବା ପ୍ରତ୍ୟେକ ଗାଡି ଚାଳକଙ୍କୁ ଧରି କାଟୁଛନ୍ତି ମୋଟାଅଙ୍କର ଜରିମାନା । ଏହି ଜରିମାନା କଟିବାରେ ପୋଲିସ ବାବୁ ଏତେ ଭୋଳ ହେଉଯାଉଛନ୍ତି ଯେ ମୋଟର ଗାଡି ଓ ବଳଦ ଗାଡି ମଧ୍ୟରେ ଫରକ ମଧ୍ୟ ଭୁଲି ଯାଉଛନ୍ତି। ଯାହାର ଏକ ଉଦାହରଣ ଦେଖିବାକୁ ମିଳିଛି ଡେରାଡୁନ ବିକାଶନଗର ଅଞ୍ଚଳରେ। ଯେଉଁଠାରେ ଏକ ମଇଁଷ ଟଣା ଶଗଡ଼କୁ ପୋଲିସ ବାବୁ ୧୦୦୦ଟଙ୍କା ଜରିମାନାର ଚାଲାଣ କାଟିଦେଇଛନ୍ତି।

chalan

ସୂଚନା ମୁତାବକ ନଦୀ ପାଖରେ ପୋଲିସକୁ ଏକ ଶଗଡ଼ ଗାଡି ଠିଆ ହୋଇଥିବା ଦେଖିବାକୁ ମିଳିଥିଲା । କିନ୍ତୁ  ସେହି ଶଗଡ଼ ପାଖରେ କେହି ନଥିଲେ। ଏହାକୁ ଦେଖି ପୋଲିସ ବାବୁ ସେହି ଶଗଡ଼ର ଚାଳଣ  କାଟି ଦେଇଥିଲେ। ପରେ ଘଟଣାଟି ସାରା ଗାଁରେ ଚର୍ଚ୍ଚାର ବିଷୟ ପାଲଟିଥିଲା । କିନ୍ତୁ ଶଗଡ଼ ମାଲିକ ଅଭିଯୋଗ କରିଛନ୍ତି ଚାଳଣ କାଟିବା ପରେ ପୋଲିସ ତାଙ୍କ  ଶଗଡ଼ରେ ଥିବା ସାମଗ୍ରୀକୁ  କେଉଁ ଆଡେ ଫୋପାଡି ଦେଇଛି।

ଆହୁରି ପଢନ୍ତୁ: କ୍ୟାମେରା ନେଇ ନଦୀକୁ ବାହାରିଲେ ବୁଡ଼ାଳି, ୭ ମିଟର ଲମ୍ବା ଆନାକୋଣ୍ଡା ସହ ହେଲା ସାମ୍ନାସାମ୍ନି, ଦେଖନ୍ତୁ ଭିଡିଓ

ଥାନା ଅଧିକାରୀ ପିଡୀ ଭଟ୍ଟଙ୍କ କହିବା ମୂୁତାବକ ସାହସପୁରରେ ଅନେକ ଲୋକ ଶଗଡ଼କୁ ଖଣି କାମରେ ବ୍ୟବହାର କରୁଛନ୍ତି । ସେହି ସମୟରେ ମଇଁଷି ଶଗଡ଼ର ଚାଲାଣ ଖନନ କାମ ନେଇ କଟିଥାନ୍ତା । ସେଥିରେ ୮୧ ଆକ୍ଟ ଲାଗୁ ଥିଲା । କିନ୍ତୁ ପୋଲିସ ବାବୁଙ୍କୁ ଭୁଲ୍ ଯୋଗୁଁ ଏହାକୁ ଏମଭି ଆକ୍ଟ ଲେଖା ହୋଇଯାଇଥିଲା । ତେବେ ଚାଷୀଙ୍କ ଅଭିଯୋଗ ପରେ ୨ ଘଣ୍ଟାପରେ ତାଙ୍କ ଚାଲାଣ ରଦ୍ଦ କରିଦିଆଯାଇଛି ।

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.