ନୂଆ ଟ୍ରାଫିକ ନିୟମ ନମାନିବାରୁ ଗୋରୁ ଗାଇ ଭଳି ପିଟିଲା ପୋଲିସ, ଦେଖନ୍ତୁ ଭିଡିଓ

ବିଚ୍ ରାସ୍ତାରେ ଗୋଇଠା, ଚାପୁଡା ମୁଥ,ଚୁଟି ଟଣୁଛନ୍ତି ପୋଲିସ ବାବୁ। କହିବାକୁ ଗଲେ ରାସ୍ତା ମଝିରେ ଥାର୍ଡ ଡିଗ୍ରୀ ଦେଉଛନ୍ତି ଜଣେ ବାଇକ ଚାଳକଙ୍କୁ। କୁକୁର ମାଙ୍କଡ ଭଳି ଘୋଷାଡି ଘୋଷାଡି ଅକଥନୀୟ ଅତ୍ୟାଚର କରି ଚାଲୁଛନ୍ତି ଦୁଇ ପୋଲିସ ବାବୁ। ପାଖରେ ଥିବା ଛୋଟିଆ ଛୁଆଟି କଇଁ କଇଁ ହୋଇ କାନ୍ଦି କହୁଛି ମୋ ଚାଚୁଙ୍କୁ ଛାଡିଦିଅ। କିନ୍ତୁ ପୋଲିସ ବାବୁ କିଛି ଶୁଣିବାକୁ ନାରାଜ। କାରଣ ପୋଲିସ ବାବୁ ତାଙ୍କ ପୋଲିସ ପାୱାର ସର୍ବସାଧାରଣରେ ନଦେଖାଇଲେ ମନ ଶାନ୍ତି କେମିତି ହେବ। ଏହି ଘଟଣା ହେଉଛି ଉତ୍ତରପ୍ରଦେଶ ଗୋରଖପୁରର ସିଦ୍ଧାର୍ଥନଗର ନିକଟର। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
A motorist in UP Siddharthnagar district was brutally thrashed by a Sub inspector and constable after the former fail to produce documents of his of motorcycle. The victim can be heard pleading cops to let him off and would produce documents later. @Uppolice pic.twitter.com/c6km0wXWFv
— Piyush Rai (@Benarasiyaa) September 12, 2019
ନୂଆ ଟ୍ରାଫିକ୍ ରୁଲକୁ ନେଇ ଛକରେ ଚେକିଂ ଚାଲିଥିଲା। ଏହି ସମୟରେ ରିଙ୍କୁ ପାଣ୍ଡେ ନାମକ ଜଣେ ଯୁବକ ନିଜ ପୁତୁରାକୁ ବସାଇ ସେହି ଚେକିଂ ରାସ୍ତା ଦେଇ ଯାଉଥିଲେ। ମୁଣ୍ଡରେ ନଥିଲା ହେଲମେଟ ଓ ଗାଡିର ନଥିଲା କାଗଜପତ୍ର। ଏଥିପାଇଁ ପୋଲିସ ଅଧିକାରୀ ତାଙ୍କୁ ଅଟକାଇଥିଲେ। ପରେ ରିଙ୍କୁ ସହ ସେହି ଦୁଇ ପୋଲିସ ଅଧିକାରୀଙ୍କ ବଚସା ହୋଇଥିଲା। ଧିରେ ଧିରେ ବଚସା ଏତେ ପରିମାଣର ଉଗ୍ର ହୋଇଗଲା ଯେ ପୋଲିସ ବାବୁ ଉତକ୍ଷିପ୍ତ ହୋଇ ରିଙ୍କୁର କଲର ଧରି ମାରପିଟ କରିବା ଆରମ୍ଭ କରିଦେଲେ। ସେଠାରେ ଠିଆ ହୋଇଥିବା କେହି ଜଣେ ଦର୍ଶକ ଏହାର ଭିଡିଓ ସୁଟ୍ କରି ସୋସିଆଲ୍ ମିଡିଆରେ ପୋଷ୍ଟ କରିଦେଲା। ଯାହା ଭାଇରାଲ ହେବାରେ ଲାଗିଲା। ଏହା ପରେ ଉଭୟ ପୋଲିସଙ୍କୁ ସସପେଣ୍ଡ କରାଯାଇଛି। ସମପେଣ୍ଡ ହୋଇଥିବା ପୋଲିସ କର୍ମଚାରୀ ମାନେ ହେଲେ ସବ୍ ଇନ୍ସପେକ୍ଟର ବୀରେନ୍ଦ୍ର ମିଶ୍ର ଏବଂ ହେଡ୍ କନଷ୍ଟେବଳ ମହେନ୍ଦ୍ର ପ୍ରସାଦ। ଭିଡିଓଟି ଯାଞ୍ଚ ପରେ ଉଭଙ୍କୁ ସସପେଣ୍ଡ କରିଦିଆଯାଇଛି ।
ଅହୁରି ପଢନ୍ତୁ: ଆକର୍ଷଣୀୟ ତ୍ୱଚା ଏବଂ କେଶ ଚାହୁଁଛନ୍ତି କି? ଭୁଲ୍ରେ ବି ଗାଧାନ୍ତୁ ନାହିଁ ଗରମ ପାଣିରେ
ଏହି ମାରପିଟରେ ରିଙ୍କୁ ଆହତ ହେବା ସହ ପାଖରେ ଥିବା ସେହି ଛୋଟ ପିଲାଟିର ହାତରେ ମଧ୍ୟ ଆଘାତ ଲାଗିଛି । ତେବେ ଏନେଇ ବରିଷ୍ଠ ପୋଲିସ ଅଧିକାରୀ ଡ. ଧର୍ମବୀର ସିଂହ କହିଛନ୍ତି ରିଙ୍କୁ ମଦ୍ଯପାନ କରି ଗାଡି ଚଳାଉଥିଲା । ଉଭୟ ପୋଲିସ କର୍ମୀ ତାକୁ ମାଡ ମାରିଛନ୍ତି । ସେହି ସମୟରେ ପୋଲିସ କର୍ମୀ ଦ୍ୱୟ ୟୁନିଫର୍ମରେ ଥିଲେ । ଏହା ଡିପାର୍ଟମେଣ୍ଟ ପାଇଁ ଅତି ଲଜ୍ଜାଜନକ ଘଟଣା ।