ମାଓଗଡରେ ପୋଲିସର ମହାନତା: ପୁଅ ହୋଇ ମାଓନେତାଙ୍କ ମା’ଙ୍କର ଅନ୍ତିମ ସଂସ୍କାର କଲେ SI

ପୁଅ ହୋଇ ମାଓନେତା ମାଙ୍କ ଅନ୍ତିମ ସଂସ୍କାର କଲେ ପୋଲିସ। ଶେଷ ରୀତିନୀତି କରିବା ପାଇଁ ସେମାନଙ୍କର ରକ୍ତ ସମ୍ପର୍କୀୟ କେହି ଆସି ନଥିବାବେଳେ ଶେଷ କୃତ୍ୟ କଲେ ପୋଲିସ SI।

ମାଲକାନଗିରି(କେନ୍ୟୁଜ): କିଏ କହେ ପୋଲିସ କୃର, ପୋଲିସ ଶକ୍ତ । ଆଜିର ଏହି ଘଟଣା ଶୁଣିଲେ ପୋଲିସ ଉପରେ ଥିବା ଏହି ଭାବନା ବଦଳିଯିବ। ସତ ଆଜ୍ଞା ଏହି ଚିତ୍ରକୁ ବାସ୍ତବରେ ଦେଖିବେ ପୁରା ଓଲଟା। ଏକଥା ସମସ୍ତଙ୍କୁ ଜଣା ପୋଲିସ ଓ ମାଓବାଦୀର ସମ୍ପର୍କ କେମିତି? କହିବାକୁ ଗଲେ ମର ବା ମାର ଭଳି ପରିସ୍ଥିତି ଦେଖାଦିଏ ଏମାନଙ୍କ ଭିତରେ ।

କିନ୍ତୁ ସେ ଶତ୍ରୁ ହେଉ କି ମିତ୍ର ପାରିବାର କଥା ଉଠିଲେ ପୋଲିସର ଉଦାରତା ହୃଦୟ ଦେଖିବାକୁ ମିଳେ। ତେବେ ଏଠି ଆନ୍ଧ୍ର ପୋଲିସର ମହାନତା କାର୍ଯ୍ୟ ଦେଖିବାକୁ ମିଳିଛି। ମାଓ ନେତାଙ୍କ ମାଁ ଙ୍କ ଶେଷକୃତ୍ୟ କରି ଏବେ ସବୁଆଡେ ଚର୍ଚ୍ଚାରେ ଆନ୍ଧ୍ର ପୋଲିସ୍। ପୁଅ ହୋଇ ଶ୍ମଶାନକୁ କାନ୍ଧେଇବା ସହ ସବୁ ରୀତିନୀତି ସମ୍ପନ୍ନ କରିଛନ୍ତି ଆନ୍ଧ୍ର ପୋଲିସ।

ଆନ୍ଧ୍ର ଓଡ଼ିଶା ବୋର୍ଡର ଜୋର୍ଣ୍ଣାଲ କମିଟି ମୁଖ୍ୟ ଜଗନଙ୍କ ମା ସୀତାଙ୍କର ଆଲୁରୀ ସୀତାରାମ ରାଜୁ ଜିଲ୍ଲାର କୋମୁଲାୱାଡା ଠାରେ ଦେହାନ୍ତ ହୋଇଥିଲା ଛି। ମାଙ୍କ ଚିକିତ୍ସା ପାଇଁ ପୁଅ ସହାୟତା କରୁ ନଥିବା ବେଳେ ପୋଲିସ ମାଓବାଦୀଙ୍କ ମାଙ୍କୁ ଡାକ୍ତରୀ ପରୀକ୍ଷା ଠାରୁ ଆରମ୍ଭ କରି ସବୁ ଔଷଧ ପତ୍ର ଦେଉଥିଲେ। ତାଙ୍କର ଶେଷ ରୀତିନୀତି କରିବା ପାଇଁ ସେମାନଙ୍କର ରକ୍ତ ସମ୍ପର୍କୀୟ କେହି ଆସି ନଥିଲେ। ଯାହାଫଳରେ ସୀତାଙ୍କର ବୋହୂ ଅନୁରୋଧ କରିଥିଲେ ଯେ କେହି ଜଣେ ଆସି ତାଙ୍କୁ ଆର୍ଥିକ ସହାୟତା କରନ୍ତୁ ଏବଂ ତାଙ୍କ ଶାଶୂଙ୍କର ଶେଷ ରୀତିନୀତି କରନ୍ତୁ ।

ସମସ୍ତ ଘଟଣା ସମ୍ପର୍କରେ ଜାଣିବାପରେ ଜିଲ୍ଲା ଏସପି ସତୀଶ କୁମାରଙ୍କ ନିର୍ଦ୍ଦେଶରେ ପୋଲିସ ବ୍ୟକ୍ତିଗତ ଭାବେ ମାଓ ନେତା ଜଗନଙ୍କ ମାଙ୍କର ଶେଷ ରୀତିନୀତି କରିଥିଲେ। ଏସଆଇ ରାମକୃଷ୍ଣ ନିଜେ ପୁଅ ଭଳି ସମସ୍ତ କର୍ତ୍ତବ୍ୟ ସମ୍ପାଦନ କରିଥିଲେ। ଏସଆଇ ରାମକୃଷ୍ଣ ମୃତ ସୀତାମାଙ୍କ ପାଇଁ ଶାଢ଼ୀ ଠାରୁ ଆରମ୍ଭ କରି ସବୁ ପ୍ରକାର ଶେଷକୃତ୍ୟ ଜିନିଷ ଆଣି ମାଓ ନେତା ଜଗନଙ୍କ ମା ସୀତାଙ୍କ ଅନ୍ତିମ ସଂସ୍କାର କରିଥିଲେ ।

SI ରାମକୃଷ୍ଣ ନିଜେ କୋକେଇ କନ୍ଧେଇ ଶବଦାହ ସ୍ଥାନକୁ ନେଇଥିଲେ। ପରେ ନିଜ ମା ଭାବି ସୀତାଙ୍କୁ ଶେଷ ବିଦାୟ ଦେଇଥିଲେ । ଏହା ସହିତ ଆଗକୁ ବାକିଥିବା ତାଙ୍କର ଅନ୍ୟ ରୀତିନୀତି କରିବା ପାଇଁ ତାଙ୍କ ବୋହୂକୁ ଦଶ ହଜାର ଟଙ୍କା ସହାୟତା ଯୋଗାଇ ଦେଇଥିଲେ।ମାଓଗଡରେ ପୋଲିସର ମହାନତା। ପୁଅ ହୋଇ ମାଓନେତାଙ୍କ ମାଙ୍କର କଲେ ଅନ୍ତିମ ସଂସ୍କାର। ପୋଲିସର ଏହି ମହତ କାମ ପାଇଁ ଏବେ ଚାରିଆଡୁ ଛୁଟୁଛି ପ୍ରଶଂସାର ସୁଅ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.