ମୁରିବାହାଲ ଥାନା ଅଞ୍ଚଳରେ ୪ ଟି ମୃତଦେହ ମିଳିବା ଘଟଣାରେ ପର୍ଦ୍ଦାଫାସ୍ କଲେ ପୋଲିସ

ଗତ ମାସ ୨୯ ତାରିଖ । ଗୋଟିଏ ଦିନରେ ମୁରିବାହାଲ ଥାନା ଅଞ୍ଚଳରେ ୪ ଟି ମୃତ ଦେହ ଉଦ୍ଧାର ହୋଇଥିଲା । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଥିଲା । ଗୋଟିଏ ଗାଁରୁ ବନ୍ଦ କୋଠରୀରୁ ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ସେପଟେ ଆଉ ଏକ ଗାଁରୁ ସ୍ବାମୀ ସ୍ତ୍ରୀଙ୍କ ମୃତଦେହ ଉଦ୍ଧାର କରିଥିଲା ପୋଲିସ । ଆଜି କଣ୍ଟାବାଞ୍ଜି ଏସଡିପିଓ ସାମ୍ୱାଦିକ ସମ୍ମିଳନୀ କରି ଏହି ଘଟଣା ଉପରୁ ପରଦା ହଟାଇଛନ୍ତି । ସେମେଲପାଲି ଗାଁର ଜଣକ ଘରେ ପ୍ରେମୀ ଯୁଗଳଙ୍କ ମୃତ ଦେହ ଉଦ୍ଧାର ହୋଇଥିଲା। ସେହିପରି ଗୁଡିଘାଟରେ ବନ୍ଦ କୋଠରୀରୁ ସ୍ଵାମୀ ସ୍ତ୍ରୀଙ୍କ ମୃତ ଦେହ ମିଳିଥିଲା। ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା ବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରିଛନ୍ତି ।

ତେବେ ମୃତ ପୁଅ ଝିଅଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ଏସଡିପିଓ ସୁଚନା ଦେଇଛନ୍ତି । ସେହିପରି ଗୁଡିଘାଟ ଗାଁର ଘଟଣାର ସ୍ଵାମୀ ସ୍ତ୍ରୀଙ୍କ ଘରୋଇ ଝଗଡ଼ା ଏବଂ ବାହାଘରକୁ ୪ ବର୍ଷ ବିତିଥିଲେ ମଧ୍ୟ ସନ୍ତାନ ସନ୍ତତି ହେଉନଥିବାରୁ ଉଭୟଙ୍କ ମଧ୍ୟରେ ଝଗଡ଼ା ହେଉଥିଲା । ସେମାନେ ଜୀବନ ହାରିଥିବା ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଥିବା ନେଇ ସାମ୍ୱାଦିକ ସମ୍ମିଳନୀରେ କହିଛନ୍ତି କଣ୍ଟାବାଞ୍ଜି ଏସଡିପିଓ ଲକ୍ଷ୍ମୀ ନାରାୟଣ ମାରାଣ୍ଡି ।

ଗତ ମାସ ୨୯ ତାରିଖ ଦିନ ୨୦ ବର୍ଷର ଝିଅ ନିଖୋଜ ଥିଲା ଝିଅକୁ ଖୋଜି ଖୋଜି ନପାଇବା ପରେ ବାପା ଥାନାରେ ଏତଲା ଦେଇଥିଲା । ପୋଲିସ ତଦନ୍ତ ଆରମ୍ଭ କରିଥିଲା । ପରେ ଗାଁର ଗୋଟିଏ ଘରେ ପ୍ରେମୀ ଯୁଗଳଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା । ମୁରିବାହାଲ ପୋଲିସ ଘଟଣାର ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଥିଲେ । ସେମେଲପାଲି ଗାଁର ଅରବିନ୍ଦ ନାଗ ଏବଂ ସଂଯୁକ୍ତା ନାଗଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା । ହେଲେ ସେମାନେ ସମ୍ପର୍କରେ ପିଉସୀ ପୁତୁରା ହେବେ । ଝିଅ ନିଖୋଜ ଥିବା ନେଇ ତାଙ୍କ ବାପା ମୁରୀବାହାଲ ଥାନାରେ ଅଭିଯୋଗ କରିଥିଲେ । ପରଦିନ ସକାଳୁ ଏକ ଘର ଭିତରେ ପୁଅ ଝିଅଙ୍କ ମୃତ ଦେହ ପଡ଼ିଥିବା ଖବର ଆସିଥିଲା । ପୂଅଙ୍କ ବାପା ହତ୍ୟା କରି ଘର ଭିତରେ ପିଙ୍ଗି ଦେଇଥିବା ଝିଅଙ୍କ ବାପା ଅଭିଯୋଗ କରିଥିଲେ ।

ସେହିପରି ଗୋଟିଏ ଦିନରେ ଆଉ ଏକ ଘଟଣା ସାମ୍ନାକୁ ଆସିଥିଲା ବଲାଂଗୀର ଜିଲ୍ଲା ମୁରିବାହାଲ ଥାନା ଗୁଡିଘାଟ ଗାଁରେ ଘର ଭିତରେ ସ୍ୱାମୀ ସ୍ତ୍ରୀର ମୃତଦେହ ଉଦ୍ଧାର ହୋଇଥିଲା । ଘଟଣା ସ୍ଥଳରେ ମୁରିବାହାଲ ପୋଲିସ ପହଞ୍ଚି ତଦନ୍ତ କରିଥିଲେ । ତେବେ କେଉଁ ପରିସ୍ଥିତିରେ ତାଙ୍କ ମୃତ୍ୟୁ ହେଲା କଣ କାରଣ ରହିଥିଲା ? ତାହା ଜଣାପଡ଼ିନଥିଲା । ମୃତ ସ୍ୱାମୀ ସ୍ତ୍ରୀ ହେଲେ ପ୍ରେମରାଜ ମାଝୀ ସ୍ତ୍ରୀ ଭାନୁମତି ମାଝୀ । ଗତ ୨୦୧୯ ମସିହା ରେ ଉଭୟେ ବିବାହ କରିଥିଲେ । ଏହି ଘଟଣା ଘଟିବା ପରେ ସାଇଣ୍ଟିଫିକ ଟିମ ପହଞ୍ଚି ଅଧିକ ତଦନ୍ତ କରିଥିଲେ ।

 

Also Read:ସାପ କାମୁଡ଼ାରେ ନାବାଳିକା ମୃତ, ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ