ଜାଣିଛନ୍ତି କି, କାହିଁକି ପୂଜା କାର୍ଯ୍ୟରେ ବ୍ୟବହାର କରାଯାଇଥାଏ ତମ୍ବା ପାତ୍ର

ହିନ୍ଦୁ ଧର୍ମର ପୂଜା-ପାଠରେ ପ୍ରାୟତଃ ତମ୍ବା ପାତ୍ର ବ୍ୟବହାର କରାଯାଇଥାଏ। ପୂଜା ସମୟରେ ଯେଉଁ ଜିନିଷ ଆମେ ବ୍ୟବହାର କରିଥାଉ ତାହା ତମ୍ବା, ଅଷ୍ଟଧାତୁ ବା କଂସାରେ ହୋଇଥାଏ। ଧାର୍ମିକ ଦୃଷ୍ଟିକୋଣରୁ ମାନ୍ୟତା ରହିଛି ପୂଜା ସମୟରେ ତମ୍ବା ପାତ୍ର ବ୍ୟବହାର କରିବା ଶୁଭ ହୋଇଥାଏ। କିନ୍ତୁ ଆପଣ କେବେ ଭାବିଛନ୍ତି କି ପୂଜା ସମୟରେ କାହିଁକି ତମ୍ବା ପାତ୍ର ବ୍ୟବହାର କରାଯାଇଥାଏ। ଏବଂ କାହିଁକି ଅନ୍ୟ ଧାତୁରେ ତିଆରି ହୋଇଥିବା ବାସନ ବ୍ୟବହାର କରାଯାଇନଥାଏ। ଯଦି ନା, ତେବେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ପୂଜା ସମୟରେ କାହିଁକି ତମ୍ବା ବାସନ ବ୍ୟବହାର କରାଯାଇଥାଏ।

copper--ପୂଜା ସମୟରେ ତମ୍ବା ପାତ୍ର ବ୍ୟବହାର କରିବାର ଦୁଇଟି କାରଣ ରହିଛି। ଏଥିରେ ପ୍ରଥମ  ପୌରାଣିକ କାରଣ, ଯାହା ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି ଏବଂ ଦ୍ବିତୀୟ ବୈଜ୍ଞାନିକ କାରଣ । ପୌରାଣିକ ତଥ୍ୟ ଅନୁଯାୟୀ, ବରାହ ପୁରାଣରେ ତମ୍ବା ପାତ୍ର ବିଷୟରେ ଉଲ୍ଲେଖ କରାଯାଇଛି। ପୌରାଣିକ କଥା ଅନୁଯାୟୀ ପ୍ରାଚୀନ ଯୁଗରେ ବୁଡ଼କେଶ ନାମରେ ଜଣେ ରାକ୍ଷସ ଥିଲା। ସେ ରାକ୍ଷସ ହେବା ସହ ଭଗବାନ ବିଷ୍ଣୁଙ୍କର ବହୁତ ବଡ଼ ଭକ୍ତ ଥିଲା। ଥରେ ସେ ଭଗବାନ ବିଷ୍ଣୁଙ୍କୁ ଘୋର ତପସ୍ୟା କରି ସୁଦର୍ଶନ ଚକ୍ରରେ ତାର ମୃତ୍ୟୁ ପାଇଁ ବରଦାନ ମାଗିଥିଲା। ଏହାସହ ମୃତ୍ୟୁ ପରେ ତା ଶରୀର ପୂଜା-ପାଠରେ ବ୍ୟବହାର ହେବାପାଇଁ ବର ମାଗିଥିଲା। ଏହି ସମୟରେ ଭଗବାନ ବିଷ୍ଣୁ ରାକ୍ଷସର ବରକୁ ସ୍ବୀକାର କରିଥିଲେ।

copper1ଭଗବାନ ବିଷ୍ଣୁ କହିଥିଲେ- ‘‘ସମୟ ଆସିଲେ ମୁଁ ତୁମର ବଦ୍ଧ ସୁନିଶ୍ଚିତ ସୁଦର୍ଶନ ଚକ୍ରରେ ହିଁ କରିବି ଏବଂ ମୃତ୍ଯୁ ପରେ ତୁମ ଶରୀର ମଧ୍ୟ ପୂଜା କାର୍ଯ୍ୟରେ ବ୍ୟବହାର କରାଯିବ।’’ ସମୟ ଆସିବା ପରେ ଭଗବାନ ବିଷ୍ଣୁ ସୁଦର୍ଶନ ଚକ୍ର ସାହାଯ୍ୟରେ ରାକ୍ଷସର ବଦ୍ଧ କରିଥିଲେ ଏବଂ ବାକି ଶରୀରକୁ ଏକ ଧାତୁର ଶରୀର କରିଦେଇଥିଲେ, ଯାହାକୁ ତମ୍ବା କୁହାଯାଉଛି। ଏହି କାରଣରୁ ସେହି ସମୟରୁ ତାଙ୍କ ଶରୀରରେ ତମ୍ବାର ପାତ୍ର ପ୍ରସ୍ତୁତ କରି ପୂଜା କାର୍ଯ୍ୟରେ ବ୍ୟବହାର କରାଯାଉଛି।

ନିଶ୍ଚିତ ପଢ଼ନ୍ତୁ: ଜାଣିବାକୁ ଚାହୁଁଛନ୍ତି ତମ୍ବା ପାତ୍ରରେ ପାଣି ପିଇଲେ କି ଲାଭ ମିଳେ ? ପଢନ୍ତୁ ଏହି ରିପୋର୍ଟ

ଏହା ବ୍ୟତୀତ ପୂଜା ସମୟରେ ତମ୍ବା ପାତ୍ର ବ୍ୟବହାର କରିବାର ବୈଜ୍ଞାନିକ କାରଣ ମଧ୍ୟ ରହିଛି। ମାନ୍ୟତା ରହିଛି ଯେଉଁ ସ୍ଥାନରେ ତମ୍ବା ରହିଥାଏ ସେହି ସ୍ଥାନରେ ନକରାତ୍ମକ ଶକ୍ତି ସଞ୍ଚାର ହୋଇନଥାଏ। ଏଥିସହ ତମ୍ବା ପାତ୍ରରେ ପାଣି ପିଇବା ସ୍ବାସ୍ଥ୍ୟ ପାଇଁ ଲାଭକାରୀ ହୋଇଥାଏ।