ବିଛଣାରେ ପଡ଼ିରହିଛନ୍ତି ସ୍ୱାମୀ, ମେକାନିକ୍ ସାଜି ପରିବାର ଚଳାଉଛନ୍ତି ସ୍ତ୍ରୀ
ଯେଉଁ ଝିଅ ଦିନେ ଘରର ୪ କାନ୍ଥ ବାହାରକୁ ବାହାରୁ ନଥିଲେ ଆଜି ସିଏ ରାସ୍ତାକଡ଼ରେ ବସି ମେକାନିକ ହୋଇ ବାଇକ୍ ରିପ୍ୟାରିଂ କାମ କରୁଛନ୍ତି । ଦୁର୍ଘଟଣାର ଶିକାର ହୋଇଥିଲେ ପୁନମ୍ଙ୍କ ସ୍ୱାମୀ । ପରେ ସ୍ୱାମୀ ପକ୍ଷାଘାତରେ ପୀଡ଼ିତ ହୋଇ ବିଛଣାରେ ପଡ଼ିରହିଛନ୍ତି । ମେକାନିକ୍ ସାଜି ପରିବାର ଚଳାଉଛନ୍ତି ସ୍ତ୍ରୀ
ଗୋଟିଏ ଦୁର୍ଘଟଣା ପୁନମ୍ଙ୍କ ଜୀବନରେ ଆଣି ଦେଇଛି ଝଡ଼ । ଯେଉଁ ଝିଅ ଦିନେ ଘରର ୪ କାନ୍ଥ ବାହାରକୁ ବାହାରୁ ନଥିଲେ ଆଜି ସିଏ ରାସ୍ତାକଡ଼ରେ ବସି ମେକାନିକ ହୋଇ ବାଇକ୍ ରିପ୍ୟାରିଂ କାମ କରୁଛନ୍ତି । ଦୁର୍ଘଟଣାର ଶିକାର ହୋଇଥିଲେ ପୁନମ୍ଙ୍କ ସ୍ୱାମୀ । ପରେ ସ୍ୱାମୀ ପକ୍ଷାଘାତରେ ପୀଡ଼ିତ ହୋଇ ବିଛଣାରେ ପଡ଼ିରହିଛନ୍ତି ।
ରୋଜଗାର କରି ପରିବାର ଚଳାଉଥିବା ସ୍ୱାମୀଙ୍କ ଏପରି ଅବସ୍ଥା ପରେ ଦୁଃଖରେ ଭାଙ୍ଗି ପଡ଼ିଥିଲେ ପୁନମ୍ । କଣ କରିବେ ତାଙ୍କୁ ବୁଦ୍ଧିବାଟ ଦିଶୂୁନଥିଲା । ପିଲାଙ୍କୁ କୋଉଠୁ ଟଙ୍କା ଆଣି ଖାଇବାକୁ ଦେବେ। ଏସବୁ ଭାବି ଚିନ୍ତାରେ ପଡ଼ିଥିଲେ ପୁନମ୍ । ପୁନମ୍ଙ୍କ ସ୍ୱାମୀ ଜଣେ ପେଶାରେ ମେକାନିକ୍ ଥିଲେ । ସେଥିରେ ଯାହା ଯେତିକି ରୋଜଗାର କରି ଆଣୁଥିଲେ ସେଥିରେ ତାଙ୍କ ପରିବାର ଚଳୁଥିଲା। ହେଲେ ଏପରି ଅବସ୍ଥାରେ ପରିବାର ଚଳିବା କଷ୍ଟକର ହୋଇପଡ଼ିଥିଲା ।
ଶେଷରେ ଉପାୟ ଶୂନ୍ୟ ହୋଇ ପିଲାଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ପୁନମ୍ ଘରୁ ପାଦ କାଢ଼ିଥିଲେ ଚାକିରି ପାଇଁ ଅନେକ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ । ଧିରେ ଧିରେ ସ୍ୱାମୀଙ୍କ ଠାରୁ ଗାଡ଼ି ସଜାଡ଼ିବା କାମ ଶିଖିଯାଇଥିଲେ। ପରେ ଗୋଟିଏ ଗ୍ୟାରେଜ୍ ଖୋଲି ଗାଡ଼ି ସଜାଡ଼ିବା କାମ ଆରମ୍ଭ କଲେ। ଏଥିରୁ ଯାହା ରୋଜଗାର କରୁଥିଲେ ସେଥିରେ ସେ ପରିବାର ଚଳାଇଥିଲେ । ଏବେ ତାଙ୍କ ପରିବାର ହସ ଖୁସିରେ ଚଳାଉଛନ୍ତି ।
ତେବେ ପୁନମ୍ଙ୍କ ଏହି ସଂଘର୍ଷ ଏତେ ସହଜ ନଥିଲା । ଅନେକ ଲୋକ ତାଙ୍କୁ ପରିହାସ କରିଥିବା ବେଳେ କିଛି କିଛି ଲୋକ ତାଙ୍କ ଖରାପ ଦୃଷ୍ଟିରେ ମଧ୍ୟ ଚାହିଁଥିଲେ କିନ୍ତୁ ସେସବୁକୁ ଖାତିର୍ ନକରି ତାଙ୍କ କାମରେ ଆଗେଇ ଚାଲିଥିଲେ । ଆଜି ପୁରା ପରିବାର ଖୁସିରେ ଜୀବନ ଅତିବାହିତ କରୁୁଛନ୍ତି।