ଅଢ଼େଇ ଲକ୍ଷ ଟଙ୍କା ଦେଇ BSNL ସିମ୍‌ କିଣିଲେ ଆଳୁ ବେପାରୀ, ଜାଣନ୍ତୁ ଏ ନମ୍ବରରେ ଏମିତି କ’ଣ ଅଛି

ସରକାରୀ କମ୍ପାନୀ ବିଏସ୍‌ଏନ୍‌ଏଲ୍‌ ଏବେ ଘୋର ମାନ୍ଦାବସ୍ଥା ଦେଇ ଗତି କରୁଛି। ଏହାର ୟୁଜର୍ସ ସଂଖ୍ୟା ଦିନକୁ ଦିନ କମିବାରେ ଲାଗିଛନ୍ତି। କିନ୍ତୁ ଭିଆଇପି ନମ୍ବର ଯୋଗୁ ବିଏସ୍‌ଏନ୍‌ଏଲ୍‌ ସବୁବେଳେ ଲୋକଙ୍କ ଧ୍ୟାନ ଆକର୍ଷିତ କରିଥାଏ। ଏହି ଭିଆଇପି ନମ୍ବର ଯୋଗୁ ଏବେ ପୁଣିଥରେ ଚର୍ଚ୍ଚାକୁ ଆସିଛି ବିଏସ୍‌ଏନ୍‌ଏଲ୍‌। ଏଥରକ ରାଜସ୍ଥାନର ଜଣେ ଆଳୁ ବେପାରୀ ବିଏସ୍‌ଏନ୍‌ଏଲ୍‌ ଭିଆଇପି ନମ୍ବରକୁ ୨.୪ ଲକ୍ଷ ଟଙ୍କାରେ କିଣିଛନ୍ତି।

ରିପୋର୍ଟ ମୁତାବକ, ଏକ ବିଏସ୍‌ଏନ୍‌ଏଲ୍‌ ଭିଆଇପି ନମ୍ବରର ସେଲ୍‌ ଚାଲିଥିଲା। ବିଏସ୍‌ଏନ୍‌ଏଲ୍‌ ପକ୍ଷରୁ ଭିଆଇପି ନମ୍ବର XXX7000000 ର ସେଲ୍‌ ଚାଲିଥିଲା। ବିଏସ୍‌ଏନ୍‌ଏଲ୍‌ ଅନ୍‌ଲାଇନ୍‌ ପୋର୍ଟାଲରେ ଏହାକୁ ବିକ୍ରି ପାଇଁ ରଖାଯାଇଥିଲା। ଏହି ପୋର୍ଟାଲରେ ଯିଏ ସବୁଠୁ ଅଧିକ ବୋଲି ଲଗାଇବ ବା ନିଲାମ ଡାକିବ, ସେ ଏହି ସିମ୍‌ କିଣିବା ସୁଯୋଗ ପାଇବ। ଏହି ନମ୍ବରର ନିଲାମୀ ୨୦,୦୦୦ ଟଙ୍କାରୁ ଆରମ୍ଭ ହୋଇଥିଲା। ଏଥିପାଇଁ ୨ ଲକ୍ଷରୁ ଅଧିକ ଟଙ୍କା ଯାଏଁ ନିଲାମ ଡକାଯାଇଥିଲା। ତେବେ ସବୁଠୁ ଅଧିକ ନିଲାମ ଡାକିଥିଲେ ଜଣେ ଆଳୁ ବେପାରୀ। ତନୁଜ ଡୁଡେଜା ନାମକ ବେପାରୀ ଜଣକ ରାଜସ୍ଥାନର କୋଟାରେ ରହନ୍ତି। ସେ ଏହି ଭିଆଇପି ନମ୍ବର ପାଇଁ ୨.୪ ଲକ୍ଷ ଟଙ୍କାର ନିଲାମୀ ଡାକିଥିଲେ, ଯାହା ସବୁଠୁ ଅଧିକ ଥିଲା।

ବିଏସ୍‌ଏନ୍‌ଏଲ୍‌ର ଜଣେ କର୍ମଚାରୀଙ୍କ କହିବାନୁସାରେ, ତନୁଜଙ୍କୁ ଭିଆଇପି ନମ୍ବର ଖୁବ୍‌ ପସନ୍ଦ। ପୂର୍ବରୁ ମଧ୍ୟ ତାଙ୍କ ନିକଟରେ ଏକ ଭିଆଇପି ନମ୍ବର ରହିଛି। ପ୍ରଥମେ ସେ ୧ ଲକ୍ଷ ଟଙ୍କା ଦେଇ ନମ୍ବର କିଣିଥିଲେ। ଏବେ କିଣିଥିବା ନମ୍ବରଟି ତାଙ୍କର ଦ୍ୱିତୀୟ ଭିଆଇପି ନମ୍ବର, ଯାହାକୁ ସେ ୨ ଲକ୍ଷ ୪୦ ହଜାର ଟଙ୍କା ଦେଇ କିଣିଛନ୍ତି। ତେବେ ଏତେ ଅଧିକ ଟଙ୍କା ଦେଇ କେହି ସିମ୍‌ କିଣିବା ଭାରତରେ ପ୍ରଥମ। ଏ ନେଇ ତନୁଜ କହିଛନ୍ତି ତାଙ୍କୁ ଫ୍ୟାନ୍ସି ନମ୍ବର ଖୁବ୍‌ ପସନ୍ଦ। ଏଣୁ ସେ ଯେତେ ଟଙ୍କା ହେଉ ପଛେ କିଣିବାକୁ ଆଦୌ କୁଣ୍ଠାବୋଧ କରନ୍ତି ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.