ଏପ୍ରିଲ ମାସର ପ୍ରଥମ ପ୍ରଦୋଷ ବ୍ରତ କେବେ? ଜାଣନ୍ତୁ ପୂଜାର ତାରିଖ ଏବଂ ଶୁଭ ମୂହୁର୍ତ୍ତ

ପ୍ରଦୋଷ ବ୍ରତ ଦେବତା ମହାଦେବଙ୍କ ଉଦ୍ଦେଶ୍ୟରେ ସମର୍ପିତ । ଏହି ଦିନ, ଭଗବାନ ଶିବଙ୍କ ସହିତ ମାତା ପାର୍ବତୀ ଏବଂ ସମଗ୍ର ଶିବ ପରିବାରର ପୂଜା କରାଯାଏ । ଏହି ବ୍ରତ ପ୍ରତି ମାସରେ ଶୁକ୍ଳ ପକ୍ଷ ଏବଂ କୃଷ୍ଣ ପକ୍ଷର ତ୍ରୟୋଦଶୀ ତିଥିରେ ପାଳନ କରାଯାଏ । ଏହି ଉପବାସର ବର୍ଣ୍ଣନା ଶିବ ପୁରାଣରେ ମିଳେ । ବିଶ୍ୱାସ କରାଯାଏ ଯେ ଏହି ଦିନ ଭୋଳାନାଥଙ୍କୁ ଭକ୍ତି ସହିତ ପୂଜା କରିବା ଦ୍ୱାରା ବ୍ୟକ୍ତିର ଜୀବନର ସମସ୍ତ ସମସ୍ୟା ଦୂର ହୋଇଯାଏ । ଏହା ସହିତ ଘରେ ସୁଖ ଏବଂ ସମୃଦ୍ଧି ମଧ୍ୟ ରହିଥାଏ ।
ହିନ୍ଦୁ କ୍ୟାଲେଣ୍ଡର ଅନୁସାରେ, ଏପ୍ରିଲ ମାସର ପ୍ରଥମ ପ୍ରଦୋଷ ବ୍ରତ ଅର୍ଥାତ୍ ଚୈତ୍ର ମାସ ଶୁକ୍ଳ ପକ୍ଷର ତ୍ରୟୋଦଶୀ ତିଥି ଏପ୍ରିଲ ୯ ତାରିଖ ରାତି ୧୦.୫୫ ରେ ଆରମ୍ଭ ହେବ । ତିଥିର ପରଦିନ ଏପ୍ରିଲ ୧୧ ତାରିଖ ରାତି ୧୦ଟାରେ ଶେଷ ହେବ । ତ୍ରୟୋଦଶୀ ତିଥି ଦିନ, ପ୍ରଦୋଷ ସମୟରେ ପୂଜା କରାଯାଏ । ଏପରି ସ୍ଥିତିରେ, ପ୍ରଥମ ପ୍ରଦୋଷ ଉପବାସ ଏପ୍ରିଲ ୧୦ରେ ପାଳନ କରାଯିବ ।
ପ୍ରଦୋଷ ବ୍ରତର ଶୁଭ ମୂହୁର୍ତ୍ତ :
କ୍ୟାଲେଣ୍ଡର ଅନୁସାରେ, ଚୈତ୍ର ମାସର ଶୁକ୍ଳ ପକ୍ଷର ପ୍ରଦୋଷ ବ୍ରତ ଦିନ ପୂଜା ପାଇଁ ଶୁଭ ସମୟ ସନ୍ଧ୍ୟା ୬:୪୪ ରୁ ରାତି ୮:୫୯ ପର୍ଯ୍ୟନ୍ତ ରହିବ । ଏହି ସମୟରେ, ଭକ୍ତମାନେ ରୀତିନୀତି ଅନୁସାରେ ପୂଜା କରିପାରିବେ ।
ପ୍ରଦୋଷ ବ୍ରତ ପୂଜା ସାମଗ୍ରୀ :
କନିଆରୀ ଫୁଲ, ହାତବନ୍ଧା ସୂତା, ଗଙ୍ଗାଜଳ, କ୍ଷୀର, ପବିତ୍ର ଜଳ, ମହୁ, ଫଳ, ଧଳା ମିଠା, ଧଳା ଚନ୍ଦନ, ଗଞ୍ଜେଇ, ବେଲ ପତ୍ର, ଧୂପକାଠି, ପ୍ରଦୋଷ ବ୍ରତ କଥା ପୁସ୍ତକ ଇତ୍ୟାଦି ପୂଜା ସାମଗ୍ରୀ ଭାବରେ ବ୍ୟବହାର କରାଯାଏ ।
ଭଗବାନ୍ ଶିବଙ୍କର ମନ୍ତ୍ର :
• ଓଁ ନମଃ ଶିବାୟ ।
• ଓଁ ନମୋ ଭଗବତେ ରୁଦ୍ରାୟ ନମଃ ।
• ଓଁ ତତ୍ପୁରୁଷାୟ ବିଦ୍ମହେ, ମହାଦେବାୟ ଧୀମହି, ତନ୍ନୋ ରୁଦ୍ର ପ୍ରଚୋଦୟାତ୍ ।
• ଓଁ ତ୍ରୟମ୍ବକମ୍ ୟଜାମହେ ସୁଗିନ୍ଧିଂ ପୁଷ୍ଟିବର୍ଦ୍ଧନମ୍ । ଉର୍ବାରୁକାମିଭ ବନ୍ଧନାନ୍ ମୃତ୍ୟୁମୁଖାୟ ମାମୃତାତ୍ ॥
ପ୍ରଦୋଷ ବ୍ରତର ମହତ୍ତ୍ବ :
ଧାର୍ମିକ ବିଶ୍ୱାସ ଅନୁସାରେ, ପ୍ରଦୋଷ ବ୍ରତ ଦିନ ଭୋଳାନାଥଙ୍କ ପୂଜା କରିବା ଦ୍ୱାରା ପରିବାରରେ ସୁଖ ଏବଂ ସମୃଦ୍ଧି ଆସିଥାଏ । ଏହି ଦିନ ଭଗବାନ ଶିବଙ୍କୁ ପୂଜା କରିବା ଦ୍ୱାରା ଭକ୍ତର ଆଧ୍ୟାତ୍ମିକ ଉନ୍ନତି ହୁଏ । ଏହା ବ୍ୟତୀତ ବିବାହରେ ଥିବା ବାଧା ଦୂର ହୁଏ । ଏହା ସହିତ ଇଚ୍ଛା କରୁଥିବା ଜୀବନସାଥୀ ମଧ୍ୟ ମିଳିଥାନ୍ତି ।