ନିଜର ଜବରଦସ୍ତ ପ୍ରଦର୍ଶନ ପାଇଁ ବେଶ ଜଣାଶୁଣା ଥିଲେ ଏହି କ୍ରିକେଟର, ଆଜି ବିକୁଛନ୍ତି ଚା-ଜଳଖିଆ

କେବେ ସଚିନ ଓ ସେହଓ୍ଵାଗଙ୍କୁ କରୁଥିଲେ ବଲିଂ। ନିଜ ଟ୍ୟାଲେଣ୍ଟ ବଳରେ ରାଜ୍ୟ ପାଇଁ ରଣଜୀ କ୍ରିକେଟ ମଧ୍ୟ ଖେଳିଛନ୍ତି। ଆଉ ସ୍ୱପ୍ନ ଦେଖିଥିଲେ ଦିନେ ଟିମ୍‌ ଇଣ୍ଡିଆ ପାଇଁ କ୍ରିକେଟ ଖେଳିବେ। ନିଜ ପରିବାରର ଅଭାବ ଦୂର କରିବେ। ହେଲେ ତାଙ୍କର ଏହି ସ୍ୱପ୍ନକୁ ପୂରଣ କରିବାକୁ ଦେଲେନି ଦଇବ। ଦାରିଦ୍ର୍ୟ ଭାଙ୍ଗିଦେଲା ତାଙ୍କ ସ୍ୱପ୍ନ। ଆଉ ଏବେ ରାସ୍ତା କଡରେ ବିକ୍ରି କରୁଛନ୍ତି ଚା ଓ ଜଳଖିଆ।

ସେ ଆଉ କେହିନୁହେଁ ଆମେ ଆପଣଙ୍କୁ କହୁଛୁ ଆସାମ କ୍ରିକେଟର ପ୍ରକାଶ ଭଗତଙ୍କ କଥା। ଆସାମର ଏହି ବାମହାତୀ ସ୍ପିନର ଦିନେ ତାଙ୍କ ସମୟରେ ରାଜ୍ୟ ପାଇଁ ବେଶ ପ୍ରଦର୍ଶନ କରିଥିଲେ। ବିହାର ବିପକ୍ଷରେ ରାଜ୍ୟ ପାଇଁ ୧୭ ବର୍ଷରୁ କମ୍‌ ବିଜୟ ମର୍ଚାଣ୍ଡ ଟ୍ରଫିରେ ୭ ଓ୍ଵିକେଟ୍‌ ହାସଲ କରିଥିଲେ, ଯେଉଁଥିରେ ଏକ ହାଟ୍ରିକ ବି ସାମିଲ ଥିଲା। ଏଥିରୁ ହିଁ ତାଙ୍କ ଦକ୍ଷତାର ପ୍ରମାଣ ମିଳୁଛି। ପ୍ରକାଶ ଆସାମରେ ରଣଜୀ ତରଫରୁ ନିଜ ପ୍ରଦର୍ଶନ ଦେଖାଇଥିଲେ।

sachinପ୍ରକାଶଙ୍କ ଘର ଆସାମର ସିଲଜର ସହରରେ। ୩୪ ବର୍ଷିୟ ପ୍ରକାଶ ପିଲାବେଳୁ କ୍ରିକେଟ ଖେଳିବାର ସ୍ୱପ୍ନ ଦେଖୁଥିଲେ। ନିଜ ପରିବାରର ଅବସ୍ଥା ଖରାପ ହେବା ସତ୍ତ୍ୱେ ମଧ୍ୟ ପ୍ରାକ୍ଟିସ୍‌ ଜାରି ରଖିଥିଲେ ପ୍ରକାଶ। ଆଉ ପରେ ନିଜ ଦକ୍ଷତା ବଳରେ ରଣଜୀ ଏବଂ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ପାଇଁ ମନୋନିତ ହୋଇଥିଲେ। ୨୦୦୨-୦୩ ନ୍ୟୁଜିଲାଣ୍ଡ ଗସ୍ତ ପୂର୍ବରୁ ଟିମ୍‌ ଇଣ୍ଡିଆ ପ୍ରସ୍ତୁତି ଜୋରଦାର କରିଥିଲା। ଗାଙ୍ଗୁଲୀ ଜଣେ ବାମ ହାତୀ ଏମିତି ସ୍ପିନର ଚାହୁଁଥିଲେ ଯେ ଯିଏ ଡାନିୟଲ ଭିଟୋରୀଙ୍କ ଭଳି ବୋଲିଂ କରିପାରିବ। ଠିକ୍‌ ସେହି ସମୟରେ ବାଙ୍ଗାଲୋର ସ୍ଥିତ ନ୍ୟାସନାଲ କ୍ରିକେଟ ଏକାଡେମୀରୁ ପ୍ରକାଶଙ୍କୁ ଡାକରା ଆସିଥିଲା। ଏହି ଡାକରା ପରେ ଖୁସି ହୋଇଯାଇଥିଲେ ପ୍ରକାଶ।

କାହିଁକିନା ଭିଟୋରୀ ମଧ୍ୟ ବାମହାତୀ ସ୍ପିନର ଥିଲେ। ଏହାପରେ ଭାରତୀୟ ଖେଳାଳୀଙ୍କୁ ନେଟ୍ସରେ ପ୍ରାକ୍ଟିସ୍‌ କରିବାକୁ ପ୍ରକାଶ ବୋଲିଂ କରିଥିଲେ। ଏହି ସମୟରେ ସେ ସୌରଭ ଗାଙ୍ଗୁଲୀ, ଭିଭିଏସ୍‌ ଲକ୍ଷ୍ମଣ, ସଚିନ୍‌ ତେନ୍ଦୁଲକର ଓ ଭିରେନ୍ଦ୍ର ସେହଓ୍ଵାଗଙ୍କ ଭଳି ବ୍ୟାଟ୍ସମ୍ୟାନଙ୍କୁ ବୋଲିଂ କରିଥିଲେ। ଆଉ ଏହାପରେ ତାଙ୍କର ଆତ୍ମବିଶ୍ୱାସ ବଢ଼ିଯାଇଥିଲା। ସେ ପୁରାପୁରି ଭାବିନେଇଥିଲେ ଯେ ଭାରତୀୟ ଟିମରେ ଖେଳିବାକୁ ତାଙ୍କୁ କେହି ଅଟକାଇପାରିବେନି। ହେଲେ ସେ ଜମା ବି ଜାଣିନଥିଲେ ଯେ ଦାରିଦ୍ର୍ୟ ତାଙ୍କ ବାଟ ଓଗାଳିବ।

sehwag୧୯୯୯ ମସିହାରୁ ପ୍ରକାଶ ନିଜ କ୍ରିକେଟ କ୍ୟାରିୟର ସିଲଚରରୁ ଆରମ୍ଭ କରିଥିଲେ। ଜିଲ୍ଲାସ୍ତରୀୟ ସଫଳତା ପରେ ସେ ସିଧା ରଣଜୀରେ ସୁଯୋଗ ପାଇଥିଲେ। ଆଉ ଦୁଇଟି ସିଜନରେ ସେ ଆସାମ ପାଇଁ ରଣଜୀ ଖେଳିଥିଲେ। ୨୦୦୯ରୁ ୨୦୧୧ ଯାଏଁ ସେ ଆସାମ ରଣଜୀ ଟିମରୁ ପ୍ରତିନିଧିତ୍ୱ କରିଥିଲେ। ହେଲେ ହଠାତ୍‌ ଅଚାନକ ବାପାଙ୍କ ମୃତ୍ୟୁ ପରେ ପରିବାରର ସ୍ଥିତି ଏକଦମ୍‌ ବଦଳିଗଲା। ପରିବାରର ଦାୟିତ୍ୱ ପ୍ରକାଶଙ୍କ କାନ୍ଧକୁ ଆସିଗଲା। ସେତେବେଳେ ତାଙ୍କ ସାମ୍ନାରେ ଦୁଇଟି ବିକଳ୍ପ ଥିଲା ପରିବାରର ଦାୟିତ୍ୱ ନା କ୍ରିକେଟ। ସେହି ସମୟରେ ସେ ପରିବାରର ଦାୟିତ୍ୱକୁ ବାଛିଥିଲେ। ଆଉ ସେବେଠାରୁ ତାଙ୍କର ସ୍ୱପ୍ନ କ୍ରିକେଟକୁ ଅଲବିଦା କହିଦେଇଥିଲେ।

ପ୍ରକାଶ ସେତେବେଳେ ଏକ ପ୍ରାଇଭେଟ୍‌ କମ୍ପାନୀରେ କାମ କରୁଥିଲେ। ଯେଉଁଠି ତାଙ୍କ ଦରମା ଥିଲା ୧୦ ହଜାରରୁ ୧୨ ହଜାର ଟଙ୍କା। ହେଲେ କରୋନା ଲକଡାଉନ ଯୋଗୁଁ କମ୍ପାନୀ ବନ୍ଦ ହୋଇଗଲା। ଆଉ ଚାକିରି ହରାଇବା ପରେ ପରିବାରର ଅବସ୍ଥା ପୁଣି ଥରେ ଖରାପ ହୋଇଗଲା। ତେଣୁ ଏବେ ନିଜ ମାଆଙ୍କ ସହ ମିଶି ଚା ଜଳଖିଆ ଦୋକାନ ଖୋଲିଛନ୍ତି ପ୍ରକାଶ।

ତେବେ ଏଥିରେ ନିଜ ପ୍ରତିକ୍ରୀୟା ରଖି ସେ କହିଛନ୍ତି। ଆମ ଅବସ୍ଥା ବହୁତ ଖରାପ। ଚା ଷ୍ଟଲରୁ ଯେତିକି ଟଙ୍କା ମିଳୁଛି ସେତିକିରେ ଦୁଇ ଓଳି ଖାଇବା ବି କଷ୍ଟକର ହୋଇପଡୁଛି ବୋଲି କହିଛନ୍ତି ଏହି କ୍ରିକେଟର।

You might also like