ଭୁଲରେ ବି ଖାଅନ୍ତୁ ନାହିଁ ଶିବଲିଙ୍ଗ ଉପରେ ଚଢ଼ାଯାଉଥିବା ଏହି ପ୍ରସାଦ

ହିନ୍ଦୁ ଧର୍ମରେ ପ୍ରାଚୀନ କାଳରୁ ମନ୍ଦିରରେ କିମ୍ବା ଘରେ ଦେବା ଦେବୀଙ୍କ ମୂର୍ତ୍ତି ସମ୍ମୁଖରେ ପ୍ରସାଦ ଅର୍ପଣ କରିବାର ପରମ୍ପରା ରହିଆସିଛି। କେଉଁ ଦେବତାଙ୍କୁ କେଉଁ ନୈବେଦ୍ୟ ଅର୍ପଣ କରାଯିବା କଥା ତାହା ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ। ପୂଜାରେ ଭଗବାନଙ୍କୁ ଭୋଗ ଲଗାଇବାର ପରମ୍ପରାମାନ ରହିଛି । ଏହାସହିତ ଭକ୍ତି ମନରେ ଚଢା ଯାଇଥିବା ପ୍ରସାଦକୁ ଗ୍ରହଣ କରିଥାନ୍ତି ଭଗବାନ । କିନ୍ତୁ ଯଦି ଆପଣ ଭଗବାନଙ୍କ ପ୍ରିୟ ଜିନିଷ ଭୋଗରେ ଲଗାଇବେ ତେବେ ବହୁତ ଶୀଘ୍ର ଭଗବାନ ପ୍ରସନ୍ନ ହୋଇ ସମସ୍ତ ମନସ୍କାମନା ପୁରଣ କରିଥାନ୍ତି ।

ସାଧାରଣତଃ ମନ୍ଦିରରେ ପୂଜା ପରେ ପ୍ରସାଦ ଚଢ଼ାଯାଇଥାଏ ।ଯାହାକୁ ପରେ ପୂଜାରୀ ମାନେ ଭକ୍ତଙ୍କ ନିକଟରେ ବାଣ୍ଟିଥାନ୍ତି। ଭକ୍ତ ମାନେ ମଧ୍ୟ ତାକୁ ଭଗବାନଙ୍କ ଆଶିର୍ବାଦ ଭାବି ଗ୍ରହଣ କରିଥାନ୍ତି। ଶିବ ପୁରାଣରେ ମଧ୍ୟ କୁହାଯାଇଛି ଯେ, ପ୍ରସାଦକୁ ଗ୍ରହଣ କରିବା ଦ୍ୱାରା ସବୁ ପାପର ନାଶ ହୋଇଥାଏ ।କିନ୍ତୁ କିଛି ଏମିତି ପ୍ରସାଦ ମଧ୍ୟ ରହିଛି ଯାହାକୁ ଖାଇବା ଉଚିତ ନୁହେଁ। ତାହା ହେଉଛି ଭଗବାନ ଶିବଙ୍କ ପ୍ରସାଦ। ମାନେ ଶିବଲିଙ୍ଗ ଉପରେ ଯେଉଁ ପ୍ରସାଦ ଚଢ଼ାଯାଏ ତାକୁ ଖାଇବାକୁ ବାରଣ କରାଯାଇଛି। ହୁଏତ ଏହାକୁ ବହୁତ କମ ଲୋକ ଜାଣିଥାନ୍ତି। ଭଗବାନଙ୍କ ପ୍ରସାଦ ଭାବି ତାକୁ ଖାଆନ୍ତି ଯାହା ଉଚିତ ନୁହେଁ।

ଏହା ପଛରେ ପୌରାଣିକ ମାନ୍ୟତା ମଧ୍ୟ ରହିଛି। କୁହାଯାଏ ଯେ ଦିନେ ଶିବଙ୍କ ମୁହଁରୁ ଚଣ୍ଡେଶ୍ୱର ନାମକ ରାକ୍ଷସ ଜନ୍ମ ନେଇଥିଲା। ତେଣୁ ମନାଯାଏ ଯେ ଶିବଲିଙ୍ଗ ଉପରେ ଚଢ଼ାଯାଇଥିବା ଭୋଗକୁ ଭୂତ ପ୍ରେତଙ୍କ ଅଂଶ ବୋଲି ଧରାଯାଏ। କିନ୍ତୁ ସବୁ ପ୍ରସାଦ ଚଣ୍ଡେଶ୍ୱରଙ୍କ ଅଂଶ ହୋଇନଥାଏ । କୁାହାଯାଏ ଯେ ଶିବଲିଙ୍ଗ ପଥର, ମାଟି କିମ୍ବା ଚିନା ମାଟିରେ ତିଆରି ହୋଇଥାଏ। ତେଣୁ ଚଢ଼ାଯାଇଥିବା ପ୍ରସାଦକୁ ଖାଇବା ଅନୁଚିତ।

କିନ୍ତୁ ଅପରପକ୍ଷେ ପାରଦ କିମ୍ବା କୌଣସି ଅନ୍ୟ ଧାତୁରେ ତିଆରି ହୋଇଥିବା ଶିବଲିଙ୍ଗ ଉପରେ ଚଢ଼ାଯାଇଥିବା ପ୍ରସାଦକୁ ଗ୍ରହଣ କରିବାରେ କୌଣସି ରୋକ ଟୋକ ନାହିଁ। ଏହାର ପ୍ରସାଦ ରାକ୍ଷସର ନୁହେଁ ବରଂ ଭଗବାନଙ୍କ ଅଂଶ ହୋଇଥାଏ। ସେହିପରି ଶିବଲିଙ୍ଗ ସହ ଶାଳଗ୍ରାମ ଥିଲେ ମଧ୍ୟ ଏହା ଖୁବ ଶୁଭ ହୋଇଥିବ। ଶିବ ପୁରାଣ ଅନୁଯାୟୀ, ଭଗବାନ ଶିବଙ୍କ ସବୁ ପ୍ରସାଦ ସମସ୍ତ ପାପରୁ ମୁକ୍ତି ଦିଏ। ଏହାଦ୍ୱାରା ଭକ୍ତଙ୍କୁ ସବୁ ପୁଣ୍ୟ ମିଳିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.