ଏହି ମନ୍ଦିରରେ ଧନତେରାସରେ ବଣ୍ଟାଯାଏ ‘ମୂଲ୍ୟବାନ ଜିନିଷ’, ଯାହାକୁ ନେଇ ଟ୍ରେଜେରୀରେ ରଖନ୍ତି ଲୋକେ

ଭାରତରେ ଅନେକ ମନ୍ଦିର ରହିଛି। ଯେଉଁଠିକୁ ପ୍ରତିଦିନ ଶ୍ରଦ୍ଧାଳୁ ନିଜର ଆସ୍ଥା ଓ ବିଶ୍ୱାସ ନେଇ ଯାଇଥାନ୍ତି। କିନ୍ତୁ ଭାରତରେ ଏପରି ଏକ ମନ୍ଦିର ରହିଛି, ଯେଉଁଠାରେ ବର୍ଷକୁ ଚାରିଦିନ ‘ମୂଲ୍ୟବାନ ଜିନିଷ ’ ମିଳିଥାଏ। ଧନତେରାସ ଅବସରରେ ଏଠାରେ ଏହି ଜିନିଷ ବଣ୍ଟାଯାଏ। ଏପରି ଏକ ଅଦ୍ଭୁତ ମନ୍ଦିର ଉତ୍ତର ପ୍ରଦେଶର ବାରଣାସୀରେ ରହିଛି।

ଗଙ୍ଗାର ପଶ୍ଚିମ ଘାଟରେ ଭଗବାନ ଶିବଙ୍କ ବାରଟି ଜ୍ୟୋର୍ତିଲିଙ୍ଗ ମଧ୍ୟରୁ ବିଶ୍ୱେଶ୍ୱର ଜ୍ୟୋର୍ତିଲିଙ୍ଗ, କାଶୀ ବିଶ୍ୱନାଥ ମନ୍ଦିର ଅନ୍ୟତମ। ଏହି ମନ୍ଦିର ନିକଟରେ ଦକ୍ଷିଣ ଦିଗରେ ରହିଛି ମା ଅନ୍ନପୂର୍ଣ୍ଣାଦେବୀ ମନ୍ଦିର। ଯାହା ଭକ୍ତଙ୍କୁ ଅନ୍ନ-ଧନ ପ୍ରଦାନ କରୁଥିବା ମା ଅନ୍ନପୂର୍ଣ୍ଣାଙ୍କ ଦିବ୍ୟ ଧାମ ଅଟେ।

khazan

ଏହି ମନ୍ଦିରରେ ଦୀପାବଳି ପୂର୍ବରୁ ଧନତେରାସ ଦିନ ମାଙ୍କ ସ୍ୱତନ୍ତ୍ର ମୂଲ୍ୟବାନ ଟ୍ରେଜେରୀ ଖୋଲିଥାଏ, ଯାହାକୁ ଶ୍ରଦ୍ଧାଳୁଙ୍କୁ କେବଳ ଧନତେରାସ ଦିନ ହିଁ ବଣ୍ଟନ କରାଯାଏ। ଏଠାରେ ଶ୍ରଦ୍ଧାଳୁଙ୍କୁ ମନ୍ଦିରରେ ଥିବା ଚଳୁନଥିବା ପଇସା ଏବଂ ଧାନ ଖଇ ବଣ୍ଟାଯାଏ। ଏହି ପଇସାକୁ ନେଇ ଆପଣ ଯଦି ଘର ଏବଂ ବ୍ୟବସାୟ ପ୍ରତିଷ୍ଠାନରେ ରଖିବେ, ତେବେ କେବେ ବି ଧନ, ସୁଖ ଓ ସମୃଦ୍ଧି ଅଭାବ ରହିବ ନାହିଁ ବୋଲି ବିଶ୍ୱାସ ରହିଛି । ମା ଅନ୍ନପୂର୍ଣ୍ଣାଙ୍କ ସ୍ୱର୍ଣ୍ଣ ଅବତାର ଦର୍ଶନ ମଧ୍ୟ ବର୍ଷକୁ ମାତ୍ର ଚାରିଦିନ ପାଇଁ ମିଳିଥାଏ। ଏହି ମୂଲ୍ୟବାନ ଜିନିଷ ପାଇବା ପାଇଁ ଶ୍ରଦ୍ଧାଳୁ ଦିନ ଦିନ ଧରି ଏଠାରେ ଅପେକ୍ଷା କରିଥାନ୍ତି। ମା’ଙ୍କ ଦର୍ଶନ ମିଳିବା ମାତ୍ରେ ଶ୍ରଦ୍ଧାଳୁଙ୍କ ଥକ୍କାପଣ ଗାଏବ ହୋଇଯାଏ। ପ୍ରତିବର୍ଷ ଏଠାରେ କେତେ ଏହି ପଇସା ଏବଂ ଖଇ ବଣ୍ଟାଯାଏ ତାହାର ହିସାବ କାହା ପାଖରେ ନାହିଁ।

varanasi

ମା’ ଅନ୍ନପୂର୍ଣ୍ଣାଙ୍କ ଏହି ସ୍ୱର୍ଣ୍ଣ ମୂର୍ତ୍ତି ଦର୍ଶନ ଏବଂ କାଶୀ ସହିତ ଜଡିତ ପୌରାଣିକ କାହାଣୀ ମଧ୍ୟ ରହିଛି। କୁହାଯାଏ କାଶୀ ରାଜା ଦେବୋଦାସଙ୍କ ରାଜ୍ୟରେ କୌଣସି ଦେବ- ଦେବତାଙ୍କ ପ୍ରବେଶ ବର୍ଜିତ ରହିଥିଲା କିନ୍ତୁ ମା’ ଅନ୍ନପୂର୍ଣ୍ଣା କାଶୀକୁ ଆସି ଦେବୋଦାସଙ୍କ ଗର୍ବକୁ ଭାଙ୍ଗିବା ପାଇଁ କାଶୀରେ ଅକାଳ ଦୁର୍ଭିକ୍ଷ ଆଣିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.