ଆଳୁ କି ମଟର ନୁହେଁ ପ୍ରସ୍ତୁତ ହେଉଛି ଆଇସକ୍ରିମ ଦୋସା, ଥରେ ପକାନ୍ତୁ ନଜର

ପ୍ରାୟ ସମସ୍ତଙ୍କର ଦୋସା ଖୁବ ପ୍ରିୟ । ସକାଳ କିମ୍ବା ସନ୍ଧ୍ୟା ଜଳଖିଆରେ ଅନେକେ ଦୋସା ଖାଇବାକୁ ପସନ୍ଦ କରନ୍ତି । ଆଜିକା ସମୟରେ ବଜାରରେ ଭିନ୍ନ ଭିନ୍ନ ଦୋସା ମିଳୁଛି । କିଛି ରେଶତୃରାନ୍ତ ମାଲିକ ନିଜ ହୋଟେଲର ନାଁ କମେଇବା ପାଇଁ ଆଉ କିଛି ଜଣ ଚିରାଚରିତ ଢଙ୍ଗରେ କିଛିଟା ଟ୍ଵିଷ୍ଟ ଆଣିବା ପାଇଁ ନୂଆ ନୂଆ ପ୍ରଜାତିର ଦୋସା ବନେଇବାକୁ ଚେଷ୍ଟାକରନ୍ତି । ଏମିତିରେ ତ ଆପଣ ନିଶ୍ଚିତ ରୂପେ ଆଳୁ, ପନିର, ଚିକେନ, ମଟନ କିମ୍ବା ଅଣ୍ଡା ଦୋସା ଚାଖିଥିବେ ବା ଖାଇଥିବେ । କିନ୍ତୁ କେବେ ଆଇସକ୍ରିମ ଦୋସା ଶୁଣିନଥିବେ ବି ଚାଖିନଥିବେ । କିନ୍ତୁ ନିକଟରେ ଏକ ଭିଡିଓ ଭାଇରଲ ହୋଇଛି ଯାହାକୁ ଦେଖିଲେ ଆପଣଙ୍କ ଏହି ଧାରଣା ନିଶ୍ଚିତ ରୂପେ ଭୁଲ ପ୍ରମାଣିତ ହେବ | ତେବେ ଥରେ ଏହି ଭିଡିଓଟିକୁ ଦେଖନ୍ତୁ । ଭିଡିଓଟିରେ ଆପଣ ଦେଖିପାରିବେ ଜଣେ ସେଫ କେମିତି ପ୍ରଥମେ ଦୋସାର ଆଣକୁ ତାୱାରେ ହାଲୁକା ଭାବରେ ଦେଉଛନ୍ତି । ଆଉ ଏହା ଉପରେ ଆଇସକ୍ରିମ, ଲହୁଣୀ, ଚକୋଲେଟ ଶୀରପ ଦେଇ ଭିନ୍ନ ସ୍ୱାଦର, ଭିନ୍ନ ଧରଣର ଦୋସା ପ୍ରସ୍ତୁତ କରୁଛନ୍ତି । ଖାଲି ସେତିକି ନୁହେଁ ଡ଼େଇରି ମିଲ୍କ ଚକୋଲେଟକୁ ଟିକି ଟିକି କରି କୋରିକି ପକାଉଛନ୍ତି । ନିଶ୍ଚିତ ରୂପେ ଦୋସାର ସ୍ୱାଦ କିଛିଟା ଭିନ୍ନ ହୋଇଥିବ । ଯିଏ ଚାଖିବ ତାହାର ମଜା ନିଶ୍ଚିତ ରୂପେ ନେଇଥିବ । ଆଉ ଯିଏ ନଚାଖିଥିବେ ସେ ନିହାତି ଥରେ ଚାଖିବାକୁ ଚାହୁଁଥିବେ । ଭିଡିଓଟି କେଉଁଠିକାର, ଆଉ କେବେର ସେବିଷୟରେ ଜଣାପଡ଼ିନାହିଁ । ଭିଡିଓଟିକୁ କିଛି ଜଣ ପସନ୍ଦ କରିଥିବା ବେଳେ କିଛି ଜଣ ଏମିତି କରିବା ଅସମ୍ଭବ ବୋଲି ମତ ରଖିଛନ୍ତି ।

 

 

ଭିଡିଓଟିକୁ ଟ୍ୱିଟରରେ @vijayasheth ନାମକ ଜଣେ ୟୁଜର ସେୟାର କରିଥିବା ବେଳେ କ୍ୟାପ୍ସନରେ ରାଗ ଲାଗୁଥିବାର ଇମୋଜୀ ସେୟାର କରିଛନ୍ତି । ଭିଡିଓ ଦେଖି ଆପଣଙ୍କୁ ବି ହୁଏତ ରାଗ ଲାଗିପାରେ । କ୍ଲିପଟିକୁ ନ୍ୟୁଜ ଆକାରରେ ଲେଖାଯିବା ପର୍ଯ୍ୟନ୍ତ ୧୦୦ରୁ ଅଧିକ ଥର ଦେଖାଯିବା ସହ ଅନେକ ସଂଖ୍ୟକ ଲାଇକନ୍ସ ମିଳି ସାରିଲାଣି । ଏମିତିରେ କିଛି ଦିନ ହେବ ଖାଦ୍ୟକୁ ଭିନ୍ନ ଭିନ୍ନ ସ୍ୱାଦ ତଥା ଫ୍ଲେଭର ଦେଇ ଅନେକ ଅନେକ ଖାଦ୍ୟ ପ୍ରସ୍ତୁତ କରାଯାଇଛି । ଆଉ ସେନେଇ ଅନେକ ଭିଡିଓ ମାନ ବି ସୋସିଆଲ ମିଡିଆରେ ଭାଇରାଲ ହେଉଛି । ସମୟ ସାଙ୍ଗକୁ ଲୋକଙ୍କର ସ୍ୱାଦ, ପସନ୍ଦ ଅପସନ୍ଦ ବି ବଦଳି ଗଲାଣି । ଅଧିକ ପଇସା ଦେଇ ହେଉ ପଛକେ ଲୋକେ କିଛି ନୂଆ ଟ୍ରାଏ କରିବାକୁ ଚେଷ୍ଟା କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.