ଦେବୀ ମୂର୍ତ୍ତିଙ୍କୁ ମେରୀ ଭଳି ସଜାଇବା ପଡିଲା ମହଙ୍ଗା, ପୁରୋହିତ ଗିରଫ

ମହାରାଷ୍ଟ୍ର : ମହାରାଷ୍ଟ୍ର ମୁମ୍ବାଇର ଏକ ମାମଲା ସାମ୍ନାକୁ ଆସିଛି । ଯାହା ସମସ୍ତଙ୍କୁ ଚକିତ କରିଛି । ଏକ ଦେବୀ ମୂର୍ତ୍ତିଙ୍କୁ ମେରୀ ଭଳି ସଜାଇବା ପୁରୋହିତଙ୍କ ପାଇଁ ମହଙ୍ଗା ପଡିଲା । ଏହି ଅଭିଯୋଗରେ ସ୍ଥାନୀୟ ପୋଲିସ ପୁରୋହିତଙ୍କୁ ଗିରଫ କରିଛି । ଏପରି କରିବାର କାରଣ ଜାଣିବାକୁ ପୁରୋହିତଙ୍କୁ ପଚରାଉଚରା କରୁଛି ପୋଲିସ ।

ସୂଚନାନୁଯାୟୀ, ମହାରାଷ୍ଟ୍ରର ଚେମ୍ବୁର ପୂର୍ବରେ ଥିବା ଆନିକ ଗାଁର ହିନ୍ଦୁ ଶ୍ମଶାନରେ ଗୋଟିଏ କାଳୀ ମନ୍ଦିର ଅଛି । କାଳୀ ମା’ଙ୍କ ମୂର୍ତ୍ତିକୁ ମେରୀ ଭଳି ସଜେଇଥିଲେ । ଯାହା ଫଳରେ ପୁରୋହିତଙ୍କ ନାଁରେ ଅଭିଯୋଗ ହୋଇଛି । ସ୍ଥାନୀୟ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଘଟଣାସ୍ଥଳରେ ପହଞ୍ଚିଥିଲା । ପୋଲିସ ମା‘ଙ୍କର ପୂର୍ବାବସ୍ଥାକୁ ଫେରାଇ ଆଣିବା ସହ ଧାର୍ମିକ ଭାବନାକୁ କ୍ଷତି ପହଞ୍ଚାଇବାରୁ ପୁରୋହିତଙ୍କୁ ଗିରଫ କରିଥିଲା । ଏହି ମାମଲାରେ ପୋଲିସ ପ୍ରଶାସନ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରତିଶ୍ରୁତି ଦେଇଛି । ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି ।

Also Read : କାହିଁକି ଧର୍ମଧ୍ବଜାରେ ଖୋଦିତ ହୋଇଛି ଏହି ପବିତ୍ର ପ୍ରତୀକ, ଜାଣନ୍ତୁ ମହତ୍ତ୍ବ