ସ୍ପେଶାଲ

ବିଶ୍ୱାସ ମୂଳେ ସର୍ବସିଦ୍ଧି, ଯାହାକୁ ପ୍ରମାଣ କରି ଦେଖାଇଛନ୍ତି ରାଜଧାନୀର ପ୍ରିୟଙ୍କା ସାହାଣୀ

କେନ୍ୟୁଜ୍(ବ୍ୟୁରୋ): ଇଚ୍ଛାଶକ୍ତି ବଳରେ ସବୁ କିଛି ସମ୍ଭବ। ମନରେ ଯଦି ଆପଣଙ୍କର ଦୃଢ଼ ଇଚ୍ଛା ଶକ୍ତି ଅଛି ତା’ହେଲେ କୌଣସି ବି କାମ ଆପଣଙ୍କ ପାଇଁ ଅସମ୍ଭବ ହେବ ନାହିଁ। କଥାରେ ଅଛି , ‘ବିଶ୍ୱାସ ମୂଳେ ସର୍ବସିଦ୍ଧି’। ଅର୍ଥାତ ଯଦି ନିଜ ଉପରେ ବିଶ୍ୱାସ ଅଛି ତାହେଲେ ସବୁକାମ ଆପଣଙ୍କର ଖୁବ ସହଜରେ ହୋଇଯିବ। ଏଭଳି ଆତ୍ମବିଶ୍ୱାସ ସମସ୍ତଙ୍କର ରହିବା ଉଚିତ୍‌। ଏହାର ଜ୍ୱଳନ୍ତ ଉଦାହରଣ ପାଲଟିଛନ୍ତି ରାଜଧାନୀର ପ୍ରିୟଙ୍କା ସାହାଣୀ।

ଆଖିରେ ଅନେକ ସ୍ୱପ୍ନ ନେଇ ଆଗେଇ ଆସୁଛନ୍ତି ରାଜଧାନୀର ପ୍ରିୟଙ୍କା ସାହାଣୀ। ବିଭିନ୍ନ ଚିତ୍ରକୁ ଭିନ୍ନ ଭାବରେ ଆଙ୍କି ରାଜ୍ୟ ପାଇଁ ଅନେକ ଗର୍ବ ଓ ଗୌରବ ଆଣିଛନ୍ତି। ପିଲାଟି ଦିନରୁ ତାଙ୍କର ପେଣ୍ଟିଂ ପ୍ରତି ରହିଥିଲା ଦୁର୍ବଳତା। ବାପା ସ୍ୱଗତଃ ବିବେକାନନ୍ଦ ସାହାଣୀଙ୍କ ଠାରୁ ପ୍ରିୟଙ୍କା ପ୍ରଥମେ ଚିତ୍ର ଆଙ୍କିବା ଶିଖିଥିଲେ। ପରେ ଫ୍ଲୋରାଲ ମଣ୍ଡଳ, ଡଟ ମଣ୍ଡଳ, ଟେରାକୋଟା ଆର୍ଟ, ବୋତଲ ମଣ୍ଡଳ, ବେଲୁନ ମଣ୍ଡଳ,ସିଡି ଆର୍ଟ, ଲିଫ ଆର୍ଟ, ଅବଷ୍ଟ୍ରାକ୍ଟ ଆର୍ଟ, ନେଲ ଆର୍ଟ, ଫେସ ପେଣ୍ଟିଂ, ଫାବ୍ରିକ ଆର୍ଟ,ସଲ୍ଟ ଡୋ ଆର୍ଟ, ରଙ୍ଗୋଲି ଆର୍ଟ ଆଦି ଆଙ୍କି ବେଶ ସଫଳତା ପାଇଛନ୍ତି । ରାଜ୍ୟ ସ୍ତରରେ ପେଣ୍ଟିଂରେ ଆଓ୍ଵାର୍ଡ ପାଇବା ସହ ନ୍ୟାସନାଲ ଲେଭଲରେ ସେ ଆଓ୍ଵାର୍ଡ ମଧ୍ୟ ଜିତିଛନ୍ତିା।

କେବଳ ସାଠରେ ନୁହେଁ ବରଂ ପାଠରେ ମଧ୍ୟ ସେ କୌଣସି ମତେ କମ ନୁହେଁ। ପ୍ରିୟଙ୍କା MCA ପାଠ ପଢ଼ି ଚାକିରି ମଧ୍ୟ କରିଲେ। ପ୍ରଥମ ଗୁରୁ ଭାବେ ନିଜ ବାପାଙ୍କ ଠାରୁ ଚିତ୍ରକଳା ବିଦ୍ୟା ଶିଖି ନିଜ କଠିନ ପରିଶ୍ରମ ମାଧ୍ୟମରେ ବିିଭିନ୍ନ ଚିତ୍ର ଅତି ସହଜରେ ଆଙ୍କି ପାରୁଛନ୍ତି। ପ୍ରଥମେ ଛବିକୁ ଭଲ ଭାବେ ଦେଖନ୍ତି ପରେ ଅବିକଳ ଭାବେ ଚିତ୍ରଟିକୁ ରିୟଲ ଲୁକ୍‌ ଦିଅନ୍ତି। ଏଥିମଧ୍ୟରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସ୍ୱର୍ଗତଃ ଅଭିନେତା ଇରଫାନ ଖାନ ଓ ସୁଶାନ୍ତ ସିଂ ରାଜପୁତଙ୍କ ପେଣ୍ଟିଂ କରିସାରିଛନ୍ତି।

ବାପାଙ୍କ ମୃତ୍ୟୁପରେ ପ୍ରିୟଙ୍କା ଏବେ ଭାଙ୍ଗିପଡିଛନ୍ତି। ଆଜି ବାପାଙ୍କ ବିନା ସେ ଏକା ହୋଇଯାଇଛନ୍ତି। ତଥାପି ସେ ହାରିନାହାଁନ୍ତି। ପରିସ୍ଥିତିର ସାମ୍ନା କରି ନିଜ ଜୀବନକୁ ଆଗକୁ ନେବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତିି। ଘରର ସବୁ ଦାୟିତ୍ୱ ଏବେ ପ୍ରିୟଙ୍କାଙ୍କ ଉପରେ। ଘରେ ସବୁଠୁ ସାନ ହୋଇ ମଧ୍ୟ ଘରର ସବୁ ଦାୟିତ୍ୱ ନିଜ ହାତକୁ ନେଇଛନ୍ତି। ଆଉ ତାଙ୍କ ବାପାଙ୍କ ସବୁ ଅଧୁରା ସ୍ୱପ୍ନକୁ ପୂରଣ କରିବେ ବୋଲି କହିଛନ୍ତି।

KNews Bureau

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

4 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

6 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

6 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

6 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

7 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

7 hours ago