ସ୍ପେଶାଲ

ଆଜି ପ୍ରମିଜ୍‌ ଡେ’, ଜାଣନ୍ତୁ କେଉଁ ପ୍ରତିଶ୍ରୁତି ଦେଲେ ଜୀବନ ସାରା ଏକାଠି ରହିବେ ପାର୍ଟନର

ଭାଲେଣ୍ଟାଇନ୍‌ ସପ୍ତାହର ପଞ୍ଚମ ଦିବସକୁ ପ୍ରମିଜ୍‌ ଡେ ବା ପ୍ରତିଜ୍ଞା ଦିବସ ଭାବେ ପାଳନ କରାଯାଉଛି। ଫେବ୍ରୁଆରୀ ମାସ ୧୧ ତାରିଖରେ ସବୁ ପ୍ରେମିକ ପ୍ରେମିକା ପରସ୍ପରକୁ ସାରା ଜୀବନ ଏକାଠି ରହିବାକୁ ପ୍ରତିଶ୍ରୁତି ଦେଇଥାନ୍ତି। ଚକୋଲେଟ୍‌ ଡେ’ ଓ ଟେଡି ବିୟର ଡେ’ ପର ଦିନକୁ ପ୍ରମିଜ୍‌ ଡେ ଭାବେ ପାଳନ କରାଯାଏ। ଏକ ସୁନ୍ଦର ଓ ମଜଭୁତ ସମ୍ପର୍କର ଆଧାର ହେଉଛି ପ୍ରତିଶ୍ରୁତି। ଏଣୁ ପ୍ରମିଜ୍‌ ଡେ ଅବସରରେ ସବୁ ପ୍ରେମୀଯୁଗଳ ପରସ୍ପରକୁ ସବୁ ସୁଖ, ଦୁଃଖ, ହସକାନ୍ଦ, ଭଲମନ୍ଦରେ ଏକାଠି ରହିବା ପାଇଁ ହାତରେ ହାତ ଛନ୍ଦି ପ୍ରତିଶ୍ରୁତି ଦେଇଥାନ୍ତି।

ପ୍ରତିଜ୍ଞାକୁ କେହି କେବେ ଭାଙ୍ଗିବାକୁ ଦେଇନଥାନ୍ତି। ଯେତେବେଳେ କେହି କାହାକୁ କିଛି ପ୍ରତିଶ୍ରୁତି ଦେଇଥାନ୍ତି ଶେଷ ପର୍ଯ୍ୟନ୍ତ ସେ ତାହାକୁ ପାଳନ କରିଥାନ୍ତି। ଆପଣ କିଛି ଭୁଲ କରିବାକୁ ଯାଉଥିଲେ ଏହି ପ୍ରତିଶ୍ରୁତି ହିଁ ପୁଣିଥରେ ଆପଣଙ୍କୁ ମନେ ପକାଇ ଦିଏ ଯେ କାହାକୁ କିଛି ପ୍ରତିଶ୍ରୁତି ଦେଇଛନ୍ତି ବୋଲି।

ପ୍ରତିଶ୍ରୁତି କେବଳ ଗୋଟିଏ ଶବ୍ଦ ହୋଇଥିଲେ ମଧ୍ୟ ଏହା ସହ ଅନେକ ଜିନିଷ ଆସିଥାଏ। ପରସ୍ପର ପ୍ରତି ବିଶ୍ୱାସ, ନିଷ୍ଠା, ଲୟାଲଟି ଆଦିକୁ ପ୍ରତିଜ୍ଞା ଭାବେ ପ୍ରମିଜ୍‌ ଡେ’ରେ ପ୍ରେମୀଯୁଗଳ ପରସ୍ପରକୁ ଭେଟି ଦେଇଥାନ୍ତି। ଜୀବନରେ କେବେ ବି କେହି କାହା ବିଶ୍ୱାସ ଭାଙ୍ଗିବେ ନାହିଁ ବୋଲି ଏହି ଦିନ ପରସ୍ପରକୁ ପ୍ରତିଶ୍ରୁତି ଦେଇଥାନ୍ତି।

WCW 11

Recent Posts

ଦୀର୍ଘ ସମୟ ହେଲା ନାଳରେ ଫସି ରହିଛନ୍ତି ୩ ହାତୀ, ଜାରି ରହିଛି ଉଦ୍ଧାର କାର୍ଯ୍ୟ

ନରସିଂହପୁର: ବିପଦରେ ଗଜରାଜ । ତାଙ୍କୁ ଦେଖିବା ପାଇଁ ଲୋକଙ୍କର ନାହିଁ ନଥିବା ଭିଡ଼ । କିଏ ହୋ ହୋ…

15 mins ago

ଜମି ଜମା ବିବାଦକୁ ନେଇ ଖଣ୍ଡାରେ ହାଣିଲା ବଡ଼ ଭାଇ, ଘଟଣାସ୍ଥଳରେ ସାନ ଭାଇର ମୃତ୍ୟୁ

ମୟୁରଭଞ୍ଜ : ଜମି ଜମା ବିବାଦକୁ ନେଇ କରୁଣ ପରିଣିତି । ସାନ ଭାଇକୁ ଖଣ୍ଡାରେ ହାଣିଲା ବଡ଼ ଭାଇ…

34 mins ago

ପାଟନା: ୧୭ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ଗଙ୍ଗା ନଦୀରେ ଓଲଟିଲା, ୬ ନିଖୋଜ; ଚାଲିଛି ରେସ୍‌କ୍ୟୁ ଅପରେସନ

ବିହାରରେ ବଡ଼ ଧରଣର ନୌକା ଦୁର୍ଘଟଣା । ପାଟନାର ବାଢ଼ରେ ଉମାନାଥ ଘାଟରେ ଏକ ଯାତ୍ରୀବାହୀ ଡଙ୍ଗା ଗଙ୍ଗା ନଦୀରେ…

37 mins ago

ହାତୀ ଆକ୍ରମଣରେ ମହିଳା ଗୁରୁତର, ମେଡିକାଲରେ ଭର୍ତ୍ତି

କାମାକ୍ଷାନଗର : ହାତୀ ଆକ୍ରମଣରେ ମହିଳା ଗୁରୁତର । ଗୁରୁତର ମହିଳା ହେଲେ କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ମୁକ୍ତାପଶି ଗ୍ରାମର…

50 mins ago

୩୦ କେଜି ଗଞ୍ଜେଇ ଜବତ, ଦୁଇ ଗିରଫ

ବୌଦ୍ଧ ହରଭଙ୍ଗା : ବୌଦ୍ଧ ଅବକାରୀ ବିଭାଗର ଜିଲ୍ଲା ମୋବାଇଲ୍ ୟୁନିଟ୍ ପକ୍ଷରୁ ମହାନଦୀ ୫୭ ନମ୍ବର ଜାତୀୟ ରାଜପଥର…

1 hour ago

ମଥୁରା ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ , ବୃଦ୍ଧା ପୋଡ଼ି ଗୁରୁତର

ବୌଦ୍ଧ/ହରଭଂଗା : ବିଳମ୍ବିତ ରାତ୍ରରେ ବୌଦ୍ଧ ଥାନା ଅନ୍ତର୍ଗତ ମଥୁରା ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ନିଆଁରେ ଗୋଟିଏ…

1 hour ago