ବୁଲା କୁକୁର ପିଠିରେ ନିର୍ବାଚନ ପ୍ରଚାର ପାଇଁ ଲଗାଇଲେ ପୋଷ୍ଟର, ଫଟୋ ଭାଇରଲ ହେବା ପରେ ନେତା ଦେଲେ ଏମିତି ଜବାବ

ନିର୍ବାଚନ ପ୍ରଚାର କରିବା ପାଇଁ ଲୋକେ ବିଭିନ୍ନ ପ୍ରକାର ଉପାୟ ଆପଣାନ୍ତି। ଏବେ କିନ୍ତୁ କରୋନା କାଳରେ ନିର୍ବାଚନ ପ୍ରଚାର କରିବା ମହଙ୍ଗା ପଡୁଛି। ଏମିତି ଏକ ପ୍ରଚାର ବିଷୟରେ ଜାଣିଲେ ଆପଣ କେବେ ବି ଏହା ବିଷୟରେ ଚିନ୍ତା କରିନଥିବେ। ନିର୍ବାଚନ ପ୍ରଚାର କରିବା ପାଇଁ ବୁଲା କୁକୁରଙ୍କୁ ବ୍ଯବହାର କରାଯାଉଛି। ଶୁଣି ଟିକେ ଆଶ୍ଚର୍ଯ୍ଯ ଲାଗୁଥାଇପାରେ। କିନ୍ତୁ ଏହା ସତ।

ଉତ୍ତରପ୍ରଦେଶ ପଞ୍ଚାୟତ ନିର୍ବାଚନରେ ଆଶାୟୀମାନେ ନିଜର ପ୍ରଚାର ଅଭିଯାନ ମାଧ୍ୟମରେ ବିଭିନ୍ନ ପ୍ରକାର ଉପାୟ ଅବଲମ୍ବନ କରିଛନ୍ତି । ଏପରିକି କେତେକ ସ୍ଥାନରେ ଏବେ କୁକୁର ମାନଙ୍କ ମାଧ୍ୟମରେ ନିର୍ବାଚନ ପ୍ରଚାର ଚାଲୁଛି। ଦୁଇଜଣ ଆଶାୟୀ, ଜଣେ ରାୟବରେଲୀ ଏବଂ ଅନ୍ୟ ଜଣେ ବାଲିଆ ଜିଲ୍ଲାର ଏଭଳି ଉପାୟ ଅବଲମ୍ବନ କରିଛନ୍ତି । ନିଜର ପ୍ରଚାର କରିବା ପାଇଁ ବୁଲା କୁକୁରଙ୍କୁ ଉପଯୋଗ କରିଛନ୍ତି । ଏହି ଆଶାୟୀ ମାନେ କୁକୁରଙ୍କ ଉପରେ ନିଜର ପୋଷ୍ଟର ଏବଂ ପର୍ଚି ଲଗାଇ ଦେଇଛନ୍ତି ଆଉ ଏଠି ସେଠି ବୁଲିବା ପାଇଁ ଛାଡି ଦେଇଛନ୍ତି । ଯାହା ଏବେ ଭାଇରଲ ହେବାରେ ଲାଗିଛି।

ଏହାକୁ ନେଇ ଜଣେ ଆଶାୟୀ କହିଛନ୍ତି ଯେ, ଆଦର୍ଶ ଆଚରଣ ସଂହିତାରେ ଏଭଳି କୌଣସି ନିୟମ ନାହିଁ, ଯାହାକି ଆମକୁ ପ୍ରଚାରରେ ବୁଲା କୁକୁରଙ୍କୁ ଉପଯୋଗ କରିବାରେ ଅଟକାଇ ପାରିବ । ଆମେ କୌଣସି ପ୍ରକାରେ ଜୀବଜନ୍ତୁଙ୍କ କ୍ଷତି ହେବାକୁ ଦେଉନାହୁଁ । ଆମେ କୁକୁରଙ୍କୁ ଦିନଭରି ଖାଇବାକୁ ଦେଉଛୁ । ଏହା ଏକ ଉତ୍ତମ ବିଚାର । ଆଉ ମତଦାତା ମାନେ ଏଭଳି ନୂତନ ଉଦ୍ଭାବନ ପ୍ରତି ଆକର୍ଷିତ ହୋଇଥାନ୍ତି ।

କିନ୍ତୁ ଏହି କୁକୁର ଫଟୋ ସୋସିଆଲ ମିଡିଆରେ ଭାଇରଲ ହେବା ପରେ ପଶୁ ପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଏମିତି କରିବା ଦଣ୍ଡନୀୟ ଅପରାଧ ବୋଲି ସେମାନେ କହିଛନ୍ତି।

ଆନିମଲ୍ ଆକ୍ଟିଫିଷ୍ଟ୍ ରୀନା ଶର୍ମା ଏନେଇ କହିଛନ୍ତି ଯେ, ଯଦି ନର୍ବାଚନ ସମୟରେ ଏପରି ଷ୍ଟିକର କୌଣସି ମଣିଷ ଦେହରେ ଲଗାଇ ଦିଆଯାଏ ତେବେ ତାଙ୍କୁ କିଭଳି ଅନୁଭବ ହେବ ? କୁକୁର ବିରୋଧ କରିପାରେ ନାହିଁ ସେମାନଙ୍କ ଉପରେ ଏମିତି ଅତ୍ଯାଚାର କାହିଁକି କରାଯାଉଛି । ଏଥିପାଇଁ ଆମେ ତାଙ୍କ ସହ ଏଭଳି ବ୍ୟବହାର କରିବା କୌଣସି ଉଚିତ୍ ନୁହେଁ । ଯାହାକୁ ଆଶାୟୀ ମାନେ ନିର୍ବାଚନ ପ୍ରଚାର ପାଇଁ ଆପଣେଇଛନ୍ତି । ଏହାର ବିରୋଧରେ ପୋଲିସ ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.