ବିଶ୍ବକର୍ମା ଧରିତ୍ରୀକୁ ମେରୁ ପର୍ବତ ଜଳରେ ରଖି ସୃଷ୍ଟିକୁ ସ୍ଥିର କରିଥିଲେ, ସେବେଠାରୁ ସେ ଦୁନିଆର ପ୍ରଥମ ବାସ୍ତୁକାର

ବାସ୍ତୁକଳା ଏବଂ ଇଂଜିନିୟରିଂ ଦେବତା ଭଗବାନ ବିଶ୍ବକର୍ମାଙ୍କ ଜୟନ୍ତୀ ଆଜି ପାଳନ କରାଯାଉଛି। ଏହି ଦିନରେ ବିଭିନ୍ନ ଇଂଜିନିୟରିଂ କଳାକାରଖାନା, ଉଦ୍ଦ୍ଯୋଗିକ ପ୍ରତିଷ୍ଠାନରେ ପୂଜାର୍ଚ୍ଚନା କରାଯାଉଛି। ମାନ୍ଯତା ରହିଛି କି, ଭଗବାନ ବିଶ୍ବକର୍ମା ଦୁନିଆର ପ୍ରଥମ ବାସ୍ତୁକାର। ଭଗବାନ ବ୍ରହ୍ମାଙ୍କ ଆଦେଶରେ ଭଗବାନ ବିଶ୍ବକର୍ମା ସୃଷ୍ଟି ରଚନା କରିଥିଲେ। ଏହା ପଛରେ ପୌରାଣିକ କଥା ମଧ୍ୟ ରହିଛି। ଏହି ଦିନ ମଧ୍ୟ କିଛି ନିୟମ ପାଳନ କରିବାକୁ ପଡିଥାଏ।

ପୌରାଣିକ କଥା ଅନୁସାରେ, ଭଗବାନ ବ୍ରହ୍ମା ଯେତେବେଳେ ସୃଷ୍ଟି ନିର୍ମାଣ କରିଥିଲେ, ସେତେବେଳେ ତାହା ଏକ ବିଶାଳକାୟ ଅଣ୍ଡା ଭଳି ରହିଥିଲା। ତା’ ପରେ ବ୍ରହ୍ମା ଏହାକୁ ଶେଷନାଗ ଜିଭରେ ରଖିଦେଇଥିଲେ। ଯେତେବେଳେ ଶେଷନାଗ ହଲନ୍ତି, ସେତେବେଳେ ଧରିତ୍ରୀ ମାତାକୁ କ୍ଷତି ହେଉଥିଲା। ବ୍ରହ୍ମା ଭଗବାନ ବିଶ୍ବକର୍ମାଙ୍କୁ ଏହା ବିଷୟରେ ପଚାରିବାରୁ ବିଶ୍ବକର୍ମା ଧରିତ୍ରୀକୁ ମେରୁ ପର୍ବତ ଜଳରେ ରଖିଦେଇ ସୃଷ୍ଟିକୁ ସ୍ଥିର କରିଥିଲେ। ତେଣୁକରି puja importance ଭଗବାନ ବିଶ୍ବକର୍ମାକୁ ଦୁନିଆର ପ୍ରଥମ ଇଂଜିନିୟର ଏବଂ ବାସ୍ତୁକାର ବୋଲି କୁହାଯାଏ।

ବିଶ୍ବକର୍ମା ପୂଜା ଦିନ ବେପାରୀ, ଇଂଜିନିୟରିଂ ଏବଂ ମେସିନ ସହିତ ଜଡିତ ଲୋକ ନିଜ ନିଜ ପ୍ରତିଷ୍ଠାନରେ ମେସିନ ପୂଜା କରନ୍ତି ଆଉ ଏହି ଦିନ କାମ ବନ୍ଦ କରିଥାନ୍ତି। ମେସିନ ଉପରେ ଅକ୍ଷତ ଏବଂ ରୋଲି ଲଗାନ୍ତୁ। ଭଗବାନ ବିଶ୍ବକର୍ମାଙ୍କୁ ଅକ୍ଷତ, ଫୁଲ, ଚନ୍ଦନ, ଧୂପ, ଦୀପ, ଦହି, ରୋଲି, ପାନ, ରକ୍ଷା ସୂତ୍ର, ମିଠା, ଫଳ ଆଦି ଅର୍ପଣ କରନ୍ତୁ। ଧୂପ ଦୀପ ଦେଇ ଆରତୀ କରନ୍ତୁ। ଏହି ସମସ୍ତ ଜିନିଷ ବିଶ୍ବକର୍ମାଙ୍କ ଅସ୍ତ୍ର ଉପରେ ଚଢାଇ ପୂଜା କରନ୍ତୁ। ପୂଜା ସରିବା ପରେ ବିଶ୍ବକର୍ମାଙ୍କୁ ପ୍ରଣାମ କରି ସମସ୍ତ ପ୍ରସାଦ ବାଣ୍ଟି ଦିଅନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.