ଆସନ୍ତା ମାର୍ଚ୍ଚ ୧୦ରେ ବିନାୟକ ଚତୁର୍ଥୀ , କିପରି କରିବେ ଭଗବାନ ଶ୍ରୀଗଣେଷଙ୍କ ପୂଜା ଅଚ୍ଚର୍ନା

ଭଗବାନ ଗଣେଷଙ୍କୁ ପ୍ରସନ୍ନ କରିବା ପାଇଁ ବିନାୟକ ବା ବିନାୟକୀ ଚତୁର୍ଥୀ ଏବଂ ସଂକଷ୍ଟୀ ଚତୁର୍ଥୀର ବ୍ରତ ଏବଂ ପୂଜା କରାଯାଇଥାଏ। ପୁରାଣ ଅନୁସାରେ ଶୁକ୍ଳପକ୍ଷ ଚତୁର୍ଥୀକୁ ବିନାୟକ ଏବଂ କୃଷ୍ଣପକ୍ଷ ଚତୁର୍ଥୀକୁ ସଂକଷ୍ଟୀ ଚତୁର୍ଥୀ କୁହାଯାଇଥାଏ। ଏହି ଦିନ ଶ୍ରୀଗଣେଷଙ୍କର ପୂଜା ମଧ୍ୟାହ୍ନ ସମୟରେ କରାଯିବା ଉଚିତ। ଅମାବାସ୍ୟା ପରେ ଆସୁଥିବା ବିନାୟକୀ ଚତୁର୍ଥୀରେ ଶ୍ରୀଗଣେଷଙ୍କର ପୂଜା-ଅର୍ଚ୍ଚନା କଲେ ଅତ୍ୟନ୍ତ ଲାଭକାରୀ ହୋଇଥାଏ। ଏହି ଦିନ ଶ୍ରୀଗଣେଷଙ୍କର ପୂଜା କଲେ ଘରେ ସୁଖ-ସମୃଦ୍ଧି, ଧନ-ଦୌଲତ, ଆର୍ଥିକ ସମ୍ପନ୍ନତା ସହିତ ଜ୍ଞାନ ଏବଂ ବୁଦ୍ଧି ପ୍ରାପ୍ତି ହୋଇଥାଏ। ଚଳିତ ବର୍ଷ ଏହି ପର୍ବ ୧୦ମାର୍ଚ୍ଚ, ରବିବାର ଦିନ ପାଳନ କରାଯିବ।

ବିଘ୍ନ କୁ ହରଣ କରିଥାନ୍ତି ଶ୍ରୀଗଣେଷ

vinayaka chaturthiହିନ୍ଦୁ ଧର୍ମ ଅନୁସାରେ ଶ୍ରୀଗଣେଷଙ୍କର ଆଶୀର୍ବାଦରେ ଜୀବନର ସବୁ କାର୍ଯ୍ଯ ସମ୍ଭବ ହୋଇଥାଏ। ଏହି କାରଣରୁ ତାଙ୍କୁ ବିଘ୍ନହର୍ତା କୁହାଯାଇଥାଏ। ହିନ୍ଦୁ ପଞ୍ଚାଗରେ ପ୍ରତ୍ୟେକ ଚନ୍ଦ୍ର ମାସରେ ଦୁଇଟି ଚତୁର୍ଥୀ ପଡ଼ିଥାଏ, ଏବଂ ହିନ୍ଦୁ ଧର୍ମ ଗ୍ରନ୍ଥ ଅନୁସାରେ ଚତୁର୍ଥୀ ତିଥିକୁ ଭଗବାନ ଶ୍ରୀଗଣେଷଙ୍କ ତିଥି କୁହାଯାଇଥାଏ।

ବିନାୟକ ଚତୁର୍ଥୀ ଦିନ କିପରି କରିବେ ପୂଜା

shree ganeshଏହି ଦିନ ବିନାୟକ ପୂଜା କରିପବା ପାଇଁ ପ୍ରଭାତରୁ ଉଠି ନିତ୍ୟ କର୍ମ ସାରନ୍ତୁ ଏବଂ ନାଲି ରଙ୍ଗର ବସ୍ତ୍ର ପରିଧାନ କରି ଭଗବାନ ଶ୍ରୀଗଣେଷଙ୍କ ପୂଜାର ସକଂଳ୍ପ କରନ୍ତୁ। ଏହାପରେ ମଧ୍ୟାହ୍ନ ପୂଜା କରନ୍ତୁ ଏବଂ ନିଜର ସାମର୍ଥ୍ୟ ଅନୁସାରେ ସୁନା, ଚାନ୍ଦୀ, ପିତଳ, ତମ୍ବା ଏବଂ ମାଟିରେ ନିର୍ମିତ ଗଣେଷ ମୂର୍ତ୍ତି ସ୍ଥାପନା କରନ୍ତୁ। ଏହାପରେ ଷୋଡ଼ଶ ଉପଚାର ପୂଜା କରି ଶ୍ରୀଗଣେଷଙ୍କୁ ଆଳତୀ କରନ୍ତୁ। ଆଳତୀ ପରେ ଗଣେଷଙ୍କ ପ୍ରତିମାରେ ସିନ୍ଦୁର ଚଢାନ୍ତୁ। ‘ଓଁ ଗଂ ଗଣପତୟେ ନମଃ’ ମନ୍ତ୍ର ଜପ କରି ୨୧ଟି ଦୁବ ଅର୍ପଣ କରନ୍ତୁ। ଏଥିରେ ୫ଟି ଲଡ଼ୁ ବ୍ରାହ୍ମଣଙ୍କୁ ଦାନ କରନ୍ତୁ ଏବଂ ୫ଟି ଲଡ଼ୁ ଭଗବାନ ଶ୍ରୀଗଣେଷଙ୍କ ଚରଣରେ ରଖନ୍ତୁ, ଅବଶିଷ୍ଟ ପ୍ରସାଦକୁ ବାଣ୍ଟି ଦିଅନ୍ତୁ। ଏହି ଦିନ ପୂଜା କରିବା ସମୟରେ ଗଣେଷ ସ୍ତୋତ୍ର, ଅଥର୍ବଶୀର୍ଷ, ସଂକଟନାଶକ ଗଣେଷ ସ୍ତୋତ୍ର ପାଠ କରାଯାଇଥାଏ। ଏହା ସହିତ ଏହି ଦିନ ବ୍ରାହ୍ମଣଙ୍କୁ ଦାନ, ଦକ୍ଷିଣା ଦେଲେ ଭଗବାନ ପ୍ରସନ୍ନ ହୋଇଥାନ୍ତି। ଏହି ଦିନ ଉପବାସ ସାରି ରାତି ସମୟରେ ଭୋଜନ ଗ୍ରହଣ କରନ୍ତୁ। ଶେଷରେ ‘ଓଁ ଗଣେଷାୟ ନମଃ’ ମନ୍ତ୍ର ଜପ କରି ପୂଜା କାର୍ଯ୍ଯ ସମାପନ କରନ୍ତୁ।