ଗୁରୁବାର ଦିନ ପୂଜାର ମହତ୍ତ୍ବ, ଘରେ ଭରିବ ସୁଖ ଶାନ୍ତି

କିଛି ଲୋକ ବୃହସ୍ପତି ବାର ବା ଗୁରୁବାର ଦିନ ଭଗବାନ ବିଷ୍ଣୁଙ୍କ ସ୍ବରୂପ ଭଗବାନ ବୃହସ୍ପତି ଏବଂ କଦଳୀ ଗଛର ପୂଜା କରିଥାନ୍ତି। ହିନ୍ଦୁ ଧର୍ମରେ ବୃହସ୍ପତିଙ୍କୁ ବୁଦ୍ଧିର ଦେବତା କୁହାଯାଇଥାଏ ଏବଂ କଦଳୀ ଗଛ ପୂଜା ହିନ୍ଦୁ ପରମ୍ପରା ଅନୁଯାୟୀ ଶୁଭ ହୋଇଥାଏ। ଏହା ସହିତ ଧନ, ବିଦ୍ୟା, ପୁତ୍ର ଏବଂ ମନବାଞ୍ଛିତ ଫଳ ପ୍ରାପ୍ତି ପାଇଁ ଗୁରୁବାର ବ୍ରତ ଏବଂ ପୂଜା କରାଯାଇଥାଏ।
ଜାଣନ୍ତୁ ପୂଜା କରିବାର ନିୟମ
ହଳଦୀଆ ରଙ୍ଗର ମହତ୍ତ୍ବ
ଗୁରୁବାର ବ୍ରତ ଏବଂ ପୂଜା କଲେ ଘରେ ସୁଖ ଶାନ୍ତି ହୋଇଥାଏ। ସୁଯୋଗ୍ୟ ଜୀବନ ସାଥୀ ଏବଂ ଜଲଦି ବିବାହ ପାଇଁ ଗୁରୁବାର ବ୍ରତ କରିବା ପାଇଁ କୁହାଯାଇଥାଏ। ଏହି ଦିନ ହଳଦିଆ ରଙ୍ଗର ବହୁତ ମହତ୍ତ୍ବ ରହିଛି। କାରଣ ଭଗବାନ ବିଷ୍ଣୁ ପିତାମ୍ବର ଏବଂ ତାଙ୍କର ହଳଦୀଆ ରଙ୍ଗ ଅତ୍ୟନ୍ତ ପ୍ରିୟ। ଏହି କାରଣରୁ ଗୁରୁବାର ଦିନ ହଳଦିଆ ଜିନିଷର ବ୍ୟବହାର କରାଯାଇଥାଏ। ଏହି ବ୍ରତରେ ଦିନରେ ଥରେ ଭୋଜନ କରାଯାଇଥାଏ ଏବଂ ବ୍ରତ କରୁଥିବା ଲୋକ ଚଣା ଡ଼ାଲି ଖାଇବା ଉଚିତ।
ପୂଜା ବିଧି
ଆପଣ ଏହି ଉପାସ ନିଜର ସମର୍ଥ ଅନୁସାରେ କରିପାରିବେ। ଗୁରୁବାର ଦିନ ପ୍ରଭାତରୁ ଜଲଦି ଉଠି ସ୍ନାନ କରନ୍ତୁ। ଏହା ପରେ ବୃହସ୍ପତି ଯନ୍ତ୍ରର ସ୍ଥାପନା କରି ପୂଜା କରନ୍ତୁ। ପୂଜାରେ ହଳଦୀଆ ବସ୍ତୁ, ଯେପରି ହଳଦୀଆ ଫୁଲ, ଚଣାଡ଼ାଲି, ହଳଦୀଆ ମିଠା, ହଳଦୀଆ ଚାଉଳ ଏବଂ ହଳଦୀ ଆଦିର ବ୍ୟବହାର କରନ୍ତୁ। ଏହା ସହିତ ଜଳରେ ହଳଦି ମିଶାଇ କଦଳୀ ଗଛ ମୂଳରେ ଅର୍ପଣ କରି ଚଣାଡ଼ାଲି ସହିତ ପୂଜା କରନ୍ତୁ। ଏହାପରେ ଦୀପ ଲଗାଇ କଦଳୀ ଗଛର ଆଳତୀ କରନ୍ତୁ। ପୂଜା ପରେ ବୃହସ୍ପତି ଦେବତାଙ୍କର କଥା ଶୁଣନ୍ତୁ କିମ୍ବା ପଢନ୍ତୁ। କାରଣ ଏହା ନକଲେ ପୂଜା ସମ୍ପୂର୍ଣ୍ଣ ହୋଇଥାଏ। ପୁରା ଦିନ ଉପବାସ ପରେ ଥରେ ଭୋଜନ କରନ୍ତୁ। ଖାଦ୍ୟରେ ଚଣାଡ଼ାଲି ବା ହଳଦୀଆ ରଙ୍ଗର ଖାଦ୍ୟ ସେବନ କରନ୍ତୁ। ଏହି ବ୍ରତରେ ବିଶେଷ କଥା ହେଉଛି ଲୁଣ ନିଷେଧ କରାଯାଇଥାଏ ଏବଂ ଆପଣ ଏହି ଦିନ ନିଜ ଖାଦ୍ୟରେ ଲୁଣ ବ୍ୟବହାର କରନ୍ତୁ ନାହିଁ।