ଲକଡାଉନରେ ଏହି ବ୍ୟକ୍ତି ଫଳାଇ ଦେଲେ ୧୦୬୬ କିଲୋର କଖାରୁ, ଭାଙ୍ଗିଲେ ରେକର୍ଡ

କରୋନା ମହାମାରୀ ଆସିବା ପରେ ସାରା ଦେଶରେ ଲକଡାଉନ ଜାରି ହୋଇଗଲା । ଏହି ସମୟରୁ ଆଜି ପର୍ଯ୍ୟନ୍ତ ଅଧିକାଂଶ ଲୋକ ଘରେ ରହି ଆସୁଛନ୍ତି । ତେବେ ଏହି ସମୟ ମଧ୍ୟରେ ଅନେକ ଲୋକ ଘରେ କିଛି ୟୁନିକ କାମ କରିବାକୁ ଚେଷ୍ଟା କରିଛନ୍ତି । କିଏ ସେଫ ଵନିଯାଇଛି ତ କିଏ ଘର ସଜାରେ ମାଷ୍ଟର । ତାସହିତ ଅଧିକାଂଶ ଲୋକ ନିଜର ଅନ୍ତର୍ନିହିତ ଗୁଣକୁ ଏହା ମଧ୍ୟରେ ପରିପ୍ରକାଶ କରିଛନ୍ତି । ତେବେ ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି କାଲିଫର୍ନିଆର Travis Gienger । ଏହି ଲକଡାଉନ ମଧ୍ୟରେ ସେ ଏମିତି ଏକ କାମ କରି ଦେଖାଇଛନ୍ତି ଯାହାକୁ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ସେ ଏହି ସମୟ ମଧ୍ୟରେ ଏକ 1000 କିଲୋର କଖାରୁ ଫଳାଇ ଦେଖାଇଛନ୍ତି ।

ତେବେ ସେ ଫଳାଇଥିବା ଏହି କଖାରୁର ପ୍ରକୃତ ଓଜନ ହେଉଛି ୧୦୬୬ କିଲୋଗ୍ରାମ । ଯେଉଁଥିପାଇଁ ସେ 47ତମ ୱାର୍ଲଡ ଚାମ୍ପିଅନସିପ ପମ୍ପକିନ ପ୍ରତିଯୋଗିତା ବି ଜିତି ଯାଇଛନ୍ତି । ତାଙ୍କର କହିବା ଅନୁଯାୟୀ ସେ ଦିନରେ ପ୍ରାୟ 10 ଥରରୁ ଅଧିକ ଥର ଏହି କଖାରୁ ଗଛରେ ପାଣି ଦେଇଥାନ୍ତି । ତେବେ Travis Giengerଙ୍କ ବାପା ମଧ୍ୟ ଏତେ ବଡ ବଡ କଖାରୁ ଫଳାଇଥାନ୍ତି । ତାପରେ ଏହାକୁ ଲୋକଙ୍କୁ ଦେଖାଇବା ପାଇଁ ସେ ବଜାରକୁ ନେଇ ଯାଇଥାନ୍ତି । ପରିବା ପାଇଁ ତାଙ୍କର ଏହି ପ୍ରେମ ସେ ନିଜ ବାପାଙ୍କଠାରୁ ହିଁ ଶିଖିଛନ୍ତି । ତେବେ ଏହି କାମ ବହୁତ ମୁସ୍କିଲ ଥିଲା ବୋଲି ସେ କହିଥିଲେ କିନ୍ତୁ ଏହାକୁ ଓଜନ କରିବା ପରେ ସେ ବହୁତ ଖୁସି ହୋଇ ଯାଇଥିଲେ ।

ଏହା ପୂର୍ବରୁ 2018ରେ ମଧ୍ୟ ଏକ କଖାରୁ 1134 କିଲୋର ହୋଇଥିଲା । ଯଦିଓ ଜର୍ମାନୀରେ 2016ରେ 1179 କିଲୋର ଏକ କଖାରୁ ରେକର୍ଡ କରିଥିଲା ଯାହାକୁ ଆଜିପର୍ଯ୍ୟନ୍ତ କେହି ବି ଭାଙ୍ଗି ପାରିନାହାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.