ପଞ୍ଜାବର ରବର ବଏ : ଯିଏ ନିଜ ମୁଣ୍ଡ ୧୮୦ ପର୍ଯ୍ୟନ୍ତ ମୋଡ଼ିପାରନ୍ତି

ଦେଖିବାକୁ ମଣିଷ ଭଳି । କଥାବାର୍ତ୍ତା ବି ସମାନ । ଆଚରଣ ଉଚ୍ଚାରଣରେ ବି ରହିଛି ସମାନତା । ହେଲେ ମଣିଷଠୁ ଭିନ୍ନ ଏଭଳି ଜଣେ ମଣିଷ ଯିଏ ପିଠି ପର‌୍ୟ୍ୟନ୍ତ ବୁଲାଇ ପାରନ୍ତି ନିଜ ମୁଣ୍ଡକୁ । ପଞ୍ଜାବ ଲୁଧିଆନା ଅଞ୍ଚଳର ଏହି ନିଆରା ବାଳକର ନାଁ ହେଉଛି ଜସପ୍ରିତ ସିଂହ କଲରା । ରବର ବଏ କୁହାଯାଉଥିବା ଏହି ବାଳକ ବିଷୟରେ ଯେବେ ଆପଣ ଜାଣିବେ ଆଶ୍ଚର‌୍ୟ୍ୟ ହୋଇଯିବେ ।

ବିଶ୍ୱାସ କରିବେ ନି ଏହା କେମିତି ସମ୍ଭବ । ଚମକି ଯିବେ ଏହି ବାଳକର ଶରୀରର ଫ୍ଲେଗଜିବିଲିଟି ଦେଖି । ୧୮ ବର୍ଷୀୟ ଜସପ୍ରିତ ଅଙ୍ଗ ଗୁଡିକ ନିଜ ମନ ଇଚ୍ଛା ମୋଡି ପାରନ୍ତି । ନିଜ ଶରୀରକୁ ଆଗ ଓ ପଛ ଉଭୟ ପଟୁ ଛୁଇଁ ପାରନ୍ତି । ଅଣ୍ଟାକୁ ଭାଙ୍ଗି ଓଲଟା ବି ଚାଲି ପାରନ୍ତି । ଅଣ୍ଟାକୁ ସବୁଆଡୁ ମୋଡି ପାରନ୍ତି । ଯେମିତି ଦେହରେ ହାଡ ନାହିଁ ରବର ଲାଗିଛି ।

Jaspreet-Singh

ଜସପ୍ରୀତଙ୍କ ଷ୍ଟଣ୍ଟ ଦେଖି ତାଙ୍କୁ ସମସ୍ତେ ରବର ବଏ ବୋଲି ଡାକନ୍ତି । କାରଣ ଜସପ୍ରିତ ଏଭଳି ଏକ ବାଳକ ଯିଏ ୧୮୦ ଡିଗ୍ରୀ ପର‌୍ୟ୍ୟନ୍ତ ନିଜ ଅଣ୍ଟା ମୋଡି ପାରନ୍ତି । ନିଜ ୨ ହାତକୁ ବୁଲାଇ ପାରନ୍ତି ୩୬୦ ଡିଗ୍ରୀ ପିର‌୍ୟ୍ୟନ୍ତ । ନିଜ ୨ କାନ୍ଧକୁ ଏକାଠି ଯୋଡି ପାରନ୍ତି । ଗୋଡକୁ ମୋଡି କାନ୍ଧ ପର‌୍ୟ୍ୟନ୍ତ ଆଣି ପାରନ୍ତି । କେବଳ ସେତିକି ନୁହେଁ ମୁଣ୍ଡ ଓଲଟା କରି କୋଲଡ୍ରୀଙ୍ଗ୍ସ ବି ପିଇ ପାରନ୍ତି ଯଶପ୍ରୀତ । ତାଙ୍କ ଷ୍ଟଣ୍ଟ ଦେଖିଲେ ତାଙ୍କର ରବର ବଏ ନାଁ ପୁରା ଫିଟ୍ ।

Rubber Boy

ଯସପ୍ରୀତଙ୍କ ପରିବାର ଲୋକଙ୍କ କହିବା କଥା , ଯଶପ୍ରୀତଙ୍କ କାରନାମା ଜଣା ପଡିଥିଲା ଯେବେ ତାଙ୍କୁ ୧୧ ବର୍ଷ ବୟସ ହୋଇଥିଲା । ତାଙ୍କ ବୟସର ପିଲା ଶୋଇବାରେ ବ୍ୟସ୍ତ ଥାନ୍ତି , ହେଲେ ଯଶପ୍ରୀତ ସକାଳ ୫ ଟାରୁ ଉଠି ଯୋଗାଭ୍ୟାସରେ ଲାଗି ପଡନ୍ତି । ଯୋଗାଭ୍ୟାସ ବଳରେ ଯଶପ୍ରୀତ ନିଜ ଅଙ୍ଗମାନଙ୍କୁ ଏତେ ଫ୍ଲେଗଜିବୁଲ କରିଦେଇଛନ୍ତି ଯାହାକୁ କେହି କରିବା ତ ଦୂରେ ଥାଉ ଭାବିବା ବି ମୁସ୍କିଲ୍ । ବଡ଼ କଥା ଯଶପ୍ରୀତଙ୍କ ଏହି ଷ୍ଟଣ୍ଟ ଦେଖି ଡାକ୍ତରମାନେ ବି ଆଶ୍ଚର‌୍ୟ୍ୟ ।

jaspreet 2

ଯଶପ୍ରୀତଙ୍କ ଏହି ଫ୍ଲେଗସିବୁଲ ଟ୍ୟାଲେଣ୍ଟ ପାଇଁ ତାଙ୍କୁ ବିଭିନ୍ନ ସ୍ଥାନରେ ପୁରସ୍କୃତ ବି କରାଯାଇଛି । ଲିମବୁକ ଅଫ୍ ଓ୍ଵାଲଡ ରେକର୍ଡରେ ତାଙ୍କୁ ବୋନଲୋସ ମ୍ୟାନ୍ ଅଫ୍ ଇଣ୍ଡିଆର କିତାବ୍ ମିଳିଛି । ଫେମସ୍ ଟେଲିଭିଜନ ସୋ ଇଣ୍ଡିଆ ଗଟ ଟ୍ୟାଲେଣ୍ଟ କାର‌୍ୟ୍ୟକ୍ରମକୁ ଗଲା ପରେ ସେ ଏବେ ସିଲେବ୍ରିଟି । ଯଶପ୍ରୀତଙ୍କ ଲକ୍ଷ ସିଏ ଏଭଳି କିଛି କରିବେ ଯେଉଁଥିରୁ ପୁରା ଭାରତର ନାଁ ରହିବ ।

ସୂଚନା : ଆପଣ ରବର ମ୍ୟାନଙ୍କ ଠାରୁ ପ୍ରେରଣା ନିଅନ୍ତୁ । ହେଲେ ତାଙ୍କ ଭଳି କରିବାକୁ ଭୁଲରେ ବି ଚେଷ୍ଟା କରନ୍ତୁ ନି ।