ଅକ୍ଷୟ ତୃତୀୟା ୨୦୨୨: ରାଶି ଅନୁସାରେ ଜିନିଷ କ୍ରୟ କରି ସୁଖ, ସୌଭାଗ୍ୟ ପ୍ରାପ୍ତ କରନ୍ତୁ…ଜାଣି ନିଅନ୍ତୁ କ’ଣ କିଣିବେ ଆପଣ

ଚଳିତବର୍ଷ ମେ’ ୩ରେ ପଡ଼ୁଛି ପବିତ୍ର ଅକ୍ଷୟ ତୃତୀୟା। ହିନ୍ଦୁ କ୍ୟାଲେଣ୍ଡର ଅନୁସାରେ, ପ୍ରତ୍ୟେକ ବର୍ଷ ବୈଶାଖ ମାସ ଶୁକ୍ଳପକ୍ଷ ତୃତୀୟା ତିଥିରେ ଅକ୍ଷୟ ତୃତୀୟା ପର୍ବ ପାଳନ କରାଯାଏ। ଏହା ଅତ୍ୟନ୍ତ ଶୁଭ ଦିନ ହୋଇଥାଏ। ଏହି ଦିନ ଆପଣ କୌଣସି ବି କାର୍ଯ୍ୟ ବିନା ପାଞ୍ଜି ଦେଖି କରିପାରିବେ। ଏହି ଦିନ ସ୍ୱୟଂ ସିଦ୍ଧ ଯୋଗ ସୃଷ୍ଟି ହୋଇଥାଏ। ଅକ୍ଷୟ ତୃତୀୟାରେ ଲୋକେ ସୁନା, ରୁପା କ୍ରୟ କରିବାର ପରାମ୍ପରା ରହିଆସିଛି, ଯାହା ପଛରେ ଧାର୍ମିକ ମାନ୍ୟତା ରହିଛି ଯେ ଏହି ଦିନ ପ୍ରାପ୍ତ ହୋଇଥିବା ଧନ, ସମ୍ପତ୍ତି ଏବଂ ପୁଣ୍ୟଫଳ ଅକ୍ଷୟ ରହିଥାଏ। ଏହି ପବିତ୍ର ଦିନରେ ଆପଣ ନିଜ ରାଶି ଅନୁସାରେ ଜିନିଷ କିଣାକିଣି କରି ସୁଖ, ସୌଭାଗ୍ୟ ମଧ୍ୟ ପ୍ରାପ୍ତ କରିପାରିବେ। ଆସନ୍ତୁ ଜାଣିବା…ଅକ୍ଷୟ ତୃତୀୟାରେ ରାଶି ଅନୁସାରେ କେଉଁ ଜିନିଷ କିଣିବା ଶୁଭ ହୋଇଥାଏ।

ମେଷ: ମେଷ ରାଶିର ଲୋକେ ନାଲି ମସୁର ଡାଲି କିଣିବା ଉଚିତ। ଏହା ପୁଣ୍ୟଫଳ ପ୍ରଦାନ କରିବ।

ବୃଷ: ଏହି ରାଶିର ଲୋକେ ଅକ୍ଷୟ ତୃତୀୟା ଦିନ ବାଜରା କିମ୍ବା ଚାଉଳ କିଣିବା ଉଚିତ। ଏହାଦ୍ୱାରା ଆପଣଙ୍କ ଜୀବନ ସୁଖ, ସମୃଦ୍ଧିରେ ପୂରି ଉଠିବ।

ମିଥୁନ: ମିଥୁନ ରାଶିର ଲୋକେ କପଡ଼ା, ସବୁଜ ମୁଗଡାଲି କିମ୍ବା ଧନିଆ କିଣିବା ଉଚିତ। ଏହା ଶୁଭଫଳ ପ୍ରଦାନ କରିବ।

କର୍କଟ: ଆପଣଙ୍କ ରାଶିର ସ୍ୱାମୀ ଗ୍ରହ ହେଲେ ଚନ୍ଦ୍ରମା। ଏଥିପାଇଁ ଅକ୍ଷୟ ତୃତୀୟାରେ ଆପଣ ଚାଉଳ କିମ୍ବା କ୍ଷୀର କ୍ରୟ କରିବା ଉଚିତ। ଏହା ଆପଣଙ୍କ ଉନ୍ନତି ପାଇଁ ସର୍ବୋତ୍ତମ ହେବ।

ସିଂହ: ସିଂହ ରାଶିର ସ୍ୱାମୀ ଗ୍ରହ ହେଲେ ସୂର୍ଯ୍ୟ। ଏହି କାରଣରୁ ସିଂହ ରାଶିର ଲୋକଙ୍କୁ ତମ୍ବା ବାସନ କିମ୍ବା ନାଲି ବସ୍ତ୍ର କିଣିବା ଉଚିତ। ଏହା ଉନ୍ନତିରେ ସହାୟକ ହେବ।

କନ୍ୟା: ଅକ୍ଷୟ ତୃତୀୟା ଦିନ କନ୍ୟା ରାଶିର ଲୋକେ ମୁଗଡାଲି କିଣିବା ଅତ୍ୟନ୍ତ ଶୁଭ ହେବ। ଏହାଦ୍ୱାରା ଅକ୍ଷୟ ପୁଣ୍ୟ ପ୍ରାପ୍ତ ହେବ।

ତୁଳା: ତୁଳା ରାଶିର ଲୋକେ ଚାଉଳ କିମ୍ବା ଚିନି କ୍ରୟ କରନ୍ତୁ। ଏହା ଆପଣଙ୍କୁ ସୁଖମୟ ଜୀବନ ପ୍ରଦାନ କରିବ।

ବିଛା: ଅକ୍ଷୟ ତୃତୀୟାରେ ଏହି ରାଶିର ଲୋକେ ଗୁଡ଼ କିମ୍ବା ପାଣି କ୍ରୟ କରିବା ସେମାନଙ୍କ ପାଇଁ ଅତ୍ୟନ୍ତ ଶୁଭ ରହିବ। ଏହାଦ୍ୱାରା ପୁଣ୍ୟ ବଢ଼ିବ।

ଧନୁ: ଧନୁ ରାଶିର ସ୍ୱାମୀ ଗ୍ରହ ହେଲେ ଗୁରୁ। ଏଥିପାଇଁ ଏହି ରାଶିର ଲୋକଙ୍କୁ ହଳଦିଆ ଚାଉଳ କିମ୍ବା କଦଳୀ କିଣିବା ଉଚିତ। ଏହାଦ୍ୱାରା ପୁଣ୍ୟଫଳ ବୃଦ୍ଧି ହେବ।

ମକର: ମକର ରାଶିର ସ୍ୱାମୀ ଗ୍ରହ ହେଲେ ଶନି। ଅକ୍ଷୟ ତୃତୀୟା ଦିନ ଏହି ରାଶିର ଲୋକେ ବିରି ଡାଲି କିଣନ୍ତୁ।

କୁମ୍ଭ: ଅକ୍ଷୟ ତୃତୀୟାରେ କୁମ୍ଭ ରାଶିର ଲୋକେ କଳା ରାଶି କିମ୍ବା ବସ୍ତ୍ର କ୍ରୟ କରିବା ଉଚିତ। ଏହି ରାଶିର ସ୍ୱାମୀ ମଧ୍ୟ ହେଉଛନ୍ତି ଶନିଦେବ।

ମୀନ: ମୀନ ରାଶିର ସ୍ୱାମୀ ହେଲେ ଗୁରୁ। ଏମାନେ ଚଣା ଡାଲି କିମ୍ବା ହଳଦୀ କିଣିବା ଉଚିତ। ଏହାଦ୍ୱାରା ଭାଗ୍ୟ ଉଦୟ ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.